ETV Bharat / international

106ରୁ ଊର୍ଦ୍ଧ୍ବ ଭାଷା ଜାଣନ୍ତି ଏହି 8 ବର୍ଷୀୟ ଅଦ୍ଭୁଦ ବାଳକ - language

ବୟସ 8 ବର୍ଷ, ହେଲେ 106ରୁ ଉର୍ଦ୍ଧ୍ବ ଭାଷା ଜାଣିଛନ୍ତି । 10ଟି ଭାଷାରେ ପାରଙ୍ଗମ ସେ । ଚର୍ଚ୍ଚାରେ ଚୀନ ପୁଅ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 21, 2019, 9:02 AM IST

ନୂଆଦିଲ୍ଲୀ: ଆଠ ବର୍ଷ ବାଳକର କମାଲ । 106ରୁ ଉର୍ଦ୍ଧ୍ବ ଭାଷାକୁ ଲେଖିପଢି ପାରୁଛି କୁନିପୁଅ । ଆକର୍ଷଣର କେନ୍ଦ୍ରବିନ୍ଦୁ ପାଇଟିଛି ଚୀନର ଏଭଳି ଜଣେ ପ୍ରତିଭା । ନାଁ ନିଲ ଠୋଗୁଲୁବା ।

ଥରେ ଭାବନ୍ତୁ ତ ! ବର୍ଷ ବର୍ଷ ଧରି ବିଭିନ୍ନ ଭାଷା ଉପରେ ଅଧ୍ୟୟନ କରୁଥିବା ଭାଷାବିଦମାନଙ୍କ ପକ୍ଷରେ ଯାହା ସମ୍ଭବ ନୁହେଁ, ତାହା କରି ଦେଖାଇଛି ଚୀନର ପୁଅ । ଯେଉଁ ବୟସରେ ମାତୃଭାଷା ଉପରେ ଦକ୍ଷତା ହାସଲ କରିବା ଅସମ୍ଭବ, ସେହି ବୟସରେ 106ରୁ ଉର୍ଦ୍ଧ୍ବ ଭାଷାକୁ ଲେଖିବା ଏବଂ ପଢିବାରେ ସେ ସକ୍ଷମ । ଆଉ ନିଲଙ୍କ ଏହି ଭାଷା ଶିକ୍ଷାରେ ରହିଛି ୟୁଟୁବର ହାତ । ୟୁଟୁବରୁ ବିଭିନ୍ନ ଭାଷା ଶିଖିଥାନ୍ତି ନିଲ । ଏପରିକି International Phonetic Alphabet(IPA) ସେ ଜାଣିଥିବାରୁ ବିଭିନ୍ନ ଭାଷାର ଉଚ୍ଚାରଣ ଏବଂ ଅର୍ଥ ବୁଝିବାକୁ ତାଙ୍କୁ ବେଶ ସହଜ ହୋଇଥାଏ ।

ତେବେ ଭାଷାଶିକ୍ଷା ନେଇ ନିଲ କୁହନ୍ତି, ମୁଁ ଜାଣିନାହିଁ କିପରି ଭାଷା ଶିକ୍ଷା ଉପରେ ମୋର ଇଚ୍ଛା ଆରମ୍ଭ ହେଲା । ହେଲେ ମୁଁ ଏବେ 106ଟି ଭାଷା ଲେଖିପଢି ଜାଣିଛି । ଏପରିକି 10ଟି ଭାଷାରେ ମୁଁ ବହୁତ ଭଲ ଭାବରେ କହିପାରିବି । ସେହିପରି ବର୍ତ୍ତମାନ ଆଉ ଅଧିକ 5ଟି ଭାଷା ଶିକ୍ଷାଲାଭ କରୁଥିବା ନିଲ କହିଛନ୍ତି ।

ଅନ୍ୟପଟେ ପୁଅର ଏଭଳି ପ୍ରତିଭା ଉପରେ ବାପା ଶଙ୍କର ନାରାୟଣ କହିଛନ୍ତି, ‘ଗତବର୍ଷଠୁ ନିଲ ଭାଷା ଶିକ୍ଷା ଆରମ୍ଭ କରିଥିଲା । ବିଭିନ୍ନ ଭାଷା ଉପରେ ଜାଣିବାକୁ ତାର ଆଗ୍ରହ ବଢିଥିଲା । ଧିରେଧିରେ ବହୁଭାଷାକୁ ସେ ଆୟତ୍ତ କରିଛି ।’

Intro:Body:

gfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.