ETV Bharat / international

ଆଫଗାନିସ୍ତାନ ଜେଲରେ ଆତ୍ମଘାତୀ ବିସ୍ଫୋରଣ; ୩ ମୃତ, ୨୪ ଆହତ

ଜେଲ ଉପରେ ଆତଙ୍କୀ ହମଲା। ଏଥିରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 24ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଆଫଗାନିସ୍ତାନର ପୂର୍ବୋତ୍ତରରେ ରବିବାର ଏକ ଜେଲରେ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି ।

author img

By

Published : Aug 3, 2020, 1:02 PM IST

ଆଫଗାନିସ୍ତାନ ଜେଲରେ ଆତ୍ମଘାତୀ ବିସ୍ଫୋରଣ, ୩ ମୃତ, ୨୪ ଆହତ

କାବୁଲ: ଜେଲ ଉପରେ ଆତଙ୍କୀ ହମଲା। ଏଥିରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 24ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଆଫଗାନିସ୍ତାନର ପୂର୍ବୋତ୍ତରରେ ରବିବାର ଏକ ଜେଲରେ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି । ନାଙ୍ଗରହାର ରାଜ୍ୟର ଗଭର୍ଣ୍ଣରଙ୍କ ମୁଖପାତ୍ର ଅତ୍ତାଉଲ୍ଲା ଖୋଗୟାନୀ ଏହି ଆକ୍ରମଣ ସଂପର୍କରେ ସୂଚନା ଦେଇଛନ୍ତି । ଏହି ଆତ୍ମଘାତୀ ବିସ୍ଫୋରଣକାରୀ ସରକାରୀ ପ୍ରବେଶ ଦ୍ୱାର ନିକଟରେ ବିସ୍ଫୋରକ ଭର୍ତ୍ତି କାରକୁ ବ୍ଲାଷ୍ଟ କରିବା ସହ ଏକାଧିକ ଆକ୍ରମଣକାରୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ ହୋଇଥିଲା।

ଘଟଣାସ୍ଥଳରେ ଆଫଗାନିସ୍ତାନ ପୋଲିସ ଏବଂ ସ୍ୱତନ୍ତ୍ର ବାହିନୀ ନିୟୋଜିତ ହୋଇଥିଲେ ଏବଂ ଆତଙ୍କବାଦୀଙ୍କ ବିରୋଧରେ ଲଢେଇ ଘଣ୍ଟା ଘଣ୍ଟା ଧରି ଚାଲିଥିଲା। ଅଲ ଜଜିରା ସହ କଥାବାର୍ତ୍ତା ବେଳେ କାବୁଲରେ ରହୁଥିବା ଫ୍ରିଲାନ୍ସ ସାମ୍ବାଦିକ ବିଲାଲ ସରୱାରୀ କହିଛନ୍ତି ଯେ ତାଙ୍କୁ ଜଣେ ଅନ୍ତେବାସୀ କହିଛନ୍ତି ଯେ ଏଥିରେ ଅନେକ କଏଦୀ ମଧ୍ୟ ଆହତ ହୋଇଛନ୍ତି।

ଏଥିରେ ଅତି କମରେ 13 ସାଧାରଣ ନାଗରିକ ପ୍ରାଣ ହରାଇ 59 ଜଣ ଆହତ ହୋଇଛନ୍ତି। ସୌରଭୀଙ୍କ ଅନୁଯାୟୀ ଆଫଗାନିସ୍ତାନ ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀ ମଧ୍ୟ ଆହତ ହୋଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, "ଜେଲ୍ ଭିତରେ ଅତି କମରେ 8 ଜଣ ଆକ୍ରମଣକାରୀ, ଇଷ୍ଟ ପ୍ଲାଜା ବିଲ୍ଡିଂର ଉପର ମହଲା ଉପରେ ଆକ୍ରମଣ କରିଥିଲେ। "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.