ETV Bharat / international

ପାକିସ୍ତାନରେ ଭୟଙ୍କର ଭୂମିକମ୍ପ; ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି, ପ୍ରାୟ ୩୦୦ ଆହତ

author img

By

Published : Oct 7, 2021, 7:48 AM IST

Updated : Oct 7, 2021, 9:54 AM IST

ସକାଳୁ ସକାଳୁ ଥରିଲା ପାକିସ୍ତାନ । ପାକିସ୍ତାନର ହର୍ନେଇ ଅଞ୍ଚଳରେ ଆଜି ଭୟଙ୍କର ଭୂମିକମ୍ପ ହୋଇଛି । ଏଥିରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ବଢିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ଭୟଙ୍କର ଭୂମିକମ୍ପ; ୧୫ ଜଣଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ବଢିବା ସମ୍ଭାବନା

ଇସଲାମବାଦ: ପାକିସ୍ତାନରେ ଭୟଙ୍କର ଭୂମିକମ୍ପ । ଆଜି(ଗୁରୁବାର) ସକାଳୁ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏଥିରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୩୦୦ ଲୋକେ ଆହତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି ।

US Geological Survey ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ୩ଟା ସମୟରେ ଭୂମିକମ୍ପ ହୋଇଥିଲା । ଏହା ବାଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ହର୍ନେଇଠୁ ପ୍ରାୟ ୧୪ କିମି ଉତ୍ତର-ଉତ୍ତର ପୂର୍ବରେ କେନ୍ଦ୍ରୀତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ପାଖାପାଖି ୬.୦ ରେକର୍ଡ ହୋଇଛି ।

ପ୍ରାୟ ୩୦୦ ଲୋକେ ଭୂମିକମ୍ପରେ ଆହତ ହୋଇଛନ୍ତି ଏବଂ ବଡ ବଡ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବଡ ଭୋରରୁ ଭୂମିକମ୍ପ ହୋଇଥିବାରୁ ଲୋକେ ନିଜ ନିଜ ଘରେ ଶୋଇଥିଲେ ଏବଂ ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଜୀବନ ବଞ୍ଚାଇବା ଭୟରେ ଘରୁ ଦୌଡି ବାହାରକୁ ପଳାଇ ଆସିଥିଲେ । ଲୋକେ ଶୋଇଥିବା ଅବସ୍ଥାରେ ଏହା ଘଟିଥିବାରୁ ଏତେସଂଖ୍ୟକ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ଦୁର୍ବିପାକ ସମୟର ଭୟାନକ ଚିତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

@AP

Last Updated : Oct 7, 2021, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.