ETV Bharat / international

ଆଫଗାନିସ୍ତାନରେ ନୂଆ ସରକାର ଗଠନ ପାଇଁ ଖୁବଶୀଘ୍ର ଘୋଷଣା କରିବ ତାଲିବାନ - Taliban

ବିଶ୍ବ ସମୁଦାୟ ଆଗରେ ମାନ୍ୟତା ମାଗୁଥିବା ତାଲିବାନ ଖୁବ ଶୀଘ୍ର ଆଫଗାନିସ୍ତାନରେ ସରକାର ଗଠନ ନେଇ କରିଛି ଘୋଷଣା । ଅଧିକ ପଢନ୍ତୁ...

ଆଫଗାନିସ୍ତାନରେ ନୂଆ ସରକାର ଗଠନ ପାଇଁ ଖୁବ ଶୀଘ୍ର ଘୋଷଣା କରିବ ତାଲିବାନ

author img

By

Published : Aug 22, 2021, 10:29 PM IST

କାବୁଲ: ତାଲିବାନର ସମ୍ପୂର୍ଣ୍ଣ ଆଫଗାନିସ୍ତାନ ଦଖଲକୁ ବିତିସାରିଛି ପାଖାପାଖି ଗୋଟିଏ ସପ୍ତାହ । ଯଦିଓ ବନ୍ଧୁକ ମୁନରେ କ୍ଷମତା ଦଖଲ କରିସାରିଥିବା ତାଲିବାନ ଏଯାଏଁ ସରକାର ଗଠନ ପାଇଁ କୌଣସି ରାସ୍ତା ଖୋଜି ପାଇନାହିଁ । ବିଶ୍ବ ସମୁଦାୟ ଆଗରେ ମାନ୍ୟତା ମାଗୁଥିବା ତାଲିବାନ ଖୁବ ଶୀଘ୍ର ଆଫଗାନିସ୍ତାନରେ ସରକାର ଗଠନ ନେଇ କରିଛି ଘୋଷଣା ।

ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ନିଜ ନିଜ ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ନେଉଛନ୍ତି ବିଭିନ୍ନ ଦେଶ । ଏସବୁ ଭିତରେ ଦେଶରେ ଏକପ୍ରକାର ଅସ୍ଥିରତା ସୃଷ୍ଟି ହୋଇଛି । ସେପଟେ ଆମେରିକା ସେନାର ପ୍ରତ୍ୟାବର୍ତ୍ତନକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ତେବେ ଏସବୁକୁ ଦୃଷ୍ଟିରେ ରଖି ତାଲିବାନ ଶୀଘ୍ର ସରକାର ଗଠନ କରିବାକୁ ପ୍ରୟାସ ଜାରି ରଖିଛି ।

ରବିବାର ସରକାର ଗଠନ ନେଇ ବୟାନ ଦେଇଛି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦି । ସରକାର ଗଠନ ପାଇଁ ଆଲୋଚନା ଜାରି ରହିଥିବାବେଳେ ଖୁବଶୀଘ୍ର ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି କହିଛି ଜବିହୁଲ୍ଲା । ସେ କହିଛନ୍ତି ତାଲିବାନୀ ନେତା କାବୁଲରେ ଆଫଗାନିସ୍ତାନ ରାଜନୈତିକ ନେତାଙ୍କୁ ଭେଟିଛନ୍ତି । ସେମାନଙ୍କର ମତ ଗୁରୁତ୍ବପୂର୍ଣ୍ଣ ରହିଛି । ଖୁବଶୀଘ୍ର ସରକାର ଗଠନ ହେବାର ଆଶା ରହିଥିବା ମୁଜାହିଦି ସୂଚନା ଦେଇଛି ।

ଏହାପୂର୍ବରୁ ତାଲିବାନର ଉପମୁଖ୍ୟ ତଥା ଡେପୁଟି ଚିଫ ମୁଲ୍ଲା ଅବଦୁଲ ଘନି ବରାଦର ଶନିବାର କାବୁଲ ପହଁଞ୍ଚିଥିଲେ । ସରକାର ଗଠନ ପାଇଁ ରାଜନେତାଙ୍କ ସହ ଆଲୋଚନା କରିବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏହି ଆଲୋଚନା ହୋଇଥିବା ସୂଚନା ଦେଇଛି ଆଫଗାନିସ୍ତାନ ନ୍ୟୁଜ ଚ୍ୟାନେଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.