ETV Bharat / international

ତାଲିବାନୀ ଆକ୍ରମଣରେ ଦୈନିକ ପ୍ରଭାବିତ ହେଉଛନ୍ତି 24 ଆଫଗାନୀ ନାଗରିକ

ଚଳିତବର୍ଷ ଆରମ୍ଭରୁ ଆଫଗାନିସ୍ତାନ ଉପରେ ବଢି ଚାଲିଛି ତାଲିବାନୀ ହିଂସାର ପରିମାଣ । ତାଲିବାନୀ ଆକ୍ରମଣ ଯୋଗୁଁ ଦୈନିକ ପ୍ରାୟ 24 ଆଫଗାନୀ ନାଗରିକଙ୍କ ମୃତ୍ୟୁ କିମ୍ବା ସେମାନେ ଆହତ ହେଉଥିବା ଅଭିଯୋଗ ଆଣିଛି ଆଫଗାନିସ୍ତାନର ଜାତୀୟ ସୁରକ୍ଷା ପରିଷଦ(ଏନଏସସି) ।

author img

By

Published : Jun 30, 2020, 5:43 PM IST

talibani attack on afghanistan, afghanistan-taliban relation, talibani attack, intra-afghan deal, ଆଫଗାନିସ୍ତାନ ଉପରେ ତାଲିବାନୀ ଆକ୍ରମଣ, ଆଫଗାନିସ୍ତାନ-ତାଲିବାନ ସମ୍ପର୍କ, ତାଲିବାନୀ ଆକ୍ରମଣ, ଇଣ୍ଟ୍ରା-ଆଫଗାନ ଚୁକ୍ତି
ତାଲିବାନୀ ଆକ୍ରମଣରେ ଦୈନିକ ପ୍ରଭାବିତ ହେଉଛନ୍ତି 24 ଆଫଗାନୀ ନାଗରିକ

କାବୁଲ: ଚଳିତବର୍ଷ ଆରମ୍ଭରୁ ଆଫଗାନିସ୍ତାନ ଉପରେ ବଢି ଚାଲିଛି ତାଲିବାନୀ ହିଂସାର ପରିମାଣ । ତାଲିବାନୀ ଆକ୍ରମଣ ଯୋଗୁଁ ଦୈନିକ ପ୍ରାୟ 24 ଆଫଗାନୀ ନାଗରିକଙ୍କ ମୃତ୍ୟୁ କିମ୍ବା ସେମାନେ ଆହତ ହେଉଥିବା ଅଭିଯୋଗ ଆଣିଛି ଆଫଗାନିସ୍ତାନର ଜାତୀୟ ସୁରକ୍ଷା ପରିଷଦ(ଏନଏସସି) । ଏନଏସସି ମୁଖପାତ୍ର ଜାଭିଦ ଫୈଜଲଙ୍କ କହିବା ଅନୁଯାୟୀ ଏଯାବତ୍‌ ତାଲିବାନ 44 ଥର ଆକ୍ରମଣ କରିଥିବା ବେଳେ ଏଥିରେ ଦୈନିକ ପ୍ରାୟ 24 ନାଗରିକ ଆହତ ହେଉଛନ୍ତି କିମ୍ବା ସେମାନଙ୍କ ମୃତ୍ୟୁ ହେଉଛି ।

ସୋମବାର ଏକ ଟ୍ବିଟ ଜରିଆରେ ଫୈଜଲ ଏପରି ମନ୍ତବ୍ୟ ଦେଇଥିବା ଦେଖାଯାଇଥିଲା । ତେବେ ଏହି ଟ୍ବିଟରେ ସେ ତାଲିବାନକୁ ନିଜ ଜୁଲମ ଉପରେ ରୋକ ଲଗାଇବା ସହ ଶାନ୍ତି ବଜାୟ ରଖିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ସେ ଏହା ମଧ୍ୟ କହିଥିଲେ କି ଦୋହା ଚୁକ୍ତିର ସଫଳତା ଓ ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିବାକୁ ହେଲେ ତାଲିବାନକୁ ତୁରନ୍ତ ନିଜ ହିଂସାତ୍ମକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ହେବ । ଏହାପରେ ହିଁ ଉଭୟ ଦେଶ ମଧ୍ୟରେ ଇଣ୍ଟ୍ରା-ଆଫଗାନ ଚୁକ୍ତି ସମ୍ବନ୍ଧରେ ସିଧାସଳଖ କଥାବାର୍ତ୍ତା ହୋଇପାରିବ ।

ଆଫଗାନିସ୍ତାନର ଏହି ଅଭିଯୋଗ ନେଇ ତାଲିବାନ ଏଯାବତ୍‌ କୌଣସି ପ୍ରତିକ୍ରିୟା ଦେଇନାହିଁ । ତେବେ ସୋମବାର ଆଫଗାନିସ୍ତାନର ହେଲମଣ୍ଡ ପ୍ରାନ୍ତରେ ସୋମବାର ସାଙ୍ଗୀନ ବଜାରରେ ଏକ ଉତ୍ସବର ଆୟୋଜନ ଚାଲିଥିବା ବେଳେ ଏଠାରେ ତାଲିବାନ କ୍ରମାଗତ ଭାବେ 4ଟି ରକେଟ ମାଡ କରିଥିଲା । ଏଥିରେ 23 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ପ୍ରାନ୍ତୀୟ ରାଜ୍ୟପାଳଙ୍କ ସୂଚନା ମୁତାବକ ଘଟଣାରେ 15 ଜଣ ନାଗରିକ ଗୁରୁତର ହୋଇ ପଡିଛନ୍ତି ।

ତାଲିବାନର ଏପରି ହିଂସାତ୍ମକ ଆଚରଣକୁ ବରଦାସ୍ତ ନକରି ଘଟଣାର କିଛି ସମୟ ପରେ ହିଁ ଫୈଜଲ ଟ୍ବିଟରରେ ନିଜ କ୍ଷୋଭ ପ୍ରକାଶ କରିଥିଲେ । ହେଲେ ତାଲିବାନ ଏହି ଘଟଣାରେ ନିଜ ସମ୍ପୃକ୍ତି ଆକ୍ଷେପକୁ ଖଣ୍ଡନ କରିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.