ETV Bharat / international

ଥାଇଲାଣ୍ଡରେ 15 ହଜାର କର୍ମଚାରୀଙ୍କୁ ଘରକୁ ଫେରିବାକୁ ନିର୍ଦ୍ଦେଶ ଜାରି

ସମୟ ଥିଲା ପର୍ଯ୍ୟଟକଙ୍କ ପାଇଁ ଛୁଟି କାଟିବାର ଏକ ମନ ପସନ୍ଦର ସ୍ଥାନ ଥିଲା ଥାଇଲାଣ୍ଡ । ହେଲେ ଏବେ କୋରୋନା ପ୍ରକୋପରେ ଖାଲି ପଡିଛି ଏହି ପର୍ଯ୍ୟଟନସ୍ଥଳୀ । ବିଶେଷକରି ମନୋରଞ୍ଜନର ଖୋରାକ ଯୋଗାଉଥିବା ଏହି ସ୍ଥାନରେ ଏବେ ବନ୍ଦ ହୋଇଛି ସମସ୍ତ ଦ୍ବୀପ ଓ ଏଠାରେ ଥିବା ବାର, ହୋଟେଲ ଓ ରେସ୍ତୋରାଁ ।

employees forced to leave for home in thailand, corona in thailand, corona update, coronavirus news, ଥାଇଲାଣ୍ଡରେ କର୍ମଚାରୀଙ୍କୁ ଛୁଟି, ଥାଇଲାଣ୍ଡରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ
ଥାଇଲାଣ୍ଡରେ 15 ହଜାର କର୍ମଚାରୀଙ୍କୁ ଘରକୁ ଫେରିବାକୁ ନିର୍ଦ୍ଦେଶ ଜାରି
author img

By

Published : May 2, 2020, 11:52 PM IST

ବ୍ୟାଙ୍ଗକକ୍‌: ସମୟ ଥିଲା ପର୍ଯ୍ୟଟକଙ୍କ ପାଇଁ ଛୁଟି କାଟିବାର ଏକ ମନ ପସନ୍ଦର ସ୍ଥାନ ଥିଲା ଥାଇଲାଣ୍ଡ । ହେଲେ ଏବେ କୋରୋନା ପ୍ରକୋପରେ ଖାଲି ପଡିଛି ଏହି ପର୍ଯ୍ୟଟନସ୍ଥଳୀ । ବିଶେଷକରି ମନୋରଞ୍ଜନର ଖୋରାକ ଯୋଗାଉଥିବା ଏହି ସ୍ଥାନରେ ଏବେ ବନ୍ଦ ହୋଇଛି ସମସ୍ତ ଦ୍ବୀପ ଓ ଏଠାରେ ଥିବା ବାର, ହୋଟେଲ ଓ ରେସ୍ତୋରାଁ । ଏନେଇ ଫୁକେଟ ପ୍ରାନ୍ତୀୟ ରାଜ୍ୟପାଳ ସୁଫୋଟ ରୋଦ୍ରୁଆଙ୍ଗ ଘୋଷଣା କରିଛନ୍ତି କି ପରିସ୍ଥିତିରେ ସୁଧାର ନଆସିବା ଯାଏଁ ସମସ୍ତ କର୍ମଚାରୀମାନେ ନିଜ ଘରକୁ ଯାଇପାରିବେ ।

ଏହି ଘୋଷଣା ଆଧାରରେ ଶୁକ୍ରବାର ପ୍ରାୟ 5000 କର୍ମଚାରୀ ହୋଟେଲ, ବାର ଓ ରେସ୍ତୋରାଁ ଛାଡି ନିଜ ଘରକୁ ଫେରିଥିବା ବେଳେ ଆଗାମୀ କିଛି ଦିନରେ ଅନ୍ୟ 15 ହଜାର କର୍ମଚାରୀଙ୍କୁ ଫୁକେଟ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରିସ୍ଥିତିରେ ସୁଧାର ନଆସିବା ଯାଏଁ ଏହି କର୍ମଚାରୀମାନେ କର୍ମକ୍ଷେତ୍ରକୁ ନଫେରିବା ପାଇଁ ମଧ୍ୟ କଡା ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ ବର୍ତ୍ତମାନ ବିମାନ ଓ ରେଳ ସେବା ବନ୍ଦ ଥିବାରୁ କର୍ମଚାରୀମାନଙ୍କୁ ସଡକ ପଥ ଦେଇ ଘରକୁ ଫେରିବା ପାଇଁ କୁହାଯାଇଛି । ତେବେ ମେ 15 ଯାଏଁ ବିପଦ ସ୍ତରରେ ହ୍ରାସର କୌଣସି ସୂଚନା ନଥିବାରୁ ସେପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, ବାର ଆଦି ବନ୍ଦ ରହିବାର ନିଷ୍ପତ୍ତି ନିଆଯାଇଛି । ସେପଟେ ବିପଦ ସଙ୍କେତରେ ବ୍ୟାଙ୍ଗକକ୍‌ ଓ ଫୁକେଟ ଥିବାରୁ ଏହି ଦୁଇ ସ୍ଥାନରେ ନିୟମକୁ କଡାକଡି କରାଯାଇଛି ।

ସୂଚନା ଅନୁଯାୟୀ ଥାଇଲାଣ୍ଡରେ 2966 ଆକ୍ରାନ୍ତ ରହିଥିବା ବେଳେ 54 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.