ETV Bharat / international

ଘର ଭିତରେ ମାସ୍କର ବ୍ୟବହାର କମାଇପାରେ 79% ସଂକ୍ରମଣ ଭୟ - ସଂକ୍ରମଣ ରୋକିବ ମାସ୍କ

ବିଏମଜେ ଗ୍ଲୋବାଲ ହେଲଥରେ ପ୍ରକାଶ ହୋଇଥିଲା କି ଯଦି ଘରମାନଙ୍କରେ ସଭିଏଁ ଫେସ ମାସ୍କର ଦୈନନ୍ଦିନ ବ୍ୟବହାର କରନ୍ତି ତେବେ କୋରୋନା ସଂକ୍ରମଣର ମାତ୍ରା 79 ପ୍ରତିଶତ ହ୍ରାସ ପାଇବ ।

use of face mask in home, free from corona virus, mask to protect from infection in home, use of face mask, ଘର ଭିତରେ ମାସ୍କର ବ୍ୟବହାର, କୋରୋନାରୁ ମୁକ୍ତି, ଘରେ ସଂକ୍ରମଣ ରୋକିବ ମାସ୍କ, ସଂକ୍ରମଣ ରୋକିବ ମାସ୍କ, ଫେସ ମାସ୍କ ବ୍ୟବହାର
ଘର ଭିତରେ ମାସ୍କର ବ୍ୟବହାର କମାଇପାରେ 79% ସଂକ୍ରମଣ ଭୟ
author img

By

Published : May 31, 2020, 9:56 PM IST

ବେଜିଂ: ପ୍ରଥମେ କୋରୋନା ସଂକ୍ରମଣରୁ ସାରା ବିଶ୍ବର ନିଦ ହଜାଇବା ପରେ ଏବେ ଏହି ସଂକ୍ରମଣକୁ ରୋକିବା ଓ ଏଥିରୁ ରକ୍ଷା ପାଇଁ ଉପାୟ ବତାଉଛି ଚୀନ । ନିକଟରେ ବିଏମଜେ ଗ୍ଲୋବାଲ ହେଲଥରେ ପ୍ରକାଶ ହୋଇଥିଲା କି ଯଦି ଘରମାନଙ୍କରେ ସଭିଏଁ ଫେସ ମାସ୍କର ଦୈନନ୍ଦିନ ବ୍ୟବହାର କରନ୍ତି ତେବେ କୋରୋନା ସଂକ୍ରମଣର ମାତ୍ରା 79 ପ୍ରତିଶତ ହ୍ରାସ ପାଇବ । ଏନେଇ ବେଜିଂର 124 ପରିବାରରୁ 460 ଜଣ ଲୋକଙ୍କ ପଚରାଯିବାରୁ ସ୍ପଷ୍ଟ ହୋଇଛି କି ବିନା ମାସ୍କ ଓ ମାସ୍କ ସହିତ ସେମାନେ ପରିବର୍ତ୍ତନ ଅନୁଭବ କରିଛନ୍ତି ।

ଯଦି କୌଣସି ପରିବାରରେ କେହି ଜଣେ ସଦସ୍ୟଙ୍କଠାରେ କୋରୋନାର ଲକ୍ଷଣ ଆରମ୍ଭ ହୁଏ ତେବେ ସେହି ପରିବାରର ଲୋକେ ତୁରନ୍ତ ମାସ୍କ ବ୍ୟବହାର କରିବା ପାଇଁ ଚୀନ ପରାମର୍ଶ ଦେଇଛି । ଏହାଦ୍ବାରା ସଂକ୍ରମଣକୁ ରୋକାଯାଇପାରିବ । ହେଲେ ଯଦି ପରିବାରର ଜନୈକ ବ୍ୟକ୍ତିଙ୍କ ପାଖରେ କୋରୋନାର ଲକ୍ଷଣ ସ୍ପଷ୍ଟ ହୁଏ, ଏହାପରେ ସୁରକ୍ଷା ପାଇଁ ମାସ୍କର ବ୍ୟବହାର କଲେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହାପରେ ସଂକ୍ରମଣକୁ ରୋକାଯାଇନପାରେ ।

ତେବେ ଏହି ପରୀକ୍ଷଣରୁ ଦେଖାଯାଇଥିଲା 36 ପ୍ରତିଶତ ଶିଶୁ ବିନା ମାସ୍କ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ 69.5 ପ୍ରତିଶତ ଯୁବପୀଢି ସଂକ୍ରମିତ ହେଉଛନ୍ତି । ଶିଶୁମାନଙ୍କରେ କ୍ଷେତ୍ରରେ ସାମାନ୍ୟ ଲକ୍ଷ୍ୟଣ ଦେଖାଯାଉଥିବା ବେଳେ ଯୁବପୀଢିଙ୍କ କ୍ଷେତ୍ରରେ 10 ଜଣଙ୍କ ମଧ୍ୟରେ ଜଣଙ୍କ ପାଖରେ ଭୟଙ୍କର ଲକ୍ଷଣ ଦେଖାଯିବା ସହ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେପଟେ ମାସ୍କର ବ୍ୟବହାର ପରେ ଦେଖିବାକୁ ମିଳିଥିଲା କିଛି ସକାରାତ୍ମକ ଫଳାଫଳ । 79 ପ୍ରତିଶତ ଲୋକେ ସଂକ୍ରମଣର ଅନେକ ସମୟ ପୂର୍ବରୁ ମାସ୍କ ବ୍ୟବହାର କରି ବର୍ତ୍ତମାନ ସୁରକ୍ଷିତ ରହିଥିବା ବେଳେ ମାସ୍କ ବ୍ୟବହାର ନକରି ଆକ୍ରାନ୍ତ ହୋଇଛନ୍ତି 77 ପ୍ରତିଶତ ଲୋକେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.