ETV Bharat / international

ତେଲେଙ୍ଗାନା ରାଜନୀତିରେ ନୂଆ ସମୀକରଣ: ଏକାଠି ଲଢିବେ ଟିଆରଏସ-ଏଆଇଏମଆଇଏମ !

ତେଲେଙ୍ଗାନାରେ କ୍ଷମତାସୀନ ଥିବା ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ଏବଂ ରାଜ୍ୟର ଅନ୍ୟତମ ପ୍ରମୁଖ ଦଳ ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତିହାଦୁଲ ମୁସଲିମିନ୍(ଏଆଇଏମଆଇଏମ) ମଧ୍ୟରେ ସାମ୍ଭାବ୍ୟ ନିର୍ବାଚନୀ ମେଣ୍ଟ ହୋଇପାରେ । ଅର୍ଥାତ ଉଭୟ ଦଳ ସହଯୋଗ ଭିତ୍ତିରେ 2019 ଲୋକସଭା ନିର୍ବାଚନ ଲଢିପାରନ୍ତି । ପୂର୍ବରୁ ଏହାର ପ୍ରତିଫଳନ ଗତବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ
author img

By

Published : Feb 21, 2019, 5:21 PM IST

ହାଇଦ୍ରାବାଦ: ବିଧାନସଭା ନିର୍ବାଚନ ସରିଯିବା ପରେ ଏବେ ତେଲେଙ୍ଗାନାରେ 2019 ଲୋକସଭା ନିର୍ବାଚନର ତାତି ଅନୁଭୂତ ହେଲାଣି । ଦିନକୁ ଦିନ ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ବିଭିନ୍ନ ଦଳର ମଙ୍ଗୁଆଳ । ମେଣ୍ଟ ଗଠନ କିମ୍ବା ସହଯୋଗ ଭିତ୍ତିରେ ନିର୍ବାଚନ ଲଢିବା ପାଇଁ କେତେକ ଦଳ ଉଦ୍ୟମ କରୁଥିବାର ଜଣାପଡିଛି । ଯାହା ଫଳରେ ତେଲେଙ୍ଗାନାର ରାଜନୈତିକ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ।

ତେଲେଙ୍ଗାନାରେ କ୍ଷମତାସୀନ ଥିବା ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ଏବଂ ରାଜ୍ୟର ଅନ୍ୟତମ ପ୍ରମୁଖ ଦଳ ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତିହାଦୁଲ ମୁସଲିମିନ୍(ଏଆଇଏମଆଇଏମ) ମଧ୍ୟରେ ସାମ୍ଭାବ୍ୟ ନିର୍ବାଚନୀ ମେଣ୍ଟ ହୋଇପାରେ । ଅର୍ଥାତ ଉଭୟ ଦଳ ସହଯୋଗ ଭିତ୍ତିରେ 2019 ଲୋକସଭା ନିର୍ବାଚନ ଲଢିପାରନ୍ତି । ପୂର୍ବରୁ ଏହାର ପ୍ରତିଫଳନ ଗତବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା ।

ରାଜ୍ୟର କେତେକ ବିଧାନସଭା ଆସନରେ ଟିଆରଏସ ପାଇଁ ପ୍ରଚାର କରିଥିଲେ ଏଆଇଏମଆଇଏମ ସୁପ୍ରିମୋ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସି । ବିଧାନସଭା ନିର୍ବାଚନ ସମୟରେ ପରସ୍ପରକୁ ସାକ୍ଷାତ କରିଥିଲେ ଟିଆରଏସର ଅଧ୍ୟକ୍ଷ କେ.ଚନ୍ଦ୍ରଶେଖର ରାଓ ଏବଂ ସାଂସଦ ଅସାଦୁଦ୍ଦିନ ଓୱେସି ।

ଏଆଇଏମଆଇଏମ ଆମର ସହଯୋଗୀ ଦଳ ବୋଲି କହିଛି ଟିଆରଏସ। ଏସମ୍ପର୍କରେ ପ୍ରତିକ୍ରିୟା ରଖି ଦଳର ମୁଖପାତ୍ର ଆବିଦ ରସୁଲ ଖାନ କହିଛନ୍ତି, "ଏଆଇଏମଆଇଏମ ସହଯୋଗରେ ଟିଆରଏସ ହାଇଦ୍ରାବାଦ ସହ ରାଜ୍ୟର ଅନ୍ୟ ସମସ୍ତ ଲୋକସଭା ଆସନରେ ବିଜୟୀ ହେବ ।"

undefined

ଏଥିସହିତ ଆବିଦ ଆହୁରି ମଧ୍ୟ କହିଛନ୍ତି, "ମେଣ୍ଟ ବୁଝାମଣା ସମ୍ମାନ ଜଣାଇ ଟିଆରଏସ ହାଇଦ୍ରାବାଦ ଲୋକସଭା ଆସନରେ ପ୍ରାର୍ଥୀ ଦେବ ନାହିଁ । ମାତ୍ର ଏଠାରୁ ପ୍ରତିଦ୍ୱନ୍ଦିତା କରିବାକୁ ଥିବା ଏଆଇଏମଆଇଏମ ସୁପ୍ରିମୋଙ୍କୁ ସମର୍ଥନ ଜଣାଇବ ।" ଉଭୟ ଦଳଙ୍କ ମଧ୍ୟରେ ମେଣ୍ଟ ହେବ କି ନାହିଁ ସେ ନେଇ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ ।

OD_BAM_SAMIR_ON_LAXMI_BEHERA_SPL.PKG_VIS_7

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.