ETV Bharat / international

ଇଣ୍ତୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା: 7 ମୃତ, ଅନେକ ଆହତ - ଭୂ କମ୍ପରେ 7 ମୃତ

ଇଣ୍ତୋନେସିଆ ଜାକର୍ତ୍ତାରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ତୀବ୍ରତା 6.2 ରେକର୍ଡ। ଉଚ୍ଚ ତୀବ୍ରତାର ଏହି ଭୂ କମ୍ପରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 100ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଅଧିକ ପଢନ୍ତୁ...

ଇଣ୍ତୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା୍; 7 ମୃତ, ଅନେକ ଆହତ

author img

By

Published : Jan 15, 2021, 8:59 AM IST

ଜାକର୍ତ୍ତା: ଇଣ୍ତୋନେସିଆ ଜାକର୍ତ୍ତାରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ତୀବ୍ରତା 6.2 ରେକର୍ଡ। ଉଚ୍ଚ ତୀବ୍ରତାର ଏହି ଭୂକମ୍ପରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 100ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଏନେଇ ଦେଶର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭୂକମ୍ପର କେନ୍ଦ୍ରସ୍ଥଳ ମାଜେନ୍ ସହରର ଉତ୍ତର-ପୂର୍ବଠାରୁ 6 କିଲୋମିଟର (3.73 ମାଇଲ୍) ଥିବାବେଳେ 10 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା । ଦେଶର ବିପର୍ଯ୍ୟୟ ପ୍ରଶମନ ସଂସ୍ଥାର ପ୍ରାରମ୍ଭିକ ତଥ୍ୟରୁ ଜଣାପଡିଛି ଯେ ମାଜେନରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 637 ଜଣ ଆହତ ହୋଇଥିଲେ। ହେଲେ ପଡୋଶୀ ମାମୁଜୁ ପ୍ରଦେଶରେ ଆହୁରି ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

ଶୁକ୍ରବାର ଦିନ ସ୍ଥାନୀୟ ସମୟ 1 ଟା ପରେ ଏହି ଭୂକମ୍ପ ଘଟି ହଜାର ହଜାର ଲୋକ ଘର ଛାଡି ପଳାଇ ଯାଇଥିଲେ। ପ୍ରାୟ ସାତ ସେକେଣ୍ଡ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା କିନ୍ତୁ ସୁନାମି ଚେତାବନୀ ନାହିଁ। ସୋସିଆଲ ମିଡିଆରେ ଭିଡିଓରୁ ଜଣାପଡିଛି ଯେ ସ୍ଥାନୀୟ ବାସିନ୍ଦା ମୋଟରସାଇକେଲରେ ଉଚ୍ଚ ସ୍ଥାନକୁ ପଳାୟନ କରୁଛନ୍ତି ଏବଂ ଲୋକମାନେ ଖାଲି ହାତରେ ଆବର୍ଜନା ହଟାଇବାକୁ ଚେଷ୍ଟା କରୁଥିବା ବେଳେ ଅଳିଆ ଗଦାରେ ଏକ ଶିଶୁ ଫସି ରହିଥିବା ଜଣାପଡିଛି।

ଦୁଇଟି ହୋଟେଲ, ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏବଂ ଏକ ମଲ୍ ସମେତ କେତେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ଅନେକ ଘର ଭୁଷୁଡି ପଡିବା ପରେ ଲୋକେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବା ସହ ଚାରିଆଡେ ଭୟର ବାତାବରଣ ଖେଳିଯାଇଥିଲା।

ଗୁରୁବାର କିଛି ଘଣ୍ଟା ପୂର୍ବରୁ ଉକ୍ତ ଜିଲ୍ଲାରେ 5.9 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଅନେକ ଘର କ୍ଷତିଗ୍ରସ୍ତ ହୋଇଥିଲା। ଇଣ୍ଡୋନେସିଆର ବିପର୍ଯ୍ୟୟ ଏଜେନ୍ସି କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଅନେକ ଥର ଭୂକମ୍ପରେ ଅତି କମରେ ତିନିଟି ଭୂସ୍ଖଳନ ଘଟିଛି ଏବଂ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଇଛି। 2018 ରେ, ସୁଲାୱେସିର ପାଲୁ ସହରରେ 6.2 ମ୍ୟାଗ୍ନିଚ୍ୟୁଡର ଏକ ଭୟଙ୍କର ଭୂକମ୍ପ ଏବଂ ପରବର୍ତ୍ତୀ ସୁନାମିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.