ETV Bharat / international

ଇଣ୍ଡୋନେସିଆ ଭୂକମ୍ପ ମୃତ୍ୟୁସଂଖ୍ୟା 56କୁ ବୃଦ୍ଧି

author img

By

Published : Jan 17, 2021, 10:58 AM IST

ଇଣ୍ଡୋନେସିଆ ଭୂକମ୍ପରେ ମୃତ୍ୟୁସଂଖ୍ୟା 56କୁ ବୃଦ୍ଧି। ଏନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.2 ରେକର୍ଡ କରାଯାଇଥିଲା। ଅଧିକ ପଢନ୍ତୁ...

ଇଣ୍ଡୋନେସିଆ ଭୂକମ୍ପ ମୃତ୍ୟୁସଂଖ୍ୟା 56କୁ ବୃଦ୍ଧି
ଇଣ୍ଡୋନେସିଆ ଭୂକମ୍ପ ମୃତ୍ୟୁସଂଖ୍ୟା 56କୁ ବୃଦ୍ଧି

ଜାକର୍ତ୍ତା: ଇଣ୍ଡୋନେସିଆ ଭୂକମ୍ପରେ ମୃତ୍ୟୁସଂଖ୍ୟା 56କୁ ବୃଦ୍ଧି। ଏନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.2 ରେକର୍ଡ କରାଯାଇଥିଲା। ତେବେ ଅଧିକାଂଶ ମୃତକ ଇଣ୍ଡୋନେସିଆର ପଶ୍ଚିମ ସୁଲାୱେସି ପ୍ରଦେଶର ମାମୁଜୁ ଅଞ୍ଚଳରେ ଘଟିଛି।

ଇଣ୍ଡୋନେସିଆ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ସୁଦ୍ଧା ମୃତ୍ୟୁସଂଖ୍ୟା 46 ଥିବା ବେଳେ ଆହତଙ୍କ ସଂଖ୍ୟା 637 ରହିଛି। ଭୂମିକମ୍ପକୁ ନେଇ ପଶ୍ଚିମ ସୁଲାୱେସି କର୍ତ୍ତୃପକ୍ଷ ଏହି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ତେବେ ପରିସ୍ଥିତିକୁ ଦେଖି ଆଗାମୀ ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ ଦିଆଯିବ।

ଭୂମିକମ୍ପର କ୍ଷୟକ୍ଷତିକୁ ଭରଣା କରିବାକୁ 284,000 ଡଲାର ଅର୍ଥ ବଣ୍ଟନ କରାଯାଇଛି। ସୂଚନା ଥାଉକି, ଶୁକ୍ରବାର ସକାଳେ ପଶ୍ଚିମ ସୁଲାୱେସିରେ 6.2 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଝଟକା ଅନୁଭୂତ ହୋଇଥିବା 15000 ଲୋକ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳ ମାଜେନ୍ ସହରର ଉତ୍ତର-ପୂର୍ବଠାରୁ 6 କିଲୋମିଟର (3.73 ମାଇଲ୍) ଥିବାବେଳେ 10 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା ।

2018 ରେ, ସୁଲାୱେସିର ପାଲୁ ସହରରେ 6.2 ମ୍ୟାଗ୍ନିଚ୍ୟୁଡର ଏକ ଭୟଙ୍କର ଭୂକମ୍ପ ଏବଂ ପରବର୍ତ୍ତୀ ସୁନାମିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.