ETV Bharat / international

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ସେନାର କ୍ୟାପ୍ଟେନ ସମେତ 11 ଯବାନ ମୃତ

author img

By

Published : Jul 13, 2021, 8:33 PM IST

ପାକିସ୍ତାନ ସେନା ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଆକ୍ରମଣରେ ପାକିସ୍ତାନ ସେନାର କ୍ୟାପ୍ଟେନ ଅବଦୁଲ ବାସିତ ସମେତ 12 ଯବାନଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ସେନାର କ୍ୟାପ୍ଟେନ ସମେତ 11 ଯବାନ ମୃତ
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ସେନାର କ୍ୟାପ୍ଟେନ ସମେତ 11 ଯବାନ ମୃତ

ଇସଲାମାବାଦ: ପାକିସ୍ତାନର ଖୈବର ପଖ୍‌ତୁନଖ୍ବାରେ ଆତଙ୍କବାଦୀ ଆକ୍ରମଣ । ପାକିସ୍ତାନ ସେନା ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଆକ୍ରମଣରେ ପାକିସ୍ତାନ ସେନାର କ୍ୟାପ୍ଟେନ ଅବଦୁଲ ବାସିତ ସମେତ 12 ଯବାନଙ୍କ ମୃତ୍ୟୁ ହୋଇଛି ।

ଘଟଣାରେ 15 ଯବାନ ଆହତ ହୋଇଛନ୍ତି । କିଛି ଯବାନଙ୍କୁ ଆତଙ୍କବାଦୀମାନେ ବନ୍ଦୀ କରି ରଖିଥିବା କୁହାଯାଉଛି । ଆକ୍ରମଣରେ ପଛରେ ତହରିକ-ଏ-ତାଲିବାନ ପାକିସ୍ତାନ(TTP) ହାତଥିବା ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ପାକିସ୍ତାନ ସେନା ପକ୍ଷରୁ ଖୁର୍ମ ଅଞ୍ଚଳରେ ଟିଟିପି ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଜାରି ରହିଥିଲା । ଏହି ସମୟରେ ପାକିସ୍ତାନ ସେନା ଉପରେ ଆକ୍ରମଣ କରିଥିଲେ ଆତଙ୍କୀ । ଅପରେସନର ଲିଡ୍‌ ନେଉଥିଲେ ପାକିସ୍ତାନ ସେନାର କ୍ୟାପ୍ଟେନ ଅବଦୁଲ ବାସିତ ଖାନ ।

ପାକିସ୍ତାନରେ ସବୁବେଳେ ଟିଟିପି ଆତଙ୍କବାଦୀଙ୍କ ଦବଦବା ରହିଆସିଛି । ଏହି ଆତଙ୍କୀ ସଙ୍ଗଠନ ଡିସେମ୍ବର 2007ରେ 13 ଜଣ ଆତଙ୍କବାଦୀଙ୍କୁ ନେଇ ଆରମ୍ଭ ହୋଇଥିଲା । ପାକିସ୍ତାନରେ ସିରିୟା ଭଳି କଟ୍ଟରପନ୍ଥୀ ଇସଲାମ ଶାସନ ଟିଟିପିର ମୂଳ ଲକ୍ଷ ।

ପାକିସ୍ତାନର ପେଶୱାରରେ 16 ଡିସେମ୍ବର 2014ରେ ଆର୍ମି ସ୍କୁଲ ଉପରେ ଆକ୍ରମଣ କରିଥିଲା ଟିଟିପି । ଏହି ଘଟଣାରେ ପାଖାପାଖି 200 ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.