କାବୁଲ: ଆଫଗାନିସ୍ତାନକୁ ତାଲିବାନ ଆତଙ୍କୀ ସଗଂଠନ କାବୁ କରି ନେବା ପରେ ଜୀବନ ବଞ୍ଚାଇବାରୁ ପ୍ରତି ମୁହୂର୍ତ୍ତରେ ଚାଲିଥିଲା ସଂଘର୍ଷ । ଆଫଗାନର ଶହ ଶହ ଲୋକଙ୍କୁ ଅନ୍ୟ ଦେଶକୁ ସ୍ଥାନାନ୍ତରଣ କରିବାକୁ ୪ଟି ବିମାନ ନିୟୋଜିତ ହୋଇଥିଲା । ଏହି ସମସ୍ତ ବିମାନର ଉଡାଣ ଉପରେ ରୋକ ଲଗାଇଛନ୍ତି ତାଲିବାନ ।
ଏହି ବିମାନଗୁଡ଼ିକୁ ଉଡ଼ାଣ ବନ୍ଦ କରାଯିବା ନେଇ ବିବାଦୀୟ ରିପୋର୍ଟ ଆସିଛି । ଆଫଗାନିସ୍ତାନ ଛାଡିବାକୁ ଚାହୁଁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମେରିକା ଉପରେ ଚାପ ରହିଛି । ଆଫଗାନିସ୍ତାନର ଉତ୍ତର ଅଞ୍ଚଳରେ ଥିବା ସହର ମଜାର-ଏ-ସରିଫର ଏକ ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ,ଦେଶ ଛାଡିବାକୁ ଇଚ୍ଛା ରଖିଥିବା ସମସ୍ତ ବ୍ୟକ୍ତି ଆଫଗାନିସ୍ତାନର ନାଗରିକ ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କର ଭିସା କିମ୍ବା ପାସପୋର୍ଟ ନାହିଁ, ଯାହା ଦ୍ବାରା ସେମାନଙ୍କୁ ଦେଶ ଛାଡିବାକୁ ବାରଣ କରାଯାଇଥିଲା ।
ଆଫଗାନିସ୍ତାନରୁ ଆମେରିକୀୟ ସେନା ପ୍ରତ୍ୟାହାର ପରେ ମଧ୍ୟ ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ଦେଶକୁ ଯିବାକୁ ଚାହାଁନ୍ତି । ସୂଚନାନୁସାରେ, ୨୦ ବର୍ଷ ହେବ ତାଲିବାନର କ୍ରୁର କୋପରୁ ଆଫଗାନିସ୍ତାନକୁ ସୁରକ୍ଷା ଦେଉଥିଲା ଆମେରିକା ସେନା । ଅଗଷ୍ଟ ୩୧ରେ ଦୁଇ ଦଶନ୍ଧିର ଯୁଦ୍ଧର ପରିସମାପ୍ତି କରି ଅଧରାତିରେ କାବୁଲ ଛାଡିଥିଲେ ଆମେରିକା ସେନା । ଅଗଷ୍ଟ ୩ ତାରିଖରେ ଆଫଗାନିସ୍ତାନରେ ତାଲିବାନ ନୂଆ ସରକାର ଗଢିଛି ।
@PTI