ETV Bharat / international

ମେ 4 ଯାଏଁ ଶ୍ରୀଲଙ୍କାର 4 ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର

author img

By

Published : Apr 26, 2020, 11:59 PM IST

ଗୋଟିଏ ଦିନରେ ଦ୍ବୀପ ଦେଶରେ 49 କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଢିଛି କର୍ଫ୍ୟୁ ଅବଧି । ଶ୍ରୀଲଙ୍କାର 4 ଜିଲ୍ଲାରେ ଏବେ ବି ପରିସ୍ଥିତି ସୁଧୁରି ନଥିବାରୁ ଏହି 4 ଜିଲ୍ଲାରେ ମେ 4 ଯାଏଁ ବଢିଛି କର୍ଫ୍ୟୁ ଅବଧି ।

curfew in srilanka, corona in srilanka, corona update in srilanka, ଶ୍ରୀଲଙ୍କାରେ କର୍ଫ୍ୟୁ, ଶ୍ରୀଲଙ୍କାରେ କୋରୋନା, ଶ୍ରୀଲଙ୍କାରେ କୋରୋନା ଅପଡେଟ
ମେ 4 ଯାଏଁ ଶ୍ରୀଲଙ୍କାର 4 ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର

କଲମ୍ବୋ: ଗୋଟିଏ ଦିନରେ ଦ୍ବୀପ ଦେଶରେ 49 କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଢିଛି କର୍ଫ୍ୟୁ ଅବଧି । ଶ୍ରୀଲଙ୍କାର 4 ଜିଲ୍ଲାରେ ଏବେ ବି ପରିସ୍ଥିତି ସୁଧୁରି ନଥିବାରୁ ଏହି 4 ଜିଲ୍ଲାରେ ମେ 4 ଯାଏଁ ବଢିଛି କର୍ଫ୍ୟୁ ଅବଧି । ଏନ୍ୟପଟେ ବଳକା 21 ଜିଲ୍ଲାରେ ରବିବାରଠାରୁ ମେ 1 ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ନିୟମ କୋହଳ ହେବ । ଏହା ଅନୁଯାୟୀ ଭୋର 5ଟାରୁ ରାତି 8ଟା ପର୍ଯ୍ୟନ୍ତ ନିୟମ କୋହଳ ହେବା ନେଇ ସୂଚନା ରହିଛି ।

ଶ୍ରୀଲଙ୍କାରେ ବିପଦ ଘେରରେ ଥିବା 4 ଜିଲ୍ଲା ହେଉଛି କଲମ୍ବୋ, ଗମ୍ପାହା, କଲୁତାରା ଓ ପୁତ୍ତଲାମ । ଶନିବାର ଏନେଇ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ । ସେ ଏହା ମଧ୍ୟ କହିଥିଲେ କି ହାଇ ରିସ୍କରେ ଥିବା 4 ଜିଲ୍ଲାକୁ ଛାଡି ଅନ୍ୟ ଅଞ୍ଚଳରେ ମେ 4 ପରେ ଉଭୟ ଘରୋଇ ସରକାରୀ ଶିକ୍ଷା ଅନୁଷ୍ଠାନ ଆଦି ଆଂଶିକ ଭାବେ ଖୋଲିବ । ଏଥିସହ କିଛି ପୋଲିସ କର୍ମଚାରୀମାନେ ସୋମବାର ଲକଡାଉନ ଖୋଲିବା ନେଇ ଉଡାଇଥିବା ଗୁଜବକୁ ରାଷ୍ଟ୍ରପତି ଖଣ୍ଡନ କରିଛନ୍ତି ।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ 20ରୁ ଶ୍ରୀଲଙ୍କାରେ କର୍ଫ୍ୟୁ ଜାରି ରହିଛି । ସେପଟେ ବର୍ତ୍ତମାନ ସୁଦ୍ଧା ଏଠାରେ ଆକ୍ରାନ୍ତ ସଂଖ୍ୟା 435ରେ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 7ରେ ସ୍ଥିର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.