ETV Bharat / international

‘ଅସ୍ତ୍ରବିରତି ଚୁକ୍ତି ଯୁକ୍ତିସଙ୍ଗତ ନୁହେଁ’

ଚଳିତ ସପ୍ତାହରେ ତାଲିବାନଙ୍କ ଦ୍ବାରା ଏକ ବିସ୍ଫୋରଣରେ ଅନେକ ଆଫଗାନ୍ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ । ଦେଶରେ କୋରୋନା ବିପତ୍ତି ବେଳେ ଏପରି ଆକ୍ରମଣ ଚିନ୍ତାଜନକ ବୋଲି ରାଷ୍ଟ୍ରପତି କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 24, 2020, 5:20 PM IST

‘ଅସ୍ତ୍ରବିରତି ଚୁକ୍ତି ଯୁକ୍ତିସଙ୍ଗତ ନୁହେଁ’
‘ଅସ୍ତ୍ରବିରତି ଚୁକ୍ତି ଯୁକ୍ତିସଙ୍ଗତ ନୁହେଁ’

କାବୁଲ: ମୁସଲିମଙ୍କ ପବିତ୍ର ମାସ ରମଜାନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏହି ସମୟରେ ଅସ୍ତ୍ରବିରତି କରିବାକୁ ତାଲିବାନଙ୍କୁ ପ୍ରସ୍ତାବ ଦେଇଥିଲେ ଆଫଗାନିସ୍ତାନ ସରକାର । ହେଲେ ଏହାକୁ ଅଗ୍ରାହ୍ୟ କରିଦେଇଛି ତାଲିବାନୀ ସଙ୍ଗଠନ ।

ଗୁରୁବାର ତାଲିବାନ ମୁଖପାତ୍ର ସୁହେଲ ସାହିନ ଏନେଇ ଟ୍ବିଟ କରି ସରକାରଙ୍କୁ ସୂଚନା ଦେଇଛି । ଅସ୍ତ୍ରବିରତି ଏକ ଯୁକ୍ତିସଙ୍ଗତ କାରଣ ନୁହେଁ । ଏହାଦ୍ବାରା ସରକାର ଚୁକ୍ତିକୁ ଉଲ୍ଲଙ୍ଘନ କରୁଛନ୍ତି । ତାଲିବାନ ସରକାରଙ୍କ ପ୍ରସ୍ତାବରେ ରାଜି ନୁହେଁ ବୋଲି ସେ ଟ୍ବିଟରେ ଲେଖିଛନ୍ତି । ପୂର୍ବରୁ ଆଫଗାନ୍ ରାଷ୍ଟ୍ରପତି ଅସରଫ ଘାନି ତାଲିବାନଙ୍କୁ ଅସ୍ତ୍ରବିରତି କରିବାକୁ ଅନୁରୋଧ କରିଥିଲେ । ରମଜାନ ମାସରେ କୋରୋନା ମହାମାରୀ ସହ ମୁକାବିଲା ପାଇଁ ଏପରି ଅନୁରୋଧ କରିଥିଲେ ଘାନି ।

ପୂର୍ବରୁ ଏବର୍ଷ ଆମେରିକା-ତାଲିବାନ ଚୁକ୍ତି ଅନୁସାରେ ଆଫଗାନ୍ ସରକାର ତାଲିବାନଙ୍କ ସହ ଅସ୍ତ୍ରବିରତି ନେଇ ଏକ ସନ୍ଧି କରିଥିଲେ । ଏଥିରେ ସରକାର ଗିରଫ କରିଥିବା ଅନେକ ତାଲିବାନୀଙ୍କୁ ଛାଡିବେ ବୋଲି ସ୍ଥିର କରିଥିଲେ । ହେଲେ ସେମାନଙ୍କୁ ମୁକ୍ତ କରାଯାଉଥିବାରେ ବିଳମ୍ବ ଯୋଗୁଁ ତାଲିବାନମାନେ ଯୁଦ୍ଧବିରାମ ପାଇଁ ରାଜି ହୋଇନାହାନ୍ତି । ତେବେ ଚଳିତ ସପ୍ତାହରେ ତାଲିବାନଙ୍କ ଦ୍ବାରା ଏକ ବିସ୍ଫୋରଣରେ ଅନେକ ଆଫଗାନ୍ ସିକ୍ୟୁରିଟି କର୍ମୀ ମୃତ ହୋଇଥିଲେ । ଦେଶରେ କୋରୋନା ବିପତ୍ତିବେଳେ ଏପରି ଆକ୍ରମଣ ଚିନ୍ତାଜନକ ବୋଲି ରାଷ୍ଟ୍ରପତି କହିବା ସହ ତାଲିବାନଙ୍କୁ ଅସ୍ତ୍ରବିରତି ଲାଗି ଅନୁରୋଧ କରିଥିଲେ । ହେଲେ ଏହାକୁ ଖଣ୍ଡନ କରିଦେଇଛନ୍ତି ତାଲିବାନ କର୍ମୀ ।

ଚୁକ୍ତି ଅନୁସାରେ ଏମାନେ କୌଣସି ସହରରେ ଆକ୍ରମଣ କରିବେନି ବୋଲି ସ୍ଥିର ହୋଇଥିବାରୁ ଏବେ ସମସ୍ତ ଗାଁ ଓ ଛୋଟ ଅଞ୍ଚଳକୁ ଟାର୍ଗେଟ କରିଛନ୍ତି ତାଲିବାନୀ । ସରକାରଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରଖିବା ସହ ନିଜ ଜିଦରେ ଅଟଳ ଅଛନ୍ତି ତାଲିବାନୀ । ସୂଚନାଯୋଗ୍ୟ ଯେ ଜୁଲାଇ 2021 ସୁଦ୍ଧା ସମସ୍ତ ବିଦେଶୀ ରାଷ୍ଟ୍ରର ସେନା ଆଫଗାନିସ୍ତାନ ଛାଡିବେ ବୋଲି ନିର୍ଦ୍ଧାରିତ ହୋଇଛି । ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2000 ପହଞ୍ଚିଥିବାବେଳେ ତାଲିବାନଙ୍କ ଆକ୍ରମଣ ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.