ETV Bharat / international

ଏସିଆ ଓ ଆଫ୍ରିକାରେ ପ୍ରତି ଦଶ ଜଣରେ 9 ଜଣ ଶିଶୁ ଶ୍ରମିକ

ସାରା ବିଶ୍ବରେ ଶିଶୁ ଶ୍ରମିକ ଦିବସ ପାଳନ ହେଉଛି । ଏହି ଅବସରରେ ପୁରା ବିଶ୍ବରୁ ଶିଶୁ ଶ୍ରମିକ ହଟାଇବାକୁ ସମସ୍ତ ପ୍ରକାର ଘୋଷଣା, ଯୋଜନା, ସଚେତନତା ବାର୍ତ୍ତା ଜାରି ରହିଛି । ପ୍ରତିବର୍ଷ ଏପରି ସଚେତନତା ସତ୍ତ୍ବେ ଏବେ ବି ବିଶ୍ବରେ ପ୍ରାୟ 152 ମିଲିୟନ ଶିଶୁ ଶ୍ରମିକ ଅଛନ୍ତି । ଅଧିକ ପଢନ୍ତୁ..

ଏସିଆ ଓ ଆଫ୍ରିକାରେ ପ୍ରତି ଦଶ ଜଣରେ 9 ଜଣ ଶିଶୁ ଶ୍ରମିକ
ଏସିଆ ଓ ଆଫ୍ରିକାରେ ପ୍ରତି ଦଶ ଜଣରେ 9 ଜଣ ଶିଶୁ ଶ୍ରମିକ
author img

By

Published : Jun 12, 2020, 9:36 PM IST

ହାଇଦ୍ରାବାଦ: ଶୁକ୍ରବାର ସାରା ବିଶ୍ବରେ ଶିଶୁ ଶ୍ରମିକ ଦିବସ ପାଳନ ହେଉଛି । ଏହି ଅବସରରେ ପୁରା ବିଶ୍ବରୁ ଶିଶୁ ଶ୍ରମିକ ହଟାଇବାକୁ ସମସ୍ତ ପ୍ରକାର ଘୋଷଣା, ଯୋଜନା, ସଚେତନତା ବାର୍ତ୍ତା ଜାରି ରହିଛି । ପ୍ରତିବର୍ଷ ଏପରି ସଚେତନତା ସତ୍ତ୍ବେ ଏବେ ବି ବିଶ୍ବରେ ପ୍ରାୟ 152 ମିଲିୟନ ଶିଶୁ ଶ୍ରମିକ ଅଛନ୍ତି । ଏମାନଙ୍କ ମଧ୍ୟରେ 64 ମିଲିୟନ ବାଳିକା ଓ 88 ମିଲିୟନ ବାଳକ ରହିଛନ୍ତି । କେବଳ ଭାରତରେ 7.2 ପ୍ରତିଶତ ଶିଶୁ ଶ୍ରମିକ ଅଛନ୍ତି ବୋଲି ରିପୋର୍ଟ ରହିଛି ।

ତେବେ ବର୍ତ୍ତମାନ କୋଭିଡ 19 ଯୋଗୁଁ ଏହି ସ୍ଥିତି ଅଧିକ ଖରାପ ହେବ ବୋଲି ମିଳିତ ଜାତିସଙ୍ଘ ସୂଚନା ଦେଇଛି । 2025 ସୁଦ୍ଧା ବିଶ୍ବରୁ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖିଥିବା ଜାତିସଙ୍ଘ ଏହା ଉପରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି । ଏବେ ବି ଆମେ ଶିଶୁ ଶ୍ରମିକଙ୍କ କିଛି ତଥ୍ୟ ସମ୍ପର୍କରେ ଅଜଣା ରହିଛୁ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବୁ ନିଶ୍ଚୟ । ବିଶ୍ବର ପ୍ରତି ଦଶ ଜଣରେ ଗୋଟିଏ ପିଲା ଶିଶୁ ଶ୍ରମିକ ବୋଲି ଜଣାପଡିଛି । ସେହିପରି ସବୁଠାରୁ ବଡ କଥା ବିଶ୍ବର ମୋଟ୍ ସଂଖ୍ୟା ମଧ୍ୟରୁ ଏସିଆ ଓ ଆଫ୍ରିକାରେ ଅଧିକ ଶିଶୁ ଶ୍ରମିକ ରହିଛନ୍ତି ।

ବିଶ୍ବର ମୋଟ୍ ଶିଶୁ ଶ୍ରମିକଙ୍କ ମଧ୍ୟରୁ ଆଫ୍ରିକା, ଏସିଆ ଓ ପେସିଫିକରେ ପ୍ରତି 10 ଜଣରୁ 9 ଜଣ ଅଛନ୍ତି । ଏହି ଅଞ୍ଚଳରେ ଅଧିକ ଶିଶୁଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ଲଗାଯାଇଥାଏ ବୋଲି ସୂଚନା ରହିଛି । ସମସ୍ତ ସେକ୍ଟରରେ ପ୍ରାୟ ଏମାନେ ରହିଥାନ୍ତି । ତେବେ ପ୍ରତି 10ରୁ 7 ଜଣ ଶିଶୁ ଶ୍ରମିକ କୃଷି କ୍ଷେତ୍ରରେ ଦେଖାଯାଆନ୍ତି । କାରଣ ସେମାନଙ୍କ ବାପା ଓ ମାଆ ଏହି କାମ କରୁଥିବାରୁ ସେମାନେ ଏଥିରେ ସେମାନଙ୍କୁ ସାହାଯ୍ୟ କରନ୍ତି । ଏସିଆରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ । ସେଥିପାଇଁ ଏହି କ୍ଷେତ୍ରରେ ଅଧିକ ଗରିବ ଲୋକଙ୍କ ପିଲା କାମ କରୁଥିବାର ଦେଖାଯାଏ । ଏହାପରେ ଇଟା ଭାଟିରେ ଦ୍ବିତୀୟ ସର୍ବାଧିକ ଶିଶୁ ଶ୍ରମିକ କାମ କରନ୍ତି ।

ଶେଷ ଜନଗଣନା ଅନୁସାରେ 14 ବର୍ଷ ତଳେ 10.1 ମିଲିୟନ ଶିଶୁ ଶ୍ରମିକ ରହିଛନ୍ତି । 5ରୁ 18 ବର୍ଷ ଭିତରେ ଭାରତରେ ପ୍ରତି 11 ଜଣ ପିଲାରେ ଜଣେ ଶିଶୁ ଶ୍ରମିକ ବୋଲି ରିପୋର୍ଟ ରହିଛି । ଏହି କାମ ପାଇଁ ବିଶ୍ବରେ ବାର୍ଷିକ 1.2 ମିଲିୟନ ଶିଶୁ ଚାଲାଣ ହୁଅନ୍ତି ବୋଲି ଆଇଏଲଓ ରିପୋର୍ଟ ପ୍ରକାଶ କରିଛି । ଉତ୍ତର ପ୍ରଦେଶରେ ସର୍ବାଧିକ 6 ଲକ୍ଷରୁ ଅଧିକ ଶିଶୁ ଶ୍ରମିକ ରହିଛନ୍ତି । କୃଷି, ଜଙ୍ଗଲ ଓ ମତ୍ସ୍ୟ ଇଣ୍ଡଷ୍ଟ୍ରିରେ 62 ପ୍ରତିଶତ ପିଲା କାମ କରନ୍ତି । ଦେଶର ଗ୍ରମାଞ୍ଚଳରେ 80 ପ୍ରତିଶତ ଶିଶୁ ଶ୍ରମିକ ରହିଥିବା ଜଣାପଡିଛି । ଅନେକ ପିଲା ଅଧିକାଂଶ ବିପଦପୂର୍ଣ୍ଣ ଜାଗାରେ କାମ କରନ୍ତି ଯେଉଁଠି ସେମାନଙ୍କ ଜୀବନ ଉପରେ ସଙ୍କଟ ରହିଥାଏ । ଯେପରିକି ଖଣି, ବିଡି, ବାଣ ଫ୍ୟାକ୍ଟ୍ରି ଇତ୍ୟାଦିରେ ଗ୍ରାମାଞ୍ଚଳରେ ଅଧିକ ପିଲା କାମ କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.