ETV Bharat / international

US Drone Attack: ଆମେରିକା ଡ୍ରୋନ ଆକ୍ରମଣରେ ଆଫଗାନବାସୀଙ୍କ ମୃତ୍ୟୁ, ତାତିଲା ତାଲିବାନ - kabul dron strike

ଡ୍ରୋନ ଷ୍ଟ୍ରାଇକରେ ଆଫଗାନ ଗାନରିକଙ୍କ ମୃତ୍ୟୁକୁ ନେଇ ଆମେରିକା ଉପରେ ତାତିଛି ତାଲିବାନ । କାବୁଲରେ ସନ୍ଦିଗ୍ଧ ଆତ୍ମଘାତୀ ଆତଙ୍କୀକୁ ଟାର୍ଗେଟ କରି ହୋଇଥିବା ଡ୍ରୋନ ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ଆମେରିକାକୁ ଦାୟୀ କରିଛନ୍ତି ତାଲିବାନ ନେତା । ଅଧିକ ପଢନ୍ତୁ...

ଆମେରିକା ଡ୍ରୋନ ଆକ୍ରମଣରେ ଆଫଗାନବାସୀଙ୍କ ମୃତ୍ୟୁ, ତାତିଲା ତାଲିବାନ

author img

By

Published : Aug 30, 2021, 4:00 PM IST

କାବୁଲ: ହମିଦ କରଜାଇ ବିମାନବନ୍ଦର ନିକଟରେ ଆଇଏସଆଇଏସ ଖୁରାସାନ( ISIS-K) ଆତଙ୍କୀ ଆକ୍ରମଣ ପରେ କ୍ରମାଗତ ଆମେରିକା ପକ୍ଷରୁ ଜାରି ରହିଛି ଏୟାରଷ୍ଟ୍ରାଇକ । ଆକାଶରୁ ଡ୍ରୋନ ଯୋଗେଁ ଆତଙ୍କୀ ଆଡ୍ଡା ଉପରେ ବୋମା ବର୍ଷା କରୁଛି ଆମେରିକା । ଆତଙ୍କୀଙ୍କୁ ଟାର୍ଗେଟ କରି ଆମେରିକା ସେନା କରୁଥିବା ରକେଟ ମାଡରେ ପ୍ରାଣ ହରାଉଛନ୍ତି ନୀରିହ ଆଫଗାନବାସୀ ।

ଡ୍ରୋନ ଷ୍ଟ୍ରାଇକରେ ଆଫଗାନ ନାଗରିକଙ୍କ ମୃତ୍ୟୁକୁ ନେଇ ଆମେରିକା ଉପରେ ତାତିଛି ତାଲିବାନ । କାବୁଲରେ ସନ୍ଦିଗ୍ଧ ଆତ୍ମଘାତୀ ଆତଙ୍କୀକୁ ଟାର୍ଗେଟ କରି ହୋଇଥିବା ଡ୍ରୋନ ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ଆମେରିକାକୁ ଦାୟୀ କରିଛନ୍ତି ତାଲିବାନ ନେତା । ତାଲିବାନ ମୁଖପାତ୍ରଙ୍କ ଜବିହୁଲ୍ଲା ମୁଜାହିଦଙ୍କ କହିବାନୁଯାୟୀ, ଆମେରିକା ଡ୍ରୋନ ଆକ୍ରମଣରେ ୭ ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଛି । ବିଦେଶ ମାଟିରେ ଆମେରିକାର ଏଭଳି କାର୍ଯ୍ୟାନୁଷ୍ଠାନକୁ ଅବୈଧ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ।

ଯଦି କୌଣସି ବିପଦ ଥିଲା, ତେବେ ଆମେରିକା କଣ ପାଇଁ ତାଲିବାନକୁ ସୂଚନା ଦେଲାନାହିଁ ବୋଲି ପ୍ରଶ୍ନ କରିଛନ୍ତି ମୁଖପାତ୍ର ଜବୀହୁଲ୍ଲା । ଏହାପୂର୍ବରୁ ତାଲିବାନର ମୁଖପାତ୍ର କହିଥିଲେ ଯେ ବିମାନବନ୍ଦରରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଏକ କାରରେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଟାର୍ଗେଟ କରିଥିଲା ଆମେରିକା । ସଙ୍ଗେସଙ୍ଗେ ଆମେରିକା ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନଥିବା ସେ କହିଛନ୍ତି ।

ରବିବାର କାବୁଲର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ରକେଟ ମାଡ ହୋଇଥିଲା । ଏଥିରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ପୋଲିସ ସ୍ପଷ୍ଟ କରିଛି । ଖବର ଅନୁଯାୟୀ, ଜଣେ ଆତ୍ମଘାତୀ ଆତଙ୍କୀକୁ ଟାର୍ଗେଟ କରି ଆମେରିକା ପକ୍ଷରୁ ହୋଇଥିଲା ରକେଟ ମାଡ । କାବୁଲ ବିମାନବନ୍ଦରରେ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏହି ରକେଟ ମାଡ ହୋଇଥିଲା । ଆତ୍ମଘାତୀ ଆତଙ୍କୀ ଜଣକ ଏକ ବିସ୍ଫୋରକ ଭର୍ତ୍ତି ଗାଡି ନେଇ କାବୁଲ ବିମାନବନ୍ଦର ମଧ୍ୟକୁ ପ୍ରବେଶ କରି ଏହାକୁ ଉଡାଇବାକୁ ଚାହୁଁଥିବା ଜଣାପଡିଥିଲା ।

ଏୟାରଷ୍ଟ୍ରାଇକକୁ ନେଇ ପ୍ରତିକ୍ରିୟା ରଖିଥିଲା ଆମେରିକା ସେନା । ଆତ୍ମରକ୍ଷା ପାଇଁ ଏହି ଏୟାରଷ୍ଟ୍ରାଇକ କରାଯାଇଥିବା ଆମେରିକା ସେନା ପକ୍ଷରୁ କୁହାଯାଇଛି । ଏହାଫଳରେ ହମିଦ କରଜାଇ ବିମାନବନ୍ଦର ପାଇଁ ଜନ୍ମ ନେଉଥିବା ଆଇଏସଆଇଏସ ଆତଙ୍କର ବିପଦ ଟଳିଯାଇଛି । ଏହି ଏୟାରଷ୍ଟ୍ରାଇକ ସଫଳ ହୋଇଥିବା ଦାବି କରିଛି ଆମେରିକା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.