କାବୁଲ: ତାଲିବାନ ଆଫଗାନିସ୍ତାନ କବଜା କରିବା ପରେ ଏବେ ସ୍ଥିତି ଭୟଙ୍କର ହୋଇପଡିଛି । କାବୁଲରେ ଆତଙ୍କୀରାଜ ଆରମ୍ଭ କରି ଦେଇଛି ତାଲିବାନ । ଆତଙ୍କୀରାଜରୁ ରକ୍ଷା ପାଇବା ପାଇଁ ଦେଶ ଛାଡି ପଳାଇ ଯାଉଛନ୍ତି ସଭିଏଁ । ଏହାରି ଭିତରେ ତାଲିବାନ କାବୁଲ ବିମାନବନ୍ଦରର ୩ଟି ଗେଟକୁ ଅକ୍ତିଆର କରିନେଇଥିବା କହିଛି । ବିମାନବନ୍ଦରର ବାହାରେ ହୋଇଥିବା ସିରିଜ ବିସ୍ଫୋରଣରେ ୧୩ ଜଣ ଆମେରିକା ସୈନ୍ୟ ପ୍ରାଣ ହରାଇଥିଲେ । ଏହା ପରେ ସ୍ଥାନାନ୍ତରଣ ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଅଗଷ୍ଟ ୩୧ ପରେ ଆମେରିକା ନିଜ ସୈନ୍ୟକୁ କାବୁଲ ବିମାନ ବନ୍ଦରରୁ ଫେରାଇ ଆଣିବା ପାଇଁ ଚୁକ୍ତି ହୋଇଥିଲା ।
ସେପଟେ ଏହି ଘଟଣାରେ ପେଣ୍ଟାଗନର ଜଣେ ବରିଷ୍ଠ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । କାବୁଲ ବିମାନବନ୍ଦର ନିକଟରେ କେବଳ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ରହିଥିବା ଖବର ମିଳିଥିବା ବେଳେ ଦ୍ୱିତୀୟ ବିସ୍ଫୋରଣ ସମ୍ପର୍କରେ କୈଣସି ଖବର ମିଳିନାହିଁ । କାବୁଲ ବିମାନବନ୍ଦର ନିକଟରେ ଥିବା ବରୁଣ ହୋଟେଲରେ ଦ୍ୱିତୀୟ ଆତ୍ମଘାତୀ ବିସ୍ଫୋରଣ ସମ୍ପର୍କରେ ପ୍ରାରମ୍ଭିକ ରିପୋର୍ଟ ମଧ୍ଯ ମିଳି ନ ଥିବା ସେ କହିଛନ୍ତି ।
ଅନ୍ୟପଟେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ କାବୁଲ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ଇସଲାମିକ ଷ୍ଟେଟ-ଖୋରାସାନ ଆତଙ୍କବାଦୀ ଦଳର ନେତାମାନଙ୍କ ହାତ ରହିଛି । ସେ ଏହା ମଧ୍ୟ କହିଛନ୍ତି ଆଫଗାନିସ୍ତାନର ତାଲିବାନ ଦଖଲ କରିବା ପରେ ଜେଲରୁ ମୁକୁଳିବା ଥିବା ଇସଲାମିକ ଷ୍ଟେଟ-ଖୋରାସାନ ଆତଙ୍କବାଦୀମାନେ ଆଫଗାନିସ୍ତାନରେ ଆମେରିକା ସୈନ୍ୟ ଓ ଆଫଗାନିସ୍ତାନଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା ।
@ANI