ETV Bharat / international

ଅନ୍ତଃକୋରିଆନ ସମ୍ପର୍କରେ ତିକ୍ତତା; ପଦ ଛାଡିଲେ ବିଭାଗୀୟ ମନ୍ତ୍ରୀ - ଦକ୍ଷିଣ କୋରିଆ ଏକତ୍ରୀକରଣ ମନ୍ତ୍ରୀଙ୍କ ଇସ୍ତଫା

ଲଗାତାର କିଛି ଦିନ ଧରି ଉଭୟ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିଚାଲିଥିବା ବେଳେ 2018 ମସିହାରେ ସ୍ବାକ୍ଷରିତ ଚୁକ୍ତିରେ ସମ୍ପୃକ୍ତ ଦାୟିତ୍ବରେ ଥିବା କିମ୍‌ ନିଜକୁ ଦାୟୀ କରିଛନ୍ତି । ଏନେଇ ସେ ରାଷ୍ଟ୍ରପତି ମୁନ ଜୈ-ଇନଙ୍କୁ ନିଜ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି ।

inter korean relation, inter korean unification minister resigns, south korea's interkorean unification minister resigns, north-south korea clash, ଅନ୍ତଃକୋରିଆନ ସମ୍ପର୍କ, ଅନ୍ତଃକୋରିଆନ ଏକତ୍ରିକରଣ ମନ୍ତ୍ରୀଙ୍କ ଇସ୍ତଫା, ଦକ୍ଷିଣ କୋରିଆ ଏକତ୍ରୀକରଣ ମନ୍ତ୍ରୀଙ୍କ ଇସ୍ତଫା, ଉତ୍ତର-ଦକ୍ଷିଣ କୋରିଆ ତିକ୍ତତା
ଅନ୍ତଃକୋରିଆନ ସମ୍ପର୍କରେ ତିକ୍ତତା; ପଦ ଛାଡିଲେ ବିଭାଗୀୟ ମନ୍ତ୍ରୀ
author img

By

Published : Jun 19, 2020, 10:31 PM IST

ସିଓଲ: ତିକ୍ତ ହେବାରେ ଲାଗିଥିବା ଅନ୍ତଃକୋରିଆନ ସମ୍ପର୍କ ପାଇଁ ନିଜକୁ ଦାୟୀ କରି ପଦ ଛାଡିଛନ୍ତି ଏକତ୍ରୀକରଣ ଦାୟିତ୍ବରେ ଥିବା ମନ୍ତ୍ରୀ କିମ୍‌ ୟେଓନ-ଚୁଲ । ଲଗାତାର କିଛି ଦିନ ଧରି ଉଭୟ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିଚାଲିଥିବା ବେଳେ 2018 ମସିହାରେ ସ୍ବାକ୍ଷରିତ ଚୁକ୍ତିରେ ସମ୍ପୃକ୍ତ ଦାୟିତ୍ବରେ ଥିବା କିମ୍‌ ନିଜକୁ ଦାୟୀ କରିଛନ୍ତି । ଏନେଇ ସେ ରାଷ୍ଟ୍ରପତି ମୁନ ଜୈ-ଇନଙ୍କୁ ନିଜ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି ।

ଏନେଇ ସରକାରୀ ମୁଖପାତ୍ର କାଙ୍ଗ ମିନ-ସେଓକଙ୍କ କହିବା ଅନୁଯାୟୀ ରାଷ୍ଟ୍ରପତି ମୁନ ଗୁରୁବାର କିମ୍‌ଙ୍କ ସହ ରାତ୍ରିଭୋଜନରେ ଏସମ୍ପର୍କରେ ଆଲୋଚନା କରିଥିଲେ । କିମ୍‌ଙ୍କର ଏପରି ନିଷ୍ପତ୍ତି ପଛର ପ୍ରକୃତ କାରଣ କ’ଣ ଓ ଏପରି କରିବାର ଉଦ୍ଦେଶ୍ୟ କ’ଣ ରହିଛି ବୋଲି ମୁନ ଏହି ସମୟରେ ତାଙ୍କୁ ପଚାରି ବୁଝିଥିଲେ । ହେଲେ କିମ୍‌ଙ୍କ ପଦ ଛାଡିବା ପରେ ଏହି ସ୍ଥାନର ପରବର୍ତ୍ତୀ ଅଧିକାରୀ କିଏ ହେବ ସେନେଇ କାଙ୍ଗ କୌଣସି ସୂଚନା ଦେଇନଥିଲେ । ତେବେ ମୁନ କିମ୍‌ଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସେ ସ୍ପଷ୍ଟ କରିଥିଲେ ।

ବର୍ତ୍ତମାନ ଉପ ଏକତ୍ରୀକରଣ ମନ୍ତ୍ରୀ ଭାବେ ସୁହ ହୋ କାର୍ଯ୍ୟରତ ରହିଛନ୍ତି । ପରବର୍ତ୍ତୀ ଅଧିକାରୀ କାଙ୍ଗଙ୍କ ଦାୟିତ୍ବ ନେବା ପର୍ଯ୍ୟନ୍ତ ସୁହ ଏହି ଦାୟିତ୍ବ ତୁଲାଇବା ନେଇ ଜଣା ପଡିଛି । ତେବେ କିମ୍‌ଙ୍କ ସ୍ଥାନ ନେବା ପାଇଁ ଓକିଲ ଲି ଇନ-ୟଙ୍ଗ ଓ ମୁନଙ୍କ ପୂର୍ବତନ ମୁଖ୍ୟ ସହଯୋଗୀ ଇମ ଜଙ୍ଗ-ସେଓକ ଦାବିଦାର ରହିଥିବା ଜଣାଯାଇଛି ।

ସୂଚନା ମୁତାବକ କୈସଙ୍ଗଠାରେ ଥିବା ଅନ୍ତଃକୋରିଆନ ମିଳିତ ଯୋଗାଯୋଗ କାର୍ଯ୍ୟାଳୟକୁ ଉତ୍ତର କୋରିଆ ନଷ୍ଟ କରିବା ପରେ ଉଭୟ ଦେଶ ମଧ୍ୟରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ଗୁରୁବାର ଅନେକ ସେନାବିହୀନ ଅଞ୍ଚଳରେ ସେନା ମୁତୟନ କରି ଉତ୍ତର କୋରିଆ ଯୁଦ୍ଧ ପାଇଁ ଇଙ୍ଗିତ କରୁଥିବା ଦେଖାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.