ETV Bharat / international

ଆଫଗାନୀଙ୍କୁ ଗାଡି଼ ଓ ସରକାରୀ ସମ୍ପତ୍ତି ହସ୍ତାନ୍ତର ପାଇଁ ତାଲିବାନର ନିର୍ଦ୍ଦେଶ

ବଢିବାରେ ଲାଗିଛି ଆତଙ୍କବାଦୀ ତାଲିବାନଙ୍କ ଔଦ୍ଧତାମୀ । ଆଫଗାନିଙ୍କ ନିକଟରେ ଥିବା ଗାଡ଼ି, ସୁରକ୍ଷା ପାଇଁ ଥିବା ଅସ୍ତ୍ରଶସ୍ତ୍ର ଓ ସରକାରୀ ସମ୍ପତ୍ତିକୁ ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ..

ତାଲିବାନଙ୍କ ଔଦ୍ଧତାମି: ଗାଡି଼, ସରକାରୀ ସମ୍ପତ୍ତି ହସ୍ତାନ୍ତର ପାଇଁ ଆଫଗାନୀଙ୍କୁ ନିର୍ଦ୍ଦେଶ

author img

By

Published : Aug 29, 2021, 2:27 PM IST

କାବୁଲ: ଆଫଗାନିସ୍ତାନରେ ଧୀରେ ଧୀରେ ବଢିବାରେ ଲାଗିଛି ତାଲିବାନଙ୍କ ଔଦ୍ଧତାମୀ । ଆଫଗାନିସ୍ତାନଙ୍କ ପାଇଁ ଗୋଟିଏ ପରେ ଗୋଟିଏ କ୍ରୁର ଆଇନ ପ୍ରଣୟନ କରୁଛନ୍ତି ଏହି ଆତଙ୍କବାଦୀ । ଗାଡି, ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ଅନ୍ୟାନ୍ୟ ସରକାରୀ ସମ୍ପତ୍ତି ସଂପୃକ୍ତ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ ଆଫଗାନିସ୍ତାନ ନାଗରିକଙ୍କୁ ତାଲିବାନ ଶନିବାର ନିର୍ଦ୍ଦେଶ ଦେଇଛି । ତାଲିବାନର ମୁଖପାତ୍ର ଜାବିହୁଲ୍ଲାହ ମୁଜାହିଦ ଟ୍ବିଟରରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କାବୁଲ ସିଟିରେ ଥିବା ଲୋକମାନେ ଗୋଟିଏ ସପ୍ତାହ ମଧ୍ୟରେ ବିଭାଗୀୟ ଅଧିକାରୀଙ୍କୁ ଏହି ସମ୍ପତ୍ତି ହସ୍ତାନ୍ତର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଦିଆଯାଇଥିବା ସମୟ ମଧ୍ୟରେ ସମ୍ପତ୍ତି ହସ୍ତାନ୍ତର ନ କରାଗଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ନିଜ ସୁରକ୍ଷା ପାଇଁ ପାଖରେ ରଖିଥିବା ଅସ୍ତ୍ରଶସ୍ତ୍ରକୁ ହସ୍ତାନ୍ତର କରିବା ପାଇଁ ପୂର୍ବରୁ ତାଲିବାନ ନିର୍ଦ୍ଦେଶ ଦେଇଥିଲା । ତାଲିବାନମାନେ ଆଫଗାନିସ୍ତାନକୁ କବଜା କରିବା ମାତ୍ର କିଛି ସପ୍ତାହ ହୋଇଛି । ଏହାରି ମଧ୍ୟରେ ବଦଳିଯାଇଛି ଆଫଗାନିସ୍ତାନର ପୂର୍ବ ନକ୍ସା । ଏହି ନିର୍ଦ୍ଦୟ ତାଲିବାନ ସମୟକ୍ରମେ ଆହୁରି ନିଷ୍ଠୁର ହୋଇ ଆଫଗାନୀଙ୍କଠାରୁ ମୌଳିକ ଅଧିକାର ଛଡାଇବାରେ ଲାଗିଛି ।

ତେବେ ସୂଚନା ଥାଉକି, ଗତ ଅଗଷ୍ଟ 15 ତାରିଖରେ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ କବଜା କରିଥିଲା । ସେହି ଦିନଠାରୁ ଦେଶର ବିଭିନ୍ନ ସ୍ଥାନରୁ ମାନବିକ ଅଧିକାରର ଉଲ୍ଲଂଘନ ହେବାର ଖବର ମିଳୁଛି । ଅନ୍ତର୍ଜାତୀୟ ମାନବିକ ଅଧିକାରର ଉଲ୍ଲଂଘନ ତଥା ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ପ୍ରଭାବକୁ ନେଇ କଠୋର ତଥା ବିଶ୍ବସନୀୟ ରିପୋର୍ଟ ମିଳିତ ଜାତିସଂଘର ହସ୍ତାନ୍ତର ହୋଇଛି ।

ତାଲିବାନ ଅଧିକାଂଶ ଭାବରେ ମହିଳା ବିରୋଧୀ ଆଇନ ପ୍ରଣୟନ କରୁଛନ୍ତି । ଯେଉଁଥିରେ ମହିଳା କେବଳ ଯୌନ ଶୋଷଣ ଓ ବଂଶ ବୃଦ୍ଧି କରିବା ପାଇଁ ମେସିନ ଭଳି କାମ କରୁଛି । ମହିଳାଙ୍କ ସମସ୍ତ ଅଧିକାରକୁ ଛଡାଇ ନେଇଛି ଏହି ଆତଙ୍କବାଦୀ ସଙ୍ଗଠନ । ପୁରୁଷ ଓ ଶିଶୁମାନେ ମଧ୍ୟ ହିଂସାର ଶିକାର ହେଉଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.