ETV Bharat / international

ଜୁମ୍ ଆପ ବ୍ୟବହାରକୁ ବନ୍ଦ କଲେ ସିଙ୍ଗାପୁର ଶିକ୍ଷକ

ଶୁକ୍ରବାର ସିଙ୍ଗାପୁରରେ ଏକ ଘରୋଇ ଶ୍ରେଣୀରେ ଭିଡିଓ କନଫରେନ୍ସିଂ ଟୁଲ୍ ଜୁମ୍ ବ୍ୟବହାର ବନ୍ଦ କରି ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, କୋରୋନା ଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ସିଙ୍ଗାପୁର ବୁଧବାର ଦିନ ସ୍କୁଲ ବନ୍ଦ କରିଛି। ଅଧିକ ପଢନ୍ତୁ...

author img

By

Published : Apr 10, 2020, 11:36 PM IST

zoom app
zoom app

ସିଙ୍ଗାପୁର: ଗତ କିଛି ଦିନ ହେବ ଜୁମ ଆପକୁ ନେଇ ଲାଗି ରହିଥିବା ସୁରକ୍ଷା ସମ୍ବନ୍ଧୀୟ ଖବର ଶୁକ୍ରବାର ସିଙ୍ଗାପୁରରେ ଏକ ବିରାଟ ପରିବର୍ତ୍ତନର ବାର୍ତ୍ତା ବହନ କରିଛି । ଶୁକ୍ରବାର ସିଙ୍ଗାପୁରରେ ଏକ ଘରୋଇ ଶ୍ରେଣୀରେ ଭିଡିଓ କନଫରେନ୍ସିଂ ଟୁଲ୍ ଜୁମ୍ ବ୍ୟବହାର ବନ୍ଦ କରି ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, କୋରୋନା ଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ସିଙ୍ଗାପୁର ବୁଧବାର ଦିନ ସ୍କୁଲ ବନ୍ଦ କରିଛି ।

ଅଭିଭାବକମାନେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘଟଣା ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଭୂଗୋଳ ଶ୍ରେଣୀରେ ଘଟିଛି । ପ୍ରାୟ 39 ପିଲା ଅନଲାଇନ୍ କ୍ଲାସ୍ ନେଉଥିଲେ, ଏହି ସମୟ ମଧ୍ୟରେ ଷ୍ଟ୍ରିମ୍ ହ୍ୟାକ୍ ହୋଇଥିଲା ଏବଂ ହଠାତ୍ 'ଦୁଇ ଜଣ ପୁରୁଷ' ଦେଖା ଦେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ | ପରେ ତୁରନ୍ତ ଶ୍ରେଣୀ ବନ୍ଦ ହୋଇଗଲା |

ସରକାରଙ୍କ ଶିକ୍ଷା ପ୍ରଯୁକ୍ତିବିଦ୍ୟା ବିଭାଗର ଆରୋନ ଲୋହ କହିଛନ୍ତି ଯେ ଏହା ଏକ ଗୁରୁତର ଘଟଣା। ଏଥିସହ ଜୁମ୍ କହିଛି ଯେ ଏହି ଘଟଣାକୁ ନେଇ କମ୍ପାନୀ ଗଭୀର ଅସନ୍ତୋଷ ପ୍ରକାଶ କରିଛି।

କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି, ଜୁମ୍ ଏପରି ଆଚରଣକୁ ନିନ୍ଦା କରେ ଏବଂ ଆମେ ଉପଭୋକ୍ତାମାନଙ୍କୁ ଏପରି କୌଣସି ଘଟଣାକୁ ସିଧାସଳଖ ଜୁମକୁ ରିପୋର୍ଟ କରିବାକୁ କହିଛନ୍ତି । ଯାହାଦ୍ବାରା ଆମେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବୁ ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.