ETV Bharat / international

ଏପ୍ରିଲ 27ରେ ଶ୍ରୀଲଙ୍କାରୁ ହଟିବ ଦେଶବ୍ୟାପୀ କର୍ଫ୍ୟୁ - କୋରୋନା ପାଇଁ କର୍ଫ୍ୟୁ

କୋରୋନା ମୁକାବିଲା ପାଇଁ ଦ୍ବୀପ ଦେଶ କୁହାଯାଉଥିବା ଶ୍ରୀଲଙ୍କାରେ ଲାଗୁ ହୋଇଥିଲା ଦେଶବ୍ୟାପୀ କର୍ଫ୍ୟୁ । ହେଲେ ଆସନ୍ତା ଏପ୍ରିଲ 27 ତାରିଖ, ସୋମବାର ଏହି ଦେଶବ୍ୟାପୀ କର୍ଫ୍ୟୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଅଧିକ ପଢ଼ନ୍ତୁ...

corona in srilanka, nationwide curfew in srilanka, curfew for corona, cororna update, ଶ୍ରୀଲଙ୍କାରେ କୋରୋନା, ଶ୍ରୀଲଙ୍କାରେ ଦେଶବ୍ୟାପୀ କର୍ଫ୍ୟୁ, କୋରୋନା ପାଇଁ କର୍ଫ୍ୟୁ, କୋରୋନା ଅପଡେଟ
ଏପ୍ରିଲ 27ରେ ଶ୍ରୀଲଙ୍କାରୁ ହଟିବ ଦେଶବ୍ୟାପୀ କର୍ଫ୍ୟୁ
author img

By

Published : Apr 25, 2020, 11:44 PM IST

କଲମ୍ବୋ: କୋରୋନା ମୁକାବିଲା ପାଇଁ ଦ୍ବୀପ ଦେଶ କୁହାଯାଉଥିବା ଶ୍ରୀଲଙ୍କାରେ ଲାଗୁ ହୋଇଥିଲା ଦେଶବ୍ୟାପୀ କର୍ଫ୍ୟୁ । ହେଲେ ଆସନ୍ତା ଏପ୍ରିଲ 27 ତାରିଖ, ସୋମବାର ଏହି ଦେଶବ୍ୟାପୀ କର୍ଫ୍ୟୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ଦେଶରେ ନୋଟିସ ଜାରି ହୋଇଥିବା ବେଳେ ଜଣେ ପୋଲିସ ଅଫିସରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଏହାର ପୁନଃ ଲାଗୁ ପାଇଁ କୌଣସି ନିର୍ଦ୍ଦେଶ ନାହିଁ ।

ଅନ୍ୟପଟେ ଏହା ଚୂଡାନ୍ତ ନିଷ୍ପତ୍ତି ନୁହେଁ । ରବିବାର ସୁଦ୍ଧା ଏହାର ଚୂଡାନ୍ତ ନିଷ୍ପତ୍ତି ପ୍ରକାଶ ପାଇପାରେ । ତେବେ ଦେଶର ସ୍ଥିତି ଦେଖି ପୁଣି ଥରେ କର୍ଫ୍ୟୁ ଲଗାଯାଇପାରେ ବୋଲି ସରକାରୀ ସୂତ୍ରରୁ ଜଣା ପଡିଛି । ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କାରେ ମୋଟ 414 ଜଣ କୋରୋନା ପଜିଟିଭ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 7ରେ ସ୍ଥିର ରହିଛି । ସେପଟେ ଏଯାବତ୍‌ 100 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ମଧ୍ୟ ଜଣା ପଡିଛି ।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ 20ରୁ ଶ୍ରୀଲଙ୍କାରେ ଦେଶବ୍ୟାପୀ 24 ଘଣ୍ଟିଆ କଡା କର୍ଫ୍ୟୁ ଲାଗୁ ହୋଇଥିଲା । ଯାହା ଏପ୍ରିଲ 20ରେ ଶେଷ ହେବା ନେଇ ଘୋଷଣା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୋରୋନା ସ୍ଥିତି ଦେଖି ଏହାକୁ ବୃଦ୍ଧି କରାଯାଇ ଏପ୍ରିଲ 27 କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.