ETV Bharat / international

ଶାନ୍ତିଚୁକ୍ତି ପରେ ୟୁଏଇ-ଇସ୍ରାଏଲ ମଧ୍ୟରେ ଟେଲିଫୋନ୍‌ ସେବା ଆରମ୍ଭ

author img

By

Published : Aug 17, 2020, 5:15 PM IST

ଜେରୁଜେଲମ୍ ଏବଂ ଦୁବାଇର ଆସୋସିଏଟ୍ ପ୍ରେସ୍ର ସାମ୍ବାଦିକମାନେ ରବିବାର ଲ୍ୟାଣ୍ଡଲାଇନ ଏବଂ ମୋବାଇଲ୍ ଫୋନ୍ ମାଧ୍ୟମରେ ପରସ୍ପର ସହ କଥା ହୋଇ ଏହାର ଶୁଭାରମ୍ଭ କରିଛନ୍ତି।

ଶାନ୍ତିଚୁକ୍ତି ପରେ ୟୁଏଇ-ଇସ୍ରାଏଲ ମଧ୍ୟରେ ଟେଲିଫୋନ୍‌ ସେବା ଆରମ୍ଭ
ଶାନ୍ତିଚୁକ୍ତି ପରେ ୟୁଏଇ-ଇସ୍ରାଏଲ ମଧ୍ୟରେ ଟେଲିଫୋନ୍‌ ସେବା ଆରମ୍ଭ

ଜେରୁଜେଲମ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଇସ୍ରାଏଲ ଦୀର୍ଘ ବର୍ଷର ତିକ୍ତତା ଶେଷ କରି ଏକ ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏଥିସହ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହୋଇଛି । ଏହି କୂଟନୈତିକ ସମ୍ପର୍କ ଆଧାରରେ ଦୁଇ ଦେଶ ମଧ୍ୟରେ ଟେଲିଫୋନ୍ ସେବା ଆରମ୍ଭ ହୋଇଛି। ଜେରୁଜେଲମ୍ ଏବଂ ଦୁବାଇର ଆସୋସିଏଟ୍ ପ୍ରେସ୍ର ସାମ୍ବାଦିକମାନେ ରବିବାର ଲ୍ୟାଣ୍ଡଲାଇନ ଏବଂ ମୋବାଇଲ୍ ଫୋନ୍ ମାଧ୍ୟମରେ ପରସ୍ପର ସହ କଥା ହୋଇ ଏହାର ଶୁଭାରମ୍ଭ କରିଛନ୍ତି।

ତେବେ ଦୁଇ ଦେଶ ମଧ୍ୟରେ ଟେଲିଫୋନ୍ ସେବା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଇସ୍ରାଏଲ୍ ଏବଂ ୟୁଏଇର ଅଧିକାରୀମାନେ ସ୍ବୀକାର କରିନାହାନ୍ତି। ତେବେ ନିଷେଧାଦେଶ ମଧ୍ୟରେ ଲୋକମାନେ ଇଣ୍ଟରନେଟ୍ କଲ୍ ମାଧ୍ୟମରେ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଏଗୁଡିକ ମଧ୍ୟ ଅନେକ ସମୟରେ ବାଧାପ୍ରାପ୍ତ ହେଉଥିଲା । ୟୁଏଇରେ ଟାଇମ୍ସ ଅଫ୍ ଇସ୍ରାଏଲ୍, ଜେରୁଜେଲମ୍ ପୋଷ୍ଟ ଏବଂ ୱିନେଟ୍ ଭଳି ଇସ୍ରାଏଲ୍ ୱେବସାଇଟ୍ ଗୁଡିକ ଉପରେ ମଧ୍ୟ ପ୍ରଶାସନ ରୋକ ଲଗାଇଥିଲା । କିନ୍ତୁ ରବିବାର ଏହି ୱେବସାଇଟଗୁଡି ୟୁଓଇରେ ପରିଚାଳନା ହେଉଥିଲା। ତେବେ ଦୁଇ ଦେଶ ମଧ୍ୟରେ ଟେଲିଫୋନ୍ ସେବାର ଆରମ୍ଭ ୟୁଏଇ ଏବଂ ଇସ୍ରାଏଲ୍ ମଧ୍ୟରେ ହୋଇଥିବା ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ସଫଳତା।

ଗୁରୁବାର ୟୁଏଇ ଏବଂ ଇସ୍ରାଏଲ୍ ସମ୍ପୂର୍ଣ୍ଣ କୂଟନୈତିକ ସମ୍ପର୍କ ସ୍ଥାପନ କରିବାକୁ ଘୋଷଣା କରିଥିଲେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଚୁକ୍ତି ଅନୁଯାୟୀ ଇସ୍ରାଏଲ ମଧ୍ୟ ପଶ୍ଚିମ ବ୍ୟାଙ୍କ ଅଞ୍ଚଳକୁ ଦଖଲ କରିବାର ନିଜର ଉଦ୍ଦେଶ୍ୟକୁ ସ୍ଥଗିତ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.