ETV Bharat / international

ପାକିସ୍ତାନୀଙ୍କୁ UK ମନା; କୋରୋନା ପାଇଁ କଟକଣା ଲଗାଇଲା ବ୍ରିଟେନ - ପାକିସ୍ତାନ

ପାକିସ୍ତାନ ନାଗରିକଙ୍କୁ ୟୁକେ ମନା । ପାକିସ୍ତାନରେ ବଢୁଥିବା କୋରୋନା ସଂକ୍ରମଣ ମାମଲା ଯୋଗୁଁ ପାକିସ୍ତାନର ନାଗରିକ ୟୁକେ ଆସିପାରିବେ ନାହିଁ । ଏନେଇ ବ୍ରିଟିସ ସରକାର କଟକଣା ଲଗାଇଛନ୍ତି। ଅଧିକ ପଢନ୍ତୁ...

ପାକିସ୍ତାନୀଙ୍କୁ ବିଟ୍ରିସ ମନା ; କୋରୋନା ପାଇଁ ଲାଗିଲା କଟକଣା

author img

By

Published : Aug 9, 2021, 8:30 AM IST

ବ୍ରିଟେନ:ପାକିସ୍ତାନ ନାଗରିକଙ୍କୁ ୟୁକେ ମନା । ପାକିସ୍ତାନରେ ବଢୁଥିବା କୋରୋନା ସଂକ୍ରମଣ ମାମଲା ଯୋଗୁଁ ପାକିସ୍ତାନର ନାଗରିକ ୟୁକେ ଆସିପାରିବେ ନାହିଁ । ଏନେଇ ବ୍ରିଟିସ ସରକାର କଟକଣା ଲଗାଇଛନ୍ତି । ପାକିସ୍ତାନକୁ ରେଡ ଲିଷ୍ଟରେ ସାମିଲ କରିଛି ୟୁକେ । ଏନେଇ ୟୁକେର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ସେ କହିଛନ୍ତି ଯେ ପାକିସ୍ତାନରେ କୋଭିଡ ମାମାଲା, ମୃତ୍ୟୁ ସଂଖ୍ୟା ଓ ମେଡିକାଲେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟାକୁ ଆଧାର କରି ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । ରେଡ ଲିଷ୍ଟରୁ ବ୍ରିଟେନ ଭାରତକୁ ହଟାଇ ଦେଇଛି ବ୍ରିଟିଶ ସରକାର । ୟୁକେ ସରକାର କୋରୋନା ସଂକ୍ରମଣ ପାଇଁ ଏପ୍ରିଲ 2 ଏବଂ 19ରେ ପାକିସ୍ତାନ ଏବଂ ଭାରତକୁ ରେଡ ଲିଷ୍ଟରେ ରଖିଥିଲେ । କିନ୍ତୁ ଅଗଷ୍ଟ 8ରୁ ଏକ ନୂଆ ତାଲିକା ପ୍ରସ୍ତୁତ କରିଛନ୍ତି ସରକାର । ଯେଉଁଥିରେ ଭାରତ,ବାହାରିନ୍‌, କତାର ଏବଂ ୟୁଏଇକୁ ଦେଶ ଗୁ଼ଡିକ ପାଇଁ କିଛି ମାତ୍ରାରେ କଟକଣା କୋହଳ କରାଯାଇଛି ।

କୋରୋନା ସଂକ୍ରମଣ ବଢିବା, ପରୀକ୍ଷଣ ହାର କମିବା, ମୃତ୍ୟୁ ହାରରେ ବ୍ରେକ ନ ଲାଗିବା ନେଇ ପାକିସ୍ତାନରେ ସ୍ଥିତି ଗମ୍ଭୀର ରହିଛି । ଯାହା ଏବେ ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ ସାତ ଦିନ ମଧ୍ୟରେ, ପୂର୍ବ ସପ୍ତାହରେ 19ରୁ 25 ଜୁଲାଇ ପର୍ଯ୍ୟନ୍ତ ପାକିସ୍ତାନରେ ମାମଲା 87% ବୃଦ୍ଧି ପାଇଛି । ସେହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା 75% ବୃଦ୍ଧି ପାଇଛି । ପଜିଟିଭ ହାର ଜୁଲାଇ 26ରେ 5.6 ପ୍ରତିଶତ ରହିଥିବା ବେଳେ ଅଗଷ୍ଟ 3ରେ 7.9 ପ୍ରତିଶତକୁ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ କରାଚି ଭଳି ପ୍ରମୁଖ ସହର ଗୁଡିକ 20% ପର୍ଯ୍ୟନ୍ତ ସକ୍ରିୟ ପଜିଟିଭ ହାର ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.