ETV Bharat / international

ଆଫଗାନିସ୍ତାନରେ 2 ଲସ୍କର-ଇ-ତୋଇବା କମାଣ୍ଡର ନିହତ - Two senior LeT commanders killed in encounter in Afghanistan

ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ (ଏନଡିଏସ) ଓ ଆଫଗାନିସ୍ତାନ ଜାତୀୟ ସେନା (ଏଏନଏ)ର ମିଳିତ ମୁକାବିଲାରେ ଦୁଇ ବରିଷ୍ଠ କମାଣ୍ଡୋଙ୍କ ସମେତ ପାଞ୍ଚ ଜଣ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ।

ଆଫଗାନିସ୍ତାନରେ 2 ଲସ୍କର-ଇ-ତୋଇବା କମାଣ୍ଡର ନିହତ

author img

By

Published : Aug 16, 2020, 4:58 PM IST

କାବୁଲ: ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ (ଏନଡିଏସ) ଓ ଆଫଗାନିସ୍ତାନ ଜାତୀୟ ସେନା (ଏଏନଏ)ର ମିଳିତ ମୁକାବିଲାରେ ଦୁଇ ବରିଷ୍ଠ କମାଣ୍ଡୋଙ୍କ ସମେତ ପାଞ୍ଚ ଜଣ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର କୁନାର ପ୍ରଦେଶର ଡଙ୍ଗାମ ଜିଲ୍ଲାରେ ଏହି ଘଟଣା ଘଟିଥିବା କୁହାଯାଇଛି । ମୃତ ଦୁଇ କମାଣ୍ଡର ପାଚା ଖାନ ଏବଂ ଅଖତର ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି । ପାଚା ଖାନର ଘର ପାକିସ୍ତାନର ସାହିଟଙ୍ଗାଇ ଜିଲ୍ଲାର ବାଜାଉରରେ ହୋଇଥିବା ଜଣାପଡିଛି ।

ଲସ୍କର-ଇ-ତୋଇବା ଆତଙ୍କବାଦୀମାନେ ଡଙ୍ଗାମରେ ରହିଥବା ଖବର ଏଏନଏ ପାଇବାପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏହା ପରେ ଆଫଗାନିସ୍ତାନ ସୁରକ୍ଷା କର୍ମୀମାନେ ଏନକାଉଣ୍ଟର ଆରମ୍ଭ କରିଥିଲେ, ଯେଉଁଥିରେ ପାଞ୍ଚ ଜଣ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ 4 ଜଣ ଆହତ ହୋଇଛନ୍ତି । ନିହତ ହୋଇଥିବା ଆତଙ୍କବାଦୀମାନେ ହେଲେ- ପାଚା ଖାନ, ଅଖତର, ତାଇଏବ ବାଜୁରୀ, ଶରଫତ ବାଜୁରୀ ଏବଂ ମୋହିବୁଲ୍ଲା।

ବର୍ତ୍ତମାନ ହୋଇଥିବା ଅପରେସନ ପୁଣିଥରେ ପ୍ରମାଣିତ କରିଛି ଯେ ପାକିସ୍ତାନ ସରକାର ଏବଂ ଏହାର ଗୁପ୍ତଚର ଏଜେନ୍ସି ଆଇଏସଆଇ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି ଓ ପାକିସ୍ତାନୀ ଯୁବକମାନଙ୍କୁ ନେଇ ସେଠାରେ ଅଶାନ୍ତି ସୃଷ୍ଟି କରୁଛି।

ଗତ ମାସରେ ଆଫଗାନିସ୍ତାନର କାନ୍ଦାହାରରେ ନିହତ ଆତଙ୍କବାଦୀଙ୍କ ମୃତଦେହରୁ ପାକିସ୍ତାନୀ ପରିଚୟ ପତ୍ର ଉଦ୍ଧାର କରାଯାଇଥିଲା। ଖାମା ନ୍ୟୁଜ୍ ଏଜେନ୍ସି ଅନୁଯାୟୀ କାନ୍ଦାହାରର ପୋଲିସ୍ ମହାନିର୍ଦ୍ଦେଶକ ଜେନ ତାଡିନ ଖାନ୍ ଆଖାକଜାଇ କହିଛନ୍ତି ଯେ, ମାରୁଫରେ ସୁରକ୍ଷା ବାହିନୀ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। କେତେକ ଆଇଡି କାର୍ଡ ଉର୍ଦ୍ଦୁରେ ନାମ ରହିଥିବାରୁ ସେମାନଙ୍କୁ ଚିହ୍ନାବା ସମ୍ଭବ ହୋଇଛି ।

ସେହିପରି ଅନ୍ୟ ଏକ ଆକ୍ରମଣରେ, କାନ୍ଦାହାରର ତାଖତ ଇ ପୋଲ ସହରରେ ନାଟୋ 12 ଜଣ ପାକିସ୍ତାନୀଙ୍କ ସମେତ 25 ତାଲିବାନ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.