ETV Bharat / international

୧୧ ସନ୍ଦିଗ୍ଧ ISIS-K ଆତଙ୍କୀଙ୍କୁ ଗିରଫ କଲା ତାଲିବାନ

ଆଫଗାନିସ୍ତାନରେ ISIS-K ଆତଙ୍କୀ ସନ୍ଦେହରେ ୧୧ ଜଣ ଗିରଫ । ପୂର୍ବରୁ ମଧ୍ୟ ୧୦ ଜଣ ISIS-K ଆତଙ୍କୀଙ୍କୁ ଗିରଫ କରିଥିଲା ତାଲିବାନ । ଅଧିକ ପଢନ୍ତୁ

author img

By

Published : Nov 16, 2021, 9:05 AM IST

୧୧ ସନ୍ଦିଗ୍ଧ ISIS-K ଆତଙ୍କୀଙ୍କୁ ଗିରଫ କଲା ତାଲିବାନ
୧୧ ସନ୍ଦିଗ୍ଧ ISIS-K ଆତଙ୍କୀଙ୍କୁ ଗିରଫ କଲା ତାଲିବାନ

କାବୁଲ: ISIS-K ଆତଙ୍କୀ ସନ୍ଦେହରେ ୧୧ ଜଣଙ୍କୁ ଗିରଫ କଲା ତାଲିବାନ । ଆଫଗାନିସ୍ତାନର କେନ୍ଦ୍ରୀୟ ଦାଇକୁଣ୍ଡି ପ୍ରଦେଶରୁ ସମସ୍ତ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିବିଶେଷ ISIS-K ଆତଙ୍କୀ ସଙ୍ଗଠନର ସଦସ୍ୟ ହୋଇଥିବା ନେଇ ତାଲିବାନ ସନ୍ଦେହ କରିଛି । ଆଫଗାନର ସ୍ଥାନୀୟ ମିଡିଆ ରିପୋର୍ଟରେ ଏ ସମ୍ପର୍କରେ କୁହାଯାଇଛି ।

ସୂଚନା ଅନୁଯାୟୀ, ସମସ୍ତ ସନ୍ଦିଗ୍ଧ ଦେଶର ହେଲମଣ୍ଡ(Helmand), ଗଜନି(Ghazni) ଏବଂ ୟୁରୋଜଗାନ(Urozgan) ରାଜ୍ୟର ହୋଇଥିବା ତାଲିବାନୀ ଅଧିକାରୀ କହିଛନ୍ତି । ସେମାନଙ୍କୁ ନିକଟରୁ କିଛି ମାରଣାସ୍ତ୍ର ଜବତ କରାଯାଇଛି । ଗିରଫ ସମସ୍ତ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯିବା ସହ ଘଟଣାରେ ତଦନ୍ତ ଜାରି ରହିଛି ।

କିଛି ଦିନ ପୂର୍ବରୁ ମଧ୍ୟ ତାଲିବାନ ISIS-K ସଙ୍ଗଠନର ୧୦ ଜଣଙ୍କୁ ଗିରଫ କରିଥିଲା ଏବଂ କନ୍ଦାହାରରେ ଏକ ବଡ ଅପରେସନ ଚଳାଇ ତିନି ଜଣ ଆତଙ୍କୀଙ୍କୁ ହତ୍ୟା କରିଥିଲା । ଏପରିକି ସେଠାରେ ISIS-Kର ଚାରୋଟି ଶିବିରକୁ ନଷ୍ଟ କରି ଦିଆଯାଇଥିବା ତାଲିବାନ ଅଧିକାରୀ ସୂଚନା ଦେଇଛନ୍ତି ।

ଆଫଗାନିସ୍ତାନର ଖାମା ପ୍ରେସ ଅନୁଯାୟୀ, ଇସଲାଇମିକ ଷ୍ଟେଟ ଅଫ୍ ଇରାକ ଏବଂ ସିରିୟା ଖୋରାସନ ଶାଖା ବର୍ତ୍ତମାନ ଏକମାତ୍ର ଆତଙ୍କୀ ସମୂହ, ଯିଏ କି ଆଫଗାନିସ୍ତାରେ ତାଲିବାନ ବିରୁଦ୍ଧରେ କାର୍ଯ୍ୟ କରୁଛି ଏବଂ ନାଗରିକଙ୍କ ଉପରେ ଆକ୍ରମଣ କରୁଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.