ETV Bharat / international

ଆଫଗାନ ଛାତ୍ରୀଙ୍କ ଉଚ୍ଚଶିକ୍ଷାକୁ ଅନୁମତି ଦେଲା Taliban, ଖୋଲିବ ହାଇସ୍କୁଲ

author img

By

Published : Mar 20, 2022, 2:03 PM IST

ଛାତ୍ରୀଙ୍କ ଉଚ୍ଚଶିକ୍ଷାକୁ ଅନୁମତି ଦେଇଛି ଆତଙ୍କବାଦୀ ସଂଗଠନ ତାଲିବାନ । ଆସନ୍ତା ସପ୍ତାହ ଠୁ ଛାତ୍ରୀଙ୍କ ପାଇଁ ଏହି ସଂସ୍ଥା ହାଇସ୍କୁଲ ଖୋଲିବାକୁ ଯାଉଛି । ଅଧିକ ପଢନ୍ତୁ

ଆଫଗାନ ଛାତ୍ରୀଙ୍କ ଉଚ୍ଚଶିକ୍ଷାକୁ ଅନୁମତି ଦେଲା Taliban, ଖୋଲିବା ହାଇସ୍କୁଲ

କାବୁଲ: ଆଫଗାନିସ୍ତାନ ଛାତ୍ରୀଙ୍କ ପାଠପଢାକୁ ଅନୁମତି ଦେବାକୁ ଯାଉଛି ଆତଙ୍କବାଦୀ ସଂଗଠନ ତାଲିବାନ । ଦେଶକୁ ଅକ୍ତିଆର କରି ଏବେ ସେଠାରେ ରାଜ୍‌ କରୁଥିବା ଏହି ସଂଗଠନ ଆସନ୍ତା ମାର୍ଚ୍ଚ ୨୨ ତାରିଖ ଠାରୁ ଛାତ୍ରୀଙ୍କ ପାଇଁ ହାଇସ୍କୁଲ ଖୋଲିବାକୁ ଯାଉଛି । ଏହି ଇସଲାମିକ ଗ୍ରୁପ ଛାତ୍ରୀଙ୍କୁ ପାଠ ପଢିବାକୁ ଅନୁମତି ଦେବ କି ନାହିଁ ଏହା ଉପରେ ବେଶ ଚର୍ଚ୍ଚା ହେଉଥିଲା । ତେବେ ତାଲିବାନ ମାନେ ଏହି ନିଷ୍ପତ୍ତି ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ।

ଗତବର୍ଷ ଅଗଷ୍ଟ ମାସ ସୁଦ୍ଧା ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିଲା ଏହି ଆତଙ୍କବାଦୀ ସଂଗଠନ । ଅନେକ କଟକଣା ମଧ୍ୟରେ ମହିଳାଙ୍କ ପାଇଁ ରହିଥିଲା ସବୁଠୁ ଅଧିକ କଟକଣା । ଯାହାକି ସେମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିଲା । ତାଲିବାନମାନେ ଛାତ୍ରୀଙ୍କୁ ସ୍କୁଲକୁ ଯାଇ ପାଠ ପଢିବାକୁ ବିରୋଧ କରିଥିଲା । ହ୍ୟୁମାନ୍ ରାଇଟ୍ସ ୱାଚ୍(HRW) ର ପୂର୍ବତନ ବରିଷ୍ଠ ଆଫଗାନିସ୍ତାନ ବିଶେଷଜ୍ଞ ହେଦର ବାର୍‌ କହିଛନ୍ତି ଯେ ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସେକେଣ୍ଡାରୀ ସ୍କୁଲ ଖୋଲିବା ନିହାତି ଆବଶ୍ୟକ । ତେବେ ଏହାକୁ ବାସ୍ତବରେ କାର୍ଯ୍ୟକାରୀ କରିବାକୁ ସେ ତାଲିବାନମାନଙ୍କୁ ଟ୍ବିଟ ମାଧ୍ୟମରେ ଅନୁରୋଧ କରିଛନ୍ତି ।

ତାଲିବାନମାନେ ଶାସନକୁ ଫେରିବା ପରେ ମହିଳାଙ୍କ ମୌଳିକ ଅଧିକାରକୁ ପ୍ରଭାବିତ କରିଥିଲେ । ଅନେକ ସଂଖ୍ୟାରେ ଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଲାଗି ରହିଥିବା ସେକେଣ୍ଡାରୀ ସ୍କୁଲକୁ ବନ୍ଦ କରାଯାଇଥିଲା । ସେପଟେ ଏବେ ୟୁନିଭର୍ସିଟି ଖୋଲା ଯାଇଥିବା ବେଳେ ଛାତ୍ର ଓ ଛାତ୍ରୀଙ୍କୁ ଅଲଗା କୋଠରୀରେ ପାଠ ପଢିବା ପାଇଁ ବ୍ୟବସ୍ଥା ରହିଛି । ସେପଟେ କିନ୍ତୁ ଚାକିରି ପାଇଁ ମହିଳାଙ୍କୁ ମନା ଥିବାରୁ ଅନେକ ଛାତ୍ରୀ ପାଠ ପଢିବାକୁ ଫେରିନଥିବା ଦେଖିବାକୁ ମିଳିଛି ।

ଅନ୍ତର୍ଜାତୀୟ ସ୍ତରରେ ମହିଳାଙ୍କ ଉଚ୍ଚ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି । ଯେତେବେଳେ ତାଲିବାନମାନେ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଛାତ୍ରୀଙ୍କ ପାଠପଢା ଉପରେ ରୋକ ଲଗାଇଥିଲେ ସେତେବେଳେ ଅନେକ ବିଶ୍ବ ସମୁଦାୟ ଏହାକୁ ବିରୋଧ କରିଥିଲେ । ଏହାରି ମଧ୍ୟରେ ତାଲିବାନ ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସ୍କୁଲ ଖୋଲିବାକୁ ଯାଉଛି, ଯାହାକୁ ବିଶ୍ବସ୍ତରରେ ସ୍ବାଗତ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.