ETV Bharat / international

ଆମେରିକା ପରେ ‘ବନ୍ଦେ ଭାରତ ମିଶନ’ ଉପରେ ରୋକ ଲଗାଇଲା ୟୁଏଇ - ବନ୍ଦେ ଭାରତ ମିଶନ

ୟୁଏଇ ପକ୍ଷରୁ ବନ୍ଦେ ଭାରତ ମିଶନକୁ ରୋକ । ଦେଶକୁ ଆସିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଲ୍ଲୀ ସ୍ଥିତ ଦୂତାବାସରୁ ନେବାକୁ ହେବ ଅନୁମତି। ଅଧିକ ପଢନ୍ତୁ...

ଆମେରିକା ପରେ ବନ୍ଦେ ଭାରତ ମିଶନ ଉପରେ ରୋକ ଲଗାଇଲା ୟୁଏଇ

author img

By

Published : Jun 28, 2020, 2:49 PM IST

ଆବୁଧାବି: ବିଦେଶରେ ରହୁଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବନ୍ଦେ ଭାରତ ମିଶନ ଉପରେ ଆପତ୍ତି ଜଣାଇଛି ୟୁଏଇ । ଏହି ମିଶନକୁ ଭେଦଭାବ ବୋଲି କହିଛି ୟୁଏଇ । ଏହାପୂର୍ବରୁ ଆମେରିକା ମଧ୍ୟ ସମାନ ଆପତ୍ତି ଉଠାଇଥିଲା ।

କିଛି ଦିନ ପୂର୍ବେ ଆମେରିକା କହିଥିଲା ​​ଯେ, ଏୟାର ଇଣ୍ଡିଆ ନିଜେ ବନ୍ଦେ ଭାରତ ମିଶନ ଅଧୀନରେ ଉଡାଣ ଭରୁଛି, କିନ୍ତୁ ଆମେରିକୀୟ ବିମାନ କମ୍ପାନୀର ଚାର୍ଟାଡ ​​ବିମାନକୁ ଭାରତ-ଆମେରିକା ମାର୍ଗରେ ଉଡାଣ ଭରିବାକୁ ଅନୁମତି ଦେଉନାହିଁ। ଆମେରିକା 22 ଜୁଲାଇରୁ ବନ୍ଦେ ଭାରତ ମିଶନ ଅଧୀନରେ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ବର୍ତ୍ତମାନ ୟୁଏଇ ଏଆଇ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁଏଇ ସମସ୍ତ ଏୟାର ଇଣ୍ଡିଆ ବିମାନ ଉପରେ ନିଷେଧାଦେଶ ଦେଇଛି । ତେବେ ସେହି ବିମାନ ଉପରେ ମଧ୍ୟ ରୋକ ଲଗାଇଛି ଯେଉଁଥିରେ ୟୁଏଇ ନାଗରିକମାନେ ଭାରତରୁ ନିଜରଦେଶକୁ ଯାଉଥିଲେ। ୟୁଏଇ ପକ୍ଷରୁ କୁହାଯାଇଛି ଯେ ବନ୍ଦେ ଭାରତ ମିଶନ ଅଧୀନରେ ଏଠାକୁ ଆସିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନୂଆଦିଲ୍ଲୀରେ ଆମ ଦୂତାବାସରୁ ନେବାକୁ ପଡ଼ିବଅନୁମତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଏୟାର ଇଣ୍ଡିଆ ୟୁଏଇ ସରକାରଙ୍କ ଠାରୁ ଭାରତ ନାଗରିକଙ୍କୁ ସ୍ବଦେଶ ଆଣିବା ପାଇଁ ଭାରତ-ୟୁଏଇ ମାର୍ଗରେ ବିମାନ ଉଡ଼ାଣ ପାଇଁ ଅନୁମତି ଲୋଡିଛି। ବନ୍ଦେ ଭାରତ ମିଶନ ମେ 6ରୁ ଆରମ୍ଭ ହୋଇଛି ।

ଆମେରିକାର ପରିବହନ ବିଭାଗ (ଡିଓଟି)ର ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଜୁଲାଇ 22ରୁ ଇଣ୍ଡୋ-ଆମେରିକା ମାର୍ଗରେ କୌଣସି ଏୟାର ଇଣ୍ଡିଆ ଚାର୍ଟାଡ ​​ବିମାନ ଉଡ଼ାଣ ଭରିବାକୁ ଅନୁମତି ଦିଆଯିବ ନାହିଁ । ଡିଓଟି ନିଜ ଆଦେଶରେ କହିଛି ଯେ, ସେମାନେ ଏହି ପଦକ୍ଷେପ ନେଉଛନ୍ତି କାରଣ ଭାରତ ସରକାର ଆମେରିକୀୟ ବିମାନର କାର୍ଯ୍ୟକ୍ଷମ କର୍ତ୍ତୃପକ୍ଷଙ୍କୁ ବାଧା ଦେଇଛନ୍ତି ଏବଂ ଆମେରିକୀୟ ବିମାନ ସହିତ ଭେଦଭାବକାରୀ ତଥା ପ୍ରତିବନ୍ଧକମୂଳକ ମନୋଭାବ ପୋଷଣ କରୁଛନ୍ତି। ଭାରତରେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି 25 ମାର୍ଚ୍ଚରୁ ସମସ୍ତ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରିଦିଆଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.