ETV Bharat / international

ହଂକଂରୁ ବିଦାୟ ନେବ ଟିକଟକ୍ - ଟିକଟକ୍

ଜାତୀୟ ସୁରକ୍ଷା ବିଲ ଆଣିବା ପରେ ପ୍ରଥମ କମ୍ପାନୀ ଭାବେ ଟିକଟକ୍ ହଂକଂ ଛାଡିଛି । ଆଗାମୀ କିଛି ଦିନ ମଧ୍ୟରେ ପ୍ଲେଷ୍ଟୋର ଏବଂ ସମସ୍ତ ମୋବାଇଲରୁ ଏହି ଆପ୍ ହଟିଯିବ ବୋଲି କମ୍ପାନୀର ମୁଖପାତ୍ର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ହଂକଂରୁ ବିଦାୟ ନେବ ଟିକଟକ୍
ହଂକଂରୁ ବିଦାୟ ନେବ ଟିକଟକ୍
author img

By

Published : Jul 7, 2020, 8:26 PM IST

ଭିକ୍ଟୋରିଆ ସିଟି(ହଂକଂ): ଭାରତରୁ ବ୍ୟାନ ହେବା ପରେ ଏବେ ହଂକଂ ମାର୍କେଟରୁ ବିଦାୟ ନେବ ଚାଇନିଜ ଆପ୍ ଟିକଟକ୍ । ତେବେ ଏଥିପାଇଁ ହଂକଂ ସରକାର କୌଣସି ପ୍ରକାର ନିଷ୍ପତ୍ତି ନେଇନାହାନ୍ତି । ଖୋଦ ଚୀନର ଜାତୀୟ ସୁରକ୍ଷା ବିଲ ବିବାଦ ଯୋଗୁଁ ଏପରି ନିଷ୍ପତ୍ତି ନେଇଛି ବାଇଟଡ୍ୟାନ୍ସ ଅଧୀନରେ ଥିବା ଟିକଟକ୍ ।

ପୂର୍ବରୁ ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ବିଟର ଭଳି ଆମେରିକୀୟ କମ୍ପାନୀ ହଂକଂରେ ଚୀନର ଜାତୀୟ ସୁରକ୍ଷା ବିଲକୁ ବିରୋଧ କରି ଏପରି ନିଷ୍ପତ୍ତି ନେବେ ବୋଲି ସ୍ଥିର କରିଛନ୍ତି । ଆମେରିକୀୟ କମ୍ପାନୀ ୟୁଜର୍ସ ଡାଟାର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିବା ପରେ କମ୍ପାନୀମାନେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ବିଲ ଆଣିବା ପରେ ପ୍ରଥମ କମ୍ପାନୀ ଭାବେ ଟିକଟକ୍ ହଂକଂ ଛାଡିଛି । ଆଗାମୀ କିଛି ଦିନ ମଧ୍ୟରେ ପ୍ଲେଷ୍ଟୋର ଏବଂ ସମସ୍ତ ମୋବାଇଲରୁ ଏହି ଆପ୍ ହଟିଯିବ ବୋଲି କମ୍ପାନୀର ମୁଖପାତ୍ର ସୂଚନା ଦେଇଛନ୍ତି ।

ନିକଟରେ ହଂକଂରେ ଘଟୁଥିବା ପରିବର୍ତ୍ତିତ ରାଜନୀତିକୁ ଦେଖି ଟିକଟକ୍ ହଂକଂରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛି । ଏଠାରେ କମ୍ପାନୀର ସମସ୍ତ ପ୍ରକାର ଅପରେସନ ବନ୍ଦ କରାଯିବ ବୋଲି ମୁଖପାତ୍ର ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ୟୁଜର୍ସଙ୍କ ଡାଟା ଷ୍ଟୋରେଜ କରୁଥିବାରୁ ଭାରତରେ ଏହି ଆପ୍ ବ୍ୟାନ ହେବା ସହ ଆମେରିକା ଏହାକୁ ବ୍ୟାନ କରିବା ସମ୍ପର୍କରେ ଚିନ୍ତା କରୁଛି । ତେବେ ଏହାର ମାଲିକ ତଥା ପୂର୍ବତନ ୱାଲ୍ଟ ଡିଜନୀ ସହକାର୍ଯ୍ୟକାରୀ ଅଧିକାରୀ କେଭିନ ମେୟର ସ୍ପଷ୍ଟ କରିଛନ୍ତି ଯେ ଟିକଟକ୍ କୌଣସି ପ୍ରକାର ଡାଟା ଚୀନରେ ଷ୍ଟୋରେଜ କରିନାହିଁ । ଏହା ୟୁଜର୍ସଙ୍କ ସିକ୍ୟୁରିଟି ଉପରେ ଅଧିକ ଗୁରୁତ୍ବ ଦେଇଥାଏ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.