ETV Bharat / international

ଦକ୍ଷିଣ ଚୀନ ସାଗରର ସାମରିକୀକରଣ, ବିଭିନ୍ନ ସଂସ୍ଥାରେ ପ୍ରତିବନ୍ଧକ ଜାରିକଲା ଆମେରିକା

ଚଳିତ ବର୍ଷ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ରୂପେ ପୁନର୍ବାର ମନୋନୀତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ପ୍ରାର୍ଥିତ୍ବ ସ୍ବୀକାର ପୂର୍ବକ ତାଙ୍କ ଅଭିଭାଷଣରେ, ଚୀନ ବିରୋଧରେ ୱାଶିଂଟନ୍‌ର ସମ୍ଭାବ୍ୟ ପଦକ୍ଷେପ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ପୂର୍ବରୁ ହିଁ ଦକ୍ଷିଣ ଚୀନ ସାଗରରେ ଚୀନ ସାମରିକ ଶକ୍ତି ଠୁଳ କରିବା କାରଣରୁ ଆମେରିକାର ପରରାଷ୍ଟ୍ର ବିଭାଗ, ଚୀନର କେତେକ ନାଗରିକଙ୍କୁ ଭିସା ପ୍ରଦାନ ଉପରେ କଟକଣା ଜାରି କରିଛି ଏବଂ ବାଣିଜ୍ୟ ବିଭାଗ ପକ୍ଷରୁ ଚୀନର 24ଟି ସଂସ୍ଥା ଉପରେ ବାଣିଜ୍ୟିକ ପ୍ରତିବନ୍ଧ ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Aug 27, 2020, 9:10 PM IST

ଦକ୍ଷିଣ ଚୀନ ସାଗରର ସାମରିକୀକରଣ, ବିଭିନ୍ନ ସଂସ୍ଥା ଉପରେ ପ୍ରତିବନ୍ଧକ ଜାରିକଲା ଆମେରିକା

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ରୂପେ ପୁନର୍ବାର ମନୋନୀତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ପ୍ରାର୍ଥିତ୍ବ ସ୍ବୀକାର ପୂର୍ବକ ତାଙ୍କ ଅଭିଭାଷଣରେ, ଚୀନ ବିରୋଧରେ ୱାଶିଂଟନ୍‌ର ସମ୍ଭାବ୍ୟ ପଦକ୍ଷେପ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ପୂର୍ବରୁ ହିଁ ଦକ୍ଷିଣ ଚୀନ ସାଗରରେ ଚୀନ ସାମରିକ ଶକ୍ତି ଠୁଳ କରିବା କାରଣରୁ ଆମେରିକାର ପରରାଷ୍ଟ୍ର ବିଭାଗ, ଚୀନର କେତେକ ନାଗରିକଙ୍କୁ ଭିସା ପ୍ରଦାନ ଉପରେ କଟକଣା ଜାରି କରିଛି ଏବଂ ବାଣିଜ୍ୟ ବିଭାଗ ପକ୍ଷରୁ ଚୀନର 24ଟି ସଂସ୍ଥା ଉପରେ ବାଣିଜ୍ୟିକ ପ୍ରତିବନ୍ଧ ଲାଗୁ କରାଯାଇଛି । ଏକ ବିବୃତ୍ତିରେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପମ୍ପିଓ କହିଛନ୍ତି, “କୌଣସି ଦେଶର ଆୟତନକୁ ବିଚାର ନକରି ଆମେ ସବୁ ଦେଶର ସାର୍ବଭୌମତ୍ବକୁ ସମ୍ମାନ ଦେଉ ଏବଂ ଅନ୍ତର୍ଜାତୀୟ ଆଇନ ଦ୍ବାରା ସ୍ବୀକୃତ ଧାରାରେ ସମସ୍ତ ସମୁଦ୍ର କ୍ଷେତ୍ରରେ ଶାନ୍ତି ଏବଂ ମୁକ୍ତ ବାତାବରଣ ବଜାୟ ରଖିବାକୁ ଚାହୁଁ ।”

ଦକ୍ଷିଣ ଚୀନ ସାଗରକୁ ମୁକ୍ତ ଏବଂ ଉନ୍ମୁକ୍ତ ରଖିବା ବିଷୟକୁ ଆମେରିକା ସମର୍ଥନ କରେ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ପମ୍ପିଓ କହିଲେ ଯେ, “ଦକ୍ଷିଣ ଚୀନ ସାଗରରେ ଅବସ୍ଥିତ ବିବାଦୀୟ ସ୍ଥାନଗୁଡ଼ିକର ସ୍ଥିତିରେ ବ୍ୟାପକ ପରିବର୍ତ୍ତନ, ସେଠାରେ ନିର୍ମାଣ କିମ୍ବା ସାମରିକୀକରଣ ନିମନ୍ତେ ଦାୟୀ, କିମ୍ବା ସେଥିରେ ସହଯୋଗ କରିଥିବା” କିମ୍ବା “ସମୁଦ୍ର ଗର୍ଭରୁ ସମ୍ବଳ ହାସଲ ଲାଗି ଚେଷ୍ଟା କରୁଥିବା ଦକ୍ଷିଣପୂର୍ବ ଏସୀୟ ଦେଶ ଓ ସଂଗଠନ ବିରୋଧରେ ବେଜିଂର ଦମନମୂଳକ କାର୍ଯ୍ୟାନୁଷ୍ଠାନରେ ସହଯୋଗ” କରିଥିବା ଚୀନର ନାଗରିକଙ୍କୁ ଭିସା ପ୍ରଦାନ କ୍ଷେତ୍ରରେ ପରରାଷ୍ଟ୍ର ବିଭାଗ ପ୍ରତିବନ୍ଧ ଜାରି କରିବା ଆରମ୍ଭ କରିବ ।

ସେ କହିଲେ, “ଏଣିକି ଏହି ବ୍ୟକ୍ତିମାନଙ୍କୁ ଆମେରିକାରେ ପ୍ରବେଶ କରାଇ ଦିଆଯିବ ନାହିଁ ଏବଂ ସେମାନଙ୍କ ନିକଟତମ ପରିବାର ସଦସ୍ୟମାନଙ୍କ ଉପରେ ବି ଏହି କଟକଣା ଲାଗୁ କରାଯାଇପାରେ ।”

“ଏହା ସହିତ ‘ଚାଇନା କମ୍ୟୁନିକେସନ୍‌ସ କନ୍‌ଷ୍ଟ୍ରକ୍‌ସନ କମ୍ପାନି’(CCCC)ର କେତେକ ସହଯୋଗୀ ସଂସ୍ଥା ସମେତ ଚୀନ ଗଣରାଜ୍ୟ (PRC) ମାଲିକାନାରେ ଥିବା 24ଟି ଉଦ୍ୟୋଗକୁ ବାଣିଜ୍ୟ ବିଭାଗ ପକ୍ଷରୁ ‘ଏଣ୍ଟିଟି ଲିଷ୍ଟ’ବା ସନ୍ଦେହ ପରିସରଭୁକ୍ତ ଦ୍ରବ୍ୟ ତାଲିକାରେ ସାମିଲ କରାଯାଇଛି ।”

ପମ୍ପିଓ ଉଲ୍ଲେଖ କରିଥିଲେ ଯେ 2013ରୁ ହିଁ ଚୀନ ସରକାରଙ୍କ ଅଧିକୃତ ବିଭିନ୍ନ ସଂସ୍ଥା ପକ୍ଷରୁ ଦକ୍ଷିଣ ଚୀନ ସାଗରର ବିବାଦୀୟ କ୍ଷେତ୍ରର 3,000 ଏକରରୁ ଅଧିକ ଅଞ୍ଚଳରେ ସମୁଦ୍ର ଖୋଳା ଚାଲିଛି ଏବଂ ଏହାକୁ ନିଜ ଅଞ୍ଚଳ ବୋଲି ଦାବି କରାଯାଉଛି । ଚୀନ ଦ୍ବାରା ଏହାର ପଡ଼ୋଶୀ ଦେଶମାନଙ୍କର ସାର୍ବଭୌମ ଅଧିକାରକୁ ଦମନ କରାଯାଉଥିବାରୁ ସମଗ୍ର ଅଞ୍ଚଳରେ ଅସ୍ଥିରତା ସୃଷ୍ଟି ହେବା ସହିତ ଏହା ପରିବେଶ ନଷ୍ଟର ପ୍ରଚ୍ଛନ୍ନ କାରଣ ସାଜୁଛି ।

“ଚୀନ୍ ଗଣରାଜ୍ୟ ପକ୍ଷରୁ ଦକ୍ଷିଣ ଚୀନ ସାଗର ଅଞ୍ଚଳରେ ବିନଷ୍ଟକାରୀ ସମୁଦ୍ର ଖୋଳା କାମର ପୁରୋଭାଗରେ CCCCକୁ ନିୟୋଜିତ କରାଯାଇଛି । ବେଜିଂର ଅନ୍ତର୍ଜାତୀୟ ‘ୱାନ୍‌ ବେଲ୍‌ଟ ୱାନ୍‌ ରୋଡ୍‌’ (ସଂପ୍ରତି ‘ବେଲ୍‌ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌’ବା BRI ନାମରେ ପରିଚିତ) ରଣନୀତି ଭିତ୍ତିକ କାର୍ଯ୍ୟକ୍ରମରେ ଏହା ଅଗ୍ରଣୀ ଠିକା ସଂସ୍ଥା ରୂପେ କାର୍ଯ୍ୟରତ । ସାରା ବିଶ୍ବରେ ଦୁର୍ନୀତି, ଲୁଣ୍ଠନ ଉଦ୍ଦେଶ୍ୟରେ ପୁଞ୍ଜିଲଗାଣ, ପରିବେଶ ନଷ୍ଟ ଏବଂ ଅନ୍ୟାନ୍ୟ ଅପକର୍ମରେ CCCC ଏବଂ ଏହାର ସହଯୋଗୀ ସଂସ୍ଥାମାନେ ନିୟୋଜିତ ହୋଇଛନ୍ତି ।”

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ, ନିର୍ଦ୍ଦିଷ୍ଟ ଭାବରେ ଦକ୍ଷିଣ ଚୀନ ସାଗର କ୍ଷେତ୍ରରେ ଚୀନର ସାମୁଦ୍ରିକ ସୀମା ବିବାଦକୁ ଉପଲକ୍ଷ୍ୟ କରି ପମ୍ପିଓ କହିଲେ ଯେ ବେଜିଂ ପକ୍ଷରୁ “ଏକ ବିସ୍ତାରବାଦୀ ନୀତି କାର୍ଯ୍ୟକାରୀ କରିବା ଦିଗରେ CCCC ଏବଂ ସରକାରଙ୍କ ଦ୍ବାରା ପରିଚାଳିତ ଅନ୍ୟାନ୍ୟ ସଂସ୍ଥାକୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ପ୍ରଶ୍ରୟ ଦିଆଯିବ ନାହିଁ ।”

ସେ କହିଲେ, “ଦକ୍ଷିଣ ଚୀନ ସାଗରରେ ବେଜିଂର ଦମନମୂଳକ ଆଚରଣ ବନ୍ଦ ନହେଲା ଯାଏ ଯୁକ୍ତରାଷ୍ଟ୍ର ଆମେରିକା ସକ୍ରିୟ ରହିବ ଏବଂ ଏଭଳି ଅସ୍ଥିରତା ସୃଷ୍ଟିକାରୀ କାର୍ଯ୍ୟକଳାପକୁ ପ୍ରତିରୋଧ କରିବା ଦିଗରେ ସମସ୍ତ ସହଯୋଗୀ ଓ ଅଂଶୀଦାରଙ୍କ ପ୍ରତି ଆମର ସମର୍ଥନ ଅବ୍ୟାହତ ରହିବ ।”

ଦକ୍ଷିଣ ଚୀନ ସାଗର ଅଞ୍ଚଳର ଅନେକ ଦେଶ ସହିତ ସୀମା ବିବାଦରେ ଛନ୍ଦି ହୋଇପଡ଼ିଥିବା ବେଜିଂ ସେଠାରେ ଆଧିପତ୍ୟ ବିସ୍ତାର ଲାଗି ଉଦ୍ୟମ ଚଳାଇଥିବା ସମୟରେ ପମ୍ପିଓ ଏହି ବିବୃତ୍ତି ଦେଇଛନ୍ତି ।

ପୂର୍ବରୁ, ଏ ବର୍ଷ ଲଦାଖ ଅଞ୍ଚଳରେ ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିବା ପରେ ସୀମା ସଂଘର୍ଷ ଘଟି 45 ବର୍ଷରେ ପ୍ରଥମ ଥର ପାଇଁ ବାସ୍ତବ ନିୟନ୍ତ୍ରଣ ରେଖା (LAC) ସଂଲଗ୍ନ ଅଞ୍ଚଳରେ ଜୀବନହାନି ଘଟିବା ଏବଂ ସାରା ବିଶ୍ବରେ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଥିବା ସମୟରେ ଏହି ବିବୃତି ପ୍ରକାଶିତ ହୋଇଛି । ଗତ ମାସରେ ଚୀନ ସେନା ବା ‘ଚାଇନିଜ୍‌ ପିପୁଲ୍‌ସ ଲିବରେସନ ଆର୍ମି’(PLA)ର ନୌବାହିନୀ ପକ୍ଷରୁ ଦକ୍ଷିଣ ଚୀନ ସାଗରରେ ଉଭୟ ଜଳ ଓ ସ୍ଥଳଭାଗରେ ଆକ୍ରମଣ କ୍ଷମତା ପ୍ରଦର୍ଶନ ଜରିଆରେ ନୌସେନା ଅଭ୍ୟାସ କରାଯାଇଥିଲା । ପାରାସେଲ୍‌ ଦ୍ବୀପପୁଞ୍ଜରେ ଚୀନର ସଦ୍ୟତମ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି ଦକ୍ଷିଣ ଚୀନ ସାଗରରେ ଆମେରିକା ପକ୍ଷରୁ ତିନିଟି ଅଣୁଅସ୍ତ୍ର ଶକ୍ତିସଂପନ୍ନ ବିମାନ ବହନକାରୀ ଜାହାଜ ମୁତୟନ କରାଯାଇଥିଲା ।

ସ୍ପାର୍ଟଲୀ ଏବଂ ପାରାସେଲ ଦ୍ବୀପପୁଞ୍ଜକୁ କେନ୍ଦ୍ର କରି ଦକ୍ଷିଣ ଚୀନ ସାଗର କ୍ଷେତ୍ରର ଅନ୍ୟାନ୍ୟ କେତେକ ରାଷ୍ଟ୍ର ସହିତ ଚୀନ ବିବାଦରେ ଛନ୍ଦି ହୋଇ ରହିଛି । ସ୍ପାର୍ଟଲୀ ଦ୍ବୀପପୁଞ୍ଜ ଉପରେ ବ୍ରୁନେଇ, ମାଲେସିଆ, ଫିଲିପାଇନ୍‌, ତାଇୱାନ ଏବଂ ଭିଏତନାମ ଅଧିକାର ଦାବି କରୁଥିବା

ସମୟରେ ଭିଏତନାମ ଓ ତାଇୱାନ ପାରାସେଲ ଦ୍ବୀପପୁଞ୍ଜ ଉପରେ ମଧ୍ୟ ଅଧିକାର ଦାବି କରୁଛନ୍ତି ।

2016ରେ ହେଗ୍‌ରେ ଅବସ୍ଥାପିତ ‘ପରମାନେଣ୍ଟ କୋର୍ଟ ଅଫ ଆର୍ବିଟ୍ରେସନ୍‌’ ରାୟ ଦେଇଥିଲେ ଯେ, ବିଶ୍ବର ଅନ୍ୟତମ ବ୍ୟସ୍ତବହୁଳ ବାଣିଜ୍ୟିକ ଜାହାଜ ଚଳାଚଳ ପଥ, ଦକ୍ଷିଣ ଚୀନ ସାଗରରେ ଫିଲିପାଇନ୍‌ସର ଅଧିକାରକୁ ଚୀନ ଉଲ୍ଲଂଘନ କରିଛି ।

ଫିଲିପାଇନ୍‌ସର ମାଛଧରା ଏବଂ ପେଟ୍ରୋଲିୟମ ଅଭିଯାନ କ୍ଷେତ୍ରରେ ଚୀନ ହସ୍ତକ୍ଷେପ କରୁଛି ଏବଂ ସମୁଦ୍ରରେ କୃତ୍ରିମ ଦ୍ବୀପ ଗଠନ ସହିତ ସେଠାରେ ମାଛଧରା କାର୍ଯ୍ୟରେ ନିୟୋଜିତ ଚୀନର ମତ୍ସ୍ୟଜୀବୀମାନଙ୍କୁ ରୋକିବାରେ ବିଫଳ ହୋଇଛି ବୋଲି କୋର୍ଟ ଦୋଷାରୋପ କରିଥିଲେ ।

ପରେ ପୁଣି, ଦକ୍ଷିଣ ଚୀନ ସାଗରରେ ଚୀନ ବାରମ୍ବାର ସାମୁଦ୍ରିକ ଆଇନ ଉଲ୍ଲଂଘନ କରୁଥିବା ପ୍ରସଙ୍ଗରେ ଭିଏତନାମ ଓ ଫିଲିପାଇନ୍‌ସ ଗତ ମାସରେ ଉଦ୍‌ବେଗ ପ୍ରକାଶ କରିଥିଲେ ।

ବୁଧବାର ଦିନ ପମ୍ପିଓଙ୍କ ବିବୃତି ପ୍ରକାଶିତ ହେବା ପରେ ପୃଥକ୍‌ ଭାବେ ଗଣମାଧ୍ୟମକୁ ସୂଚନା ଦେଇ ପରରାଷ୍ଟ୍ର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଲେ ଯେ, ଦକ୍ଷିଣ ଚୀନ ସାଗରକୁ କେନ୍ଦ୍ର କରି ଚୀନ ଓ ଫିଲିପାଇନ୍‌ସ ମଧ୍ୟରେ ଲାଗିଥିବା ମାମଲାର ବିଚାର କରି 2016ରେ ଅନ୍ତର୍ଜାତୀୟ ଆବ୍ରିଟ୍ରାଲ ଟ୍ରିବ୍ୟୁନାଲ ଦେଇଥିବା ରାୟ ସହିତ ଆମେରିକା ଦୃଢ଼ ଭାବରେ ସମ୍ମତ ।

ଏହି ଅଧିକାରୀ କହିଲେ ଯେ, “ଉପକୂଳବର୍ତ୍ତୀ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସମୂହର ସାର୍ବଭୌମ ଅଧିକାରକୁ ବଜାୟ ରଖିବା ଦିଗରେ ୱାଶିଂଟନର ସମର୍ଥନ ଦୃଢୀଭୂତ ହେବ ଏବଂ ସାମୁଦ୍ରିକ ସାଧନ ହାସଲରୁ ଅନ୍ୟାନ୍ୟ ଦେଶ ଓ ସଂଗଠନକୁ ବଞ୍ଚିତ କରିବା ଉଦ୍ଦେଶ୍ୟରେ ବେଜିଂର ନିର୍ଲଜ ଦମନମୂଳକ କୌଶଳ ସଂପର୍କରେ ଆମର ଗଭୀର ଉଦ୍‌ବେଗର ପ୍ରତିଫଳନ ଅବ୍ୟାହତ ରହିବ ।”

ପରରାଷ୍ଟ୍ର ବିଭାଗର ଏହି ଅଧିକାରୀ ଜଣକ କହିଲେ, “ବିବାଦୀୟ ସ୍ଥଳର ସାମରିକୀକରଣ ଏବଂ ପରିବେଶ ନଷ୍ଟକାରୀ ଢଙ୍ଗରେ ଭୂମି ପୁନରୁଦ୍ଧାର ଲାଗି ବେଜିଂ କାର୍ଯ୍ୟ କରିଆସୁଛି । ଏହା ଫଳରେ ପ୍ରବାଳ ଦ୍ବୀପଗୁଡ଼ିକର ଅପୂରଣୀୟ କ୍ଷତି ଘଟିଛି । ଦକ୍ଷିଣ ଚୀନ ସାଗରରେ ମଧ୍ୟ ସେମାନେ ଏହି ଢାଞ୍ଚାର ଉପଯୋଗ କରିଛନ୍ତି ଏବଂ ସେମାନଙ୍କ ପଡ଼ୋଶୀମାନଙ୍କ ବିରୋଧରେ ଦମନମୂଳକ ନୀତି ପ୍ରୟୋଗ ସହିତ ଚୀନ ସେନା ବା PRCସାମୁଦ୍ରିକ ବାହିନୀର ପହଞ୍ଚ ବୃଦ୍ଧି, ଚୀନ ସେନାର

ପୃଷ୍ଠପୋଷକତାରେ ବେସାମରିକ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାର ଜାହାଜ ଚଳାଚଳ ଦ୍ବାରା ଦକ୍ଷିଣପୂର୍ବ ଏସୀୟ ଦେଶ ଓ ସଂଗଠନକୁ ଭୟଭୀତ କରାଇ ସେମାନଙ୍କୁ ସାମୁଦ୍ରିକ ସାଧନ ହାସଲରୁ ବଞ୍ଚିତ କରାଇବାକୁ ଉଦ୍ୟମ କରିଛନ୍ତି ।

ସେହି ସାମ୍ବାଦିକ ସମ୍ମିଳନୀରେ ବାଣିଜ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଲେ ଯେ, ଦକ୍ଷିଣ ଚୀନ ସାଗରରେ ଥିବା କେତେକ ବାଲୁକାଦ୍ବୀପର ସାମରିକୀକରଣରେ ବେଜିଂର ଭୂମିକାକୁ ଦୃଷ୍ଟିରେ ରଖି ଚୀନର 24ଟି ଉଦ୍ୟୋଗକୁ ଯୁକ୍ତରାଷ୍ଟ୍ର ଆମେରିକାର ‘ଏଣ୍ଟିଟି ଲିଷ୍ଟ’ରେ ସାମିଲ କରାଯାଇଛି ।

ବାଣିଜ୍ୟ ବିଭାଗର ଏହି ଅଧିକାରୀ କହିଲେ, “ଆମର ‘ଏଣ୍ଟିଟି ଲିଷ୍ଟ’ରେ ସାମିଲ ହେଉଥିବା କୌଣସି ସାମଗ୍ରୀ ଆମ ନିୟମାବଳୀ ପରିସରଭୁକ୍ତ ଏବଂ ଏହାର ବାସ୍ତବ ଅର୍ଥ ହେଉଛି ଯେ, ବିଦେଶରେ ପ୍ରସ୍ତୁତ କୌଣସି ସାମଗ୍ରୀ ଆମେରିକାରୁ ବାହାରକୁ ପଠାଗଲେ, ସେଗୁଡ଼ିକର ରପ୍ତାନୀ ବା ପୁନଃ ରପ୍ତାନୀ କରାଗଲେ, କିମ୍ବା ଏମିତି କି ଦେଶ ଭିତରେ କୌଣସି ପକ୍ଷକୁ ହସ୍ତାନ୍ତରିତ ହେଲେ ‘ଏଣ୍ଟିଟି ଲିଷ୍ଟ’ରେ ଥିବା ଏଭଳି ସାମଗ୍ରୀ ପାଇଁ ନିର୍ଦ୍ଦିଷ୍ଟ ଲାଇସେନ୍‌ସର ଆବଶ୍ୟକତା ରହିଛି ।”

“ଅନ୍ୟ ଭାଷାରେ କହିଲେ,‘ଏଣ୍ଟିଟି ଲିଷ୍ଟ’ରେ ସାମିଲ କୌଣସି ସାମଗ୍ରୀ, ଉପକରଣ, ସଫ୍‌ଟୱେୟାର, କିମ୍ବା ଜ୍ଞାନକୌଶଳ ହସ୍ତାନ୍ତରିତ କରିବାକୁ ଚାହୁଁଥିବା ସଂସ୍ଥାକୁ ଏଥିପାଇଁ ନିର୍ଦ୍ଦିଷ୍ଟ ଲାଇସେନ୍‌ସ ନେବା ଲାଗି ବାଣିଜ୍ୟ ବିଭାଗକୁ ଆସିବାକୁ ପଡ଼ିବ । ଏହା ପରେ ଏ ସଂପର୍କରେ ପରରାଷ୍ଟ୍ର ଏବଂ ପ୍ରତିରକ୍ଷା ବିଭାଗ ଏବଂ କେତେକ କ୍ଷେତ୍ରରେ ଶକ୍ତି ବିଭାଗ ସହିତ ପରାମର୍ଶ କରାଯାଇ ନିଷ୍ପତ୍ତି ନିଆଯିବ ଏବଂ ଲାଇସେନ୍‌ସ ପ୍ରଦାନକୁ ଅନୁମୋଦନ ଦିଆଯିବ କିମ୍ବା ଖାରଜ କରାଯିବ ।”

ଗଣମାଧ୍ୟମକୁ ସୂଚନା ପ୍ରଦାନ ସମୟରେ ପରରାଷ୍ଟ୍ର ବିଭାଗ ଅଧିକାରୀ କହିଲେ ଯେ, “ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅବସ୍ଥିତ ସମସ୍ତ ଦେଶଗୁଡ଼ିକର ସାର୍ବଭୌମତ୍ବ ସୁରକ୍ଷିତ ରଖିବା ଏବଂ ଅନ୍ତର୍ଜାତୀୟ ଆଇନ ଅନୁସାରେ ସମସ୍ତ ବିବାଦର ସମାଧାନ ପ୍ରସ୍ତାବକୁ ସମର୍ଥନ ପୂର୍ବକ ଆମର ଦୃଷ୍ଟିଭଙ୍ଗୀ ଅନୁସାରେ” ଚୀନ ବିରୋଧରେ ଆମେରିକା ପକ୍ଷରୁ ଏହି ସଦ୍ୟତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୀମାକୁ କେନ୍ଦ୍ର କରି ପୂର୍ବ ଲଦାଖରେ ଚୀନ ସହ ସଂଘର୍ଷ ଲାଗି ରହିଥିବା ସମୟରେ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ନୂଆଦିଲ୍ଲୀ ପାଇଁ ସୁମଧୁର ସଙ୍ଗୀତ ଭଳି ମନେହେବ ।

ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିସ୍ତାରବାଦୀ ନୀତି କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଜାପାନର ପୂର୍ବତଟରୁ ଆଫ୍ରିକାର ପୂର୍ବତଟ ପର୍ଯ୍ୟନ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ପ୍ରଭାବ ବୃଦ୍ଧି ପାଉଥିବା ସମୟରେ, ଏହି କ୍ଷେତ୍ରରେ ଶାନ୍ତି ଓ ସମୃଦ୍ଧି ସ୍ଥାପନ ପ୍ରକ୍ରିୟା ବଜାୟ ରଖିବା ଉଦ୍ଦେଶ୍ୟରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହିତ ଭାରତ ଏକ କ୍ବାଡ୍‌ ବା ଚତୁର୍ଦେଶୀୟ ସଂଗଠନର ଅଂଶ ରୂପେ କାର୍ଯ୍ୟ କରୁଛି ।

ଅରୁଣିମ ଭୁୟାଁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.