ETV Bharat / international

ୟୁଏଇ-ଇସ୍ରାଏଲ ଶାନ୍ତି ଚୁକ୍ତିକୁ ନେଇ ଅଡୁଆରେ ପାକିସ୍ତାନ

ପ୍ରଥମ ଦିନରୁ ଆମର ପକ୍ଷ ସ୍ପଷ୍ଟ ହୋଇଛି । ପାଲେଷ୍ଟାଇନର ଲୋକମାନେ ସେମାନଙ୍କର ଅଧିକାର ନ ପାଇବା ପର୍ଯ୍ୟନ୍ତ ପାକିସ୍ତାନ ଇସ୍ରାଏଲକୁ ଗ୍ରହଣ କରିପାରିବ ନାହିଁ ବୋଲି ମହମ୍ମଦ ଅଲି ଜିନ୍ନା କହିଥିଲେ। ଆମେ ଏବେ ମଧ୍ୟ ଜିନ୍ନାଙ୍କ ପଥ ଅନୁସରଣ କରିବୁ । ଇସ୍ରାଏଲ ଏବଂ ପାକିସ୍ତାନ ମଧ୍ୟରେ କୌଣସି କୂଟନୈତିକ ସମ୍ପର୍କ ନାହିଁ ବୋଲି ଇମ୍ରାନ ଖାନ କହିଛନ୍ତି ।

ୟୁଏଇ-ଇସ୍ରାଏଲ ଶାନ୍ତି ଚୁକ୍ତିକୁ ନେଇ ଅଡୁଆରେ ପାକିସ୍ତାନ
ୟୁଏଇ-ଇସ୍ରାଏଲ ଶାନ୍ତି ଚୁକ୍ତିକୁ ନେଇ ଅଡୁଆରେ ପାକିସ୍ତାନ
author img

By

Published : Aug 21, 2020, 4:31 PM IST

ଇସଲାମାବାଦ: କାଶ୍ମୀର ପ୍ରସଙ୍ଗରେ ସାଉଦି ଆରବ ସହ ସମ୍ପର୍କ ଖରାପ କରିଥିବା ପାକିସ୍ତାନର ବୈଦେଶିକ ନୀତି ବର୍ତ୍ତମାନ ୟୁଏଇ-ଇସ୍ରାଏଲ ଶାନ୍ତି ଚୁକ୍ତିକୁ ନେଇ ନୂଆ ଅସୁବିଧାରେ ପଡିଛି। ନିକଟରେ ଏକ ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସ୍ରାଏଲ ସହ ସମ୍ପର୍କ ସ୍ଥାପନ କରିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇଛନ୍ତି।

ଇରମାନ ଖାନ ସାକ୍ଷାତକାରରେ କହିଛନ୍ତି, ପ୍ରଥମ ଦିନରୁ ଆମର ପକ୍ଷ ସ୍ପଷ୍ଟ ହୋଇଛି । ପାଲେଷ୍ଟାଇନର ଲୋକମାନେ ସେମାନଙ୍କର ଅଧିକାର ନ ପାଇବା ପର୍ଯ୍ୟନ୍ତ ପାକିସ୍ତାନ ଇସ୍ରାଏଲକୁ ଗ୍ରହଣ କରିପାରିବ ନାହିଁ ବୋଲି ମହମ୍ମଦ ଅଲି ଜିନ୍ନା କହିଥିଲେ। ଆମେ ଏବେ ମଧ୍ୟ ଜିନ୍ନାଙ୍କ ପଥ ଅନୁସରଣ କରିବୁ । ଇସ୍ରାଏଲ ଏବଂ ପାକିସ୍ତାନ ମଧ୍ୟରେ କୌଣସି କୂଟନୈତିକ ସମ୍ପର୍କ ନାହିଁ ବୋଲି ଇମ୍ରାନ ଖାନ କହିଛନ୍ତି ।

ଦୁଇ ବର୍ଷ କ୍ଷମତାରେ ଥିବା ଇମ୍ରାନ ଖାନ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି ପାକିସ୍ତାନର ପୁରୁଣା ସହଯୋଗୀ ସାଉଦି ଆରବ ସହ ସମ୍ପର୍କ ତିକ୍ତ କରିଛନ୍ତି । ଇତି ମଧ୍ୟରେ ୟୁଏଇ-ଇସ୍ରାଏଲ ଶାନ୍ତିଚୁକ୍ତି ସ୍ବାକ୍ଷର କରିଛନ୍ତି । ଯାହା ପାକିସ୍ତାନର ଚ୍ୟାଲେଞ୍ଜକୁ ବଢାଇ ଦେଇଛି।

ଜମ୍ମୁ-କଶ୍ମୀର ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରିଥିବା ଧାରା 370 ଉଚ୍ଛେଦ ହେବାର ପ୍ରଥମ ବାର୍ଷିକୀରେ ଏକ ଟିଭି ସାକ୍ଷାତକାରରେ ପାକିସ୍ତାନକୁ ସମର୍ଥନ କରୁ ନଥିବାରୁ କୁରେଶି ସାଉଦି ଆରବକୁ ସମାଲୋଚନା କରିଥିଲେ। କାଶ୍ମୀର ପ୍ରସଙ୍ଗରେ ଇସଲାମିକ ସହଯୋଗ ସଂଗଠନ ଏକ ବୈଠକ ଡାକିନଥିବାରୁ ଅସନ୍ତୋଷ ବ୍ୟକ୍ତ କରି କୁରେଶି କହିଥିଲେ, ମୁଁ ଇମ୍ରାନ ଖାନଙ୍କୁ କହିବି ସେ ଇସଲାମ ଦେଶଗୁଡିକର ଏକ ବୈଠକ ଡାକିବେ ଯେଉଁମାନେ ପାକିସ୍ତାନ ସହ ଅଛନ୍ତି।

ତେବେ କୁରେଶୀଙ୍କ ଆଭିମୁଖ୍ୟରେ ରିୟାଦ ଏତେ ମାତ୍ରାରେ ବିରକ୍ତ ହୋଇଥିଲେ ଯେ ପାକିସ୍ତାନକୁ ବିଲିୟନ ଡଲାରର ଋଣ ସମୟ ପୂର୍ବରୁ ପରିଶୋଧ କରିବାକୁ କହିଥିଲା। ପାକିସ୍ତାନ ଉପରେ ଏବେ ଆଉ ଏକ ବିଲିୟନ ଡଲାର ଫେରସ୍ତ କରିବାର ଚାପ ରହିଛି। ତେବେ କୁରେଶୀଙ୍କ ଦ୍ବାରା ଲଗାଯାଇଥିବା ନିଆଁ ଲିଭାଇବା ପାଇଁ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱା ଅଣ୍ଟା ଭିଡିଥିଲେ । ହେଲେ ସେ ଏଥିରେ ସଫଳ ହୋଇନଥିଲେ। ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବାଜୱାଙ୍କୁ ସାକ୍ଷାତ କରିବାକୁ ସମୟ ଦେଇନଥିଲେ। ଏହା ପରେ ପାକିସ୍ତାନ ନିଜ ସହଯୋଗୀ ଚୀନର ସହାୟତା ପାଇଁ ମନ ବଳାଇଛି । ଏଥିପାଇଁ କୁରେଶୀ ଚୀନ ଗସ୍ତରେ ଯାଇଛନ୍ତି।

ତେବେ ପାକିସ୍ତାନର ତୁର୍କୀ ସହିତ ଅଧିକ ପାରସ୍ପରିକ ସମ୍ପର୍କ ବଢାଇବା ମଧ୍ୟ ସାଉଦି ସହ ସମ୍ପର୍କକୁ ନଷ୍ଟ କରିପାରେ । କାରଣ ତୁର୍କୀର ରାଷ୍ଟ୍ରପତି ନିଜକୁ ମୁସଲମାନ ଜଗତର ସର୍ବଶ୍ରେଷ୍ଠ ନେତା କରିବାକୁ ଚାହୁଁଛନ୍ତି। ବୈଦେଶିକ ନୀତି ନିର୍ଣ୍ଣୟ କରୁଥିବା କୁରେଶୀଙ୍କ ବିବୃତ୍ତିରେ ପାକିସ୍ତାନର ସେନା ମଧ୍ୟ ଖୁସି ନୁହଁନ୍ତି। ଯେକୌଣସି ପରିସ୍ଥିତିରେ ସେନା ସାଉଦି ସହ ସମ୍ପର୍କକୁ ସୁଦୃଢ କରିବାକୁ ଚାହୁଁଛି। ଇତି ମଧ୍ୟରେ ୟୁଏଇ-ଇସ୍ରାଏଲ ଶାନ୍ତି ଚୁକ୍ତି ପାକିସ୍ତାନ ପାଇଁ ପରିସ୍ଥିତିକୁ ଆହୁରି ଜଟିଳ କରିଛି | ପାକିସ୍ତାନ ପାରମ୍ପାରିକ ଭାବରେ ସାଉଦି ଆରବ ଏବଂ ୟୁଏଇ ଉପରେ ନିର୍ଭରଶୀଳ । ଇରାନ ଏହି ଚୁକ୍ତିକୁ ସମାଲୋଚନା କରିଛି, କିନ୍ତୁ ପାକିସ୍ତାନ ସତର୍କତାର ସହ କହିଛି ଯେ, ଏହାଦ୍ବାରା ବିକାଶ ଉପରେ ପ୍ରଭାବ ପଡ଼ିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.