ETV Bharat / international

ସମଗ୍ର ବିଶ୍ବରେ କୋରୋନା ସଙ୍କଟ ଜାରି, ଚୀନରେ ଆରମ୍ଭ ହେଲା ମେ' ପର୍ବ - corona free china

ବର୍ତ୍ତମାନ ଚାଇନାରେ ସାଧାରଣ ଲୋକଙ୍କ ମଧ୍ୟରେ ମେ ପର୍ବ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଜନସାଧାରଣଙ୍କ ପାଇଁ 8 ହଜାର 498 ପର୍ଯ୍ୟଟନ ସ୍ଥାନ ଖୋଲାଯାଇଛି। ଅଧିକ ପଢନ୍ତୁ...

people in China
ସମଗ୍ର ବିଶ୍ବରେ କୋରୋନା ସଙ୍କଟ ଜାରି, ଚୀନରେ ଆରମ୍ଭ ହେଲା ମେ' ପର୍ବ
author img

By

Published : May 6, 2020, 5:13 PM IST

ବେଜିଂ: ଦେଶରେ କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି । ସାଧାରଣ ଜନତାଙ୍କୁ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ଆମେରିକା, ଇଂଲଣ୍ଡ, ଫ୍ରାନ୍ସ ଏବଂ ଇଟାଲୀ ପରି ଦେଶରେ ପରିସ୍ଥିତି ଅସମ୍ଭାଳ । କିନ୍ତୁ ଏପରି ପରିସ୍ଥିତିରେ ଏପରି ଏକ ଦେଶ ଅଛି ଯେଉଁଠାରେ ଲକଡାଉନ୍ ଖୋଲାଯାଇଛି। ବିନା କୌଣସି ଚିନ୍ତାରେ ପୁରା ଦେଶ ବୁଲିବା ଆରମ୍ଭ କରିଛି ଏବଂ ବର୍ତ୍ତମାନ ଉକ୍ତ ସ୍ଥାନରେ କୋରୋନା ବିଷୟରେ ଚିନ୍ତା ନାହିଁ ।

people in China
ସମଗ୍ର ବିଶ୍ବରେ କୋରୋନା ସଙ୍କଟ ଜାରି, ଚୀନରେ ଆରମ୍ଭ ହେଲା ମେ' ପର୍ବ

ବର୍ତ୍ତମାନ ଚାଇନାରେ ସାଧାରଣ ଲୋକଙ୍କ ମଧ୍ୟରେ ମେ ପର୍ବ ଚାଲିଛି । ଗତ ଦୁଇ ଦିନ ମଧ୍ୟରେ ପ୍ରାୟ 5 କୋଟି ଚାଇନାର ଲୋକ ଦେଶର ବିଭିନ୍ନ ପ୍ରଦେଶକୁ ଯାତ୍ରା କରିଛନ୍ତି । ଆସନ୍ତା 3 ଦିନ ମଧ୍ୟରେ ପ୍ରାୟ 9 କୋଟି ଲୋକ ଏହି ଯାତ୍ରା ଉପଭୋଗ କରିବେ ବୋଲି ଆଶା କରାଯାଉଛି। ଏହା କହିବା ଉଚିତ୍ ଯେ ଚାଇନାରେ ବୁଲାବୁଲି ଉପରେ ପ୍ରତିବନ୍ଧକ ହଟାଯାଇଛି।

ଚୀନ୍‌ର ପର୍ଯ୍ୟଟନ ମନ୍ତ୍ରଣାଳୟ କହିଛି ଯେ, ବର୍ତ୍ତମାନ ଦେଶରେ 5 ଦିନିଆ ପର୍ବ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଜନସାଧାରଣଙ୍କ ପାଇଁ 8 ହଜାର 498 ପର୍ଯ୍ୟଟନ ସ୍ଥାନ ଖୋଲାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଦେଶରେ କୋରୋନା ହ୍ରାସ ପାଇବା ପରେ ପର୍ଯ୍ୟଟନ ଏବଂ ଭ୍ରମଣକୁ ଅନୁମତି ଦିଆଯାଇଛି। ଚୀନ୍ ମଧ୍ୟ ଖୁବ ଶୀଘ୍ର ଏହାର ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବ।

ଚାନାରେ କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ଜାନୁୟାରୀରୁ ମେ ମଧ୍ୟରେ ଚାଇନାରେ ପ୍ରାୟ 83 ହଜାର 965 କୋରୋନା ପଜିଟିଭ ରିପୋର୍ଟ ହୋଇଛି । ସେଥିମଧ୍ୟରୁ ପ୍ରାୟ 4637 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଚୀନ୍ ସରକାର ଦାବି କରିଛନ୍ତି ଯେ କୋରୋନାର ଆଉ ନୂଆ ମାମଲା ବର୍ତ୍ତମାନ ଆସୁନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.