ଦମ୍ମାସକସ: ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣକୁ ରୋକିବା ପାଇଁ ରବିବାର ରାତିରେ ରାଜଧାନୀ ଦମ୍ମାସକସ ଏବଂ ଏହାର ଦକ୍ଷିଣ ଉପକଣ୍ଠରେ ସିରିଆର ବାୟୁ ପ୍ରତିରକ୍ଷା ସକ୍ରିୟ କରାଯାଇଛି। ଏକ ସ୍ଥାନୀୟ ଟିଭି ଚ୍ୟାନେଲ ଅନୁସାରେ ଇସ୍ରାଏଲ ମିସାଇଲକୁ ଲକ୍ଷ୍ୟସ୍ଥଳ ଦମ୍ମାସକାସରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ବିଫଳ କରାଯାଇଛି ।
ବର୍ଷ ବର୍ଷ ଧରି ସିରିଆରେ ଇରାନ ସହ ଜଡିତ ସାମରିକ ଯୁଦ୍ଧ ବିରୋଧରେ ଇସ୍ରାଏଲ୍ ଶହ ଶହ ଷ୍ଟ୍ରାଇକ୍ କରିଛି କିନ୍ତୁ ଏହି ଆକ୍ରମଣକୁ ବହୁତ କମ୍ ସ୍ବୀକାର କରାଯାଇଛି । ଇସ୍ରାଏଲ୍ ଏହାର ଉତ୍ତର ସୀମାରେ ଇରାନର ପ୍ରବେଶକୁ ଏକ ରେଡ୍ ଲାଇନ୍ ଭାବରେ ବିବେଚନା କରେ । ଅନେକ ସମୟରେ ଲେବନାନରେ ଆତଙ୍କବାଦୀ ହିଜବୁଲ ପାଇଁ ଇସ୍ରାଏଲ ପଠାଉଥିବା ଅସ୍ତ୍ରଶସ୍ତ୍ରକୁ ଜବତ କରିନିଏ ଇରାନ ।
ପେଣ୍ଟାଗନ ମତରେ, ଗତ ମାସ ଆରମ୍ଭରେ ଇରାକରେ ରକେଟ ମାଡ କରାଯାଇଥିଲା । ଏଥିରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଆମେରିକା ସୈନ୍ୟ ଆହତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ