ETV Bharat / international

ସମୁଦ୍ର ଭିତରେ 500 ରୋହିଙ୍ଗ୍ୟା, ଆଶ୍ରୟ ଦେବାକୁ ବାଂଲାଦେଶକୁ ନିର୍ଦ୍ଦେଶ - ବାଂଲାଦେଶ ଉପକୂଳ

ପୂର୍ବରୁ ପ୍ରାୟ ଏକ ଡଜନରୁ ଅଧିକ ରୋହିଙ୍ଗ୍ୟାଙ୍କୁ ପ୍ରବେଶ ଅନୁମତି ନମିଳିବାରୁ ଶେଷରେ ସମୁଦ୍ରରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ସେମାନେ ମାଲେସିଆରେ ପ୍ରବେଶ ଉଦ୍ୟମ କରି ଶେଷରେ ମୃତ୍ୟୁ ମୁଖରେ ପଡିଥିଲେ । ଅଧିକ ପଢନ୍ତୁ...

ସମୁଦ୍ର ଭିତରେ 500 ରୋହିଙ୍ଗ୍ୟା, ଆଶ୍ରୟ ଦେବାକୁ ବାଂଲାଦେଶକୁ ନିର୍ଦ୍ଦେଶ

author img

By

Published : Apr 28, 2020, 6:57 PM IST

ଢାକା: ବାଂଲାଦେଶ ଉପକୂଳରେ 2ଟି ବୋଟରେ 500 ରୋହିଙ୍ଗ୍ୟା ଶରଣାର୍ଥୀ ଗତ ସପ୍ତାହେ ହେବ ସମୁଦ୍ର ଭିତରେ ଫସି ରହିଛନ୍ତି । ଅନ୍ତର୍ଜାତୀୟ ସୀମାରେଖାଠାରୁ ଏମାନେ ବାଂଲାଦେଶ ଭିତରେ ପଶିବାର ଉଦ୍ୟମ କରୁଛନ୍ତି । ହେଲେ ବାଂଲାଦେଶର ନୌସେନା ଓ ତଟରକ୍ଷୀ ବାହିନୀ ସେମାନଙ୍କୁ ଭିତରକୁ ପଶିବାକୁ ଦେଉନଥିବା ଜଣାପଡିଛି ।

ଏନେଇ ସୂଚନା ଦେବା ସହ ଏହା ଉପରେ ପଦକ୍ଷେପ ନେବାକୁ ବାଂଲାଦେଶକୁ ନିର୍ଦ୍ଦେଶ ଦେଇଛି ମିଳିତ ଜାତିସଙ୍ଘ । ମାନବ ଅଧିକାରର ହାଇ କମିଶନର ମାଇକେଲ ବାଚେଲେଟ୍ ଏନେଇ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନଙ୍କୁ ଚିଠି ଲେଖିଛନ୍ତି । ପବିତ୍ର ରମଜାନ ମାସ ଆରମ୍ଭରେ ମାନବିକତାର ପରିଚୟ ଦେଇ ଖୁବଶିଘ୍ର 500 ରୋହିଙ୍ଗ୍ୟାଙ୍କୁ ସୀମାରେ ପ୍ରବେଶ ଅନୁମତି ଦେବାକୁ ଚିଠିରେ ମାଇକେଲ ଅନୁରୋଧ କରିଛନ୍ତି । ସମୁଦ୍ର ଭିତରେ ଶହ ଶହ ଶରଣାର୍ଥୀ ଅସହାୟ ଅବସ୍ଥାରେ ଅଛନ୍ତି । ସେମାନଙ୍କ ପ୍ରତି ଦୟାବାନ ହେବା ସହ ସେମାନଙ୍କ ଖାଦ୍ୟପେୟ ଓ ରହିବାର ସୁବିଧା କରିବାକୁ ସେ ଏପ୍ରିଲ 24ରେ ଲେଖିଥିବା ଚିଠିରେ କହିଛନ୍ତି ।

ଏହି ଚିଠି ସେପରି ସମୟରେ ଆସିଛି ଯେବେ ବାଂଲାଦେଶ କୌଣସି ବିଦେଶୀ ଶରଣାର୍ଥଙ୍କୁ ଆଶ୍ରୟ ଦେବନି ବୋଲି କହିଛି । ଗତ ଗୁରୁବାର ଏନେଇ ମୋମେନ କହିଥିଲେ ଯେ ବାଂଲାଦେଶ ସବୁବେଳେ ଅନ୍ୟ ଦେଶର ଦାୟିତ୍ବକୁ ଆଶ୍ରୟ ଦେଇଥାଏ । ବର୍ତ୍ତମାନ ସ୍ଥିତିରେ ବାହାର ଦେଶରୁ ଅନେକ କୋଭିଡ 19 ଆକ୍ରାନ୍ତ ଦେଶକୁ ଫେରୁଛନ୍ତି । ଫଳରେ କୌଣସି ବିଦେଶୀ ଲୋକ କିମ୍ବା ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ଆମ ପାଖରେ ଜାଗା ନାହିଁ ବୋଲି ସେ କହିଥିଲେ ।

ପୂର୍ବରୁ ପ୍ରାୟ ଏକ ଡଜନରୁ ଅଧିକ ରୋହିଙ୍ଗ୍ୟା 2 ମାସ ସମୁଦ୍ରରେ ଅପେକ୍ଷା କରି ପ୍ରବେଶ ଅନୁମତି ନପାଇ ମୃତ୍ୟୁବରଣ କରିଥିଲେ । ଯାହା ପରେ ଏପରି ମନ୍ତବ୍ୟ ଦେଇଥିଲେ ମୋମେନ । ଉକ୍ତ ରୋହିଙ୍ଗ୍ୟାମାନେ ମାଲେସିଆରେ ପ୍ରବେଶ ଉଦ୍ୟମ କରି ଶେଷରେ ମୃତ୍ୟୁ ମୁଖରେ ପଡିଥିଲେ । ଏବେ ଯାଏଁ ପ୍ରାୟ 10 ଲକ୍ଷ ରୋହିଙ୍ଗ୍ୟା ଯେଉଁମାନେ ମିଆଁମାରରୁ ବିତାଡିତ ହୋଇଛନ୍ତି, ବାଂଲାଦେଶରେ ଆସି ଆଶ୍ରୟ ନେଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.