ETV Bharat / international

କୋରୋନା କାଳରେ 62 ଦେଶକୁ ୟୁଏଇ ଯୋଗାଇଛି 708 ଟନ ମେଡିକାଲ ସାମଗ୍ରୀ - କୋରୋନା ଭାଇରସ

କୋଭିଡ୍ 19 ର ମୁକାବିଲା ପାଇଁ, ୟୁଏଇ ଆଜି ପର୍ଯ୍ୟନ୍ତ ବିଶ୍ବ ର 62 ଟି ଦେଶକୁ 708 ଟନ୍ରୁ ଅଧିକ ଚିକିତ୍ସା ସହାୟତା, ବ୍ୟକ୍ତିଗତ ସୁରକ୍ଷା କିଟ୍ ଯୋଗାଣ କରିଛି। ୟୁଏଇ କୋଭିଡ୍ 19 ବିସ୍ତାରକୁ ରୋକିବା ପାଇଁ ବିଶ୍ୱସ୍ତରୀୟ ପ୍ରୟାସକୁ ସମର୍ଥନ କରିବା ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିଛି।

କୋରୋନା କାଳରେ 62 ଦେଶକୁ ୟୁଏଇ ଯୋଗାଇଛି 708 ଟନ ମେଡିକାଲ ସାମଗ୍ରୀ

author img

By

Published : Jun 5, 2020, 8:07 AM IST

ନୂଆଦିଲ୍ଲୀ:ବିଶ୍ବ ଲଢୁଛି କୋରୋନା ଯୁଦ୍ଧ। ଏହି ଅଦୃଶ୍ୟ ମହାମାରୀ ସହ ଲଢେଇ କରିବାକୁ ସମୟ ସମସ୍ତଙ୍କୁ ଏକଜୁଟ୍ କରିଦେଇଛି। ସବୁ ଦେଶ ମଧ୍ୟରେ ସାହାଯ୍ୟ ଓ ସହଯୋଗ ବଢିବା ସହ ଏଥିରୁ ମୁକୁଳିବାକୁ ଚାଲିଛି ଅହରହ କସରତ। ତେବେ ପୂର୍ବରୁ ଭାରତ ବିଭିନ୍ନ ଦେଶକୁ ହାଇଡ୍ରୋକ୍ଲୋରୋକ୍ବିନ ମେଡିସିନ ଯୋଗାଇ ସବୁ ଦେଶ ପାଇଁ ଉଦାହରଣ ପାଲଟିଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛି ୟୁଏଇ।

କୋଭିଡ୍ 19ର ମୁକାବିଲା ପାଇଁ, ୟୁଏଇ ଆଜି ପର୍ଯ୍ୟନ୍ତ ବିଶ୍ବ ର 62ଟି ଦେଶକୁ 708 ଟନ୍ରୁ ଅଧିକ ଚିକିତ୍ସା ସହାୟତା, ବ୍ୟକ୍ତିଗତ ସୁରକ୍ଷା କିଟ୍ ଯୋଗାଣ କରିଛି। ୟୁଏଇ କୋଭିଡ୍ 19 ବିସ୍ତାରକୁ ରୋକିବା ପାଇଁ ବିଶ୍ୱସ୍ତରୀୟ ପ୍ରୟାସକୁ ସମର୍ଥନ କରିବା ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିଛି। ଯାହାଦ୍ବାରା 708,000 ସ୍ୱାସ୍ଥ୍ୟ କର୍ମୀ ସିଧାସଳଖ ଉପକୃତ ହୋଇଥିବା ଏକ ସରକାରୀ ସୂତ୍ରରୁ ସୂଚନା ମିଳିଛି।

ଏଥିସହ ଭାଇରସ ବିସ୍ତାରକୁ ମୁକାବିଲା କରିବାରେ ୟୁଏଇର ବିଶ୍ୱସ୍ତରୀୟ ଉଦ୍ୟମରୁ 65 ନିୟୁତ ପରୋକ୍ଷ ହିତାଧିକାରୀ ଲାଭବାନ ହୋଇଛନ୍ତି ବୋଲି ପ୍ରକାଶ କରିଛି। ପ୍ରକାଶିତ ଖବର ଅନୁଯାୟୀ, କୋରୋନାଭାଇରସ୍ ବିସ୍ତାରର ମୁକାବିଲା ପାଇଁ ୟୁଏଇ ପ୍ରଥମ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ଏହା ଜୀବାଣୁ ବିସ୍ତାରକୁ ରୋକିବାରେ ଅନେକ ମାନବୀୟ ପଦକ୍ଷେପ ଆରମ୍ଭ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.