ETV Bharat / international

ମେଡିକାଲ ଉପକରଣ ଦାନ କରିବେ ଶ୍ରୀଲଙ୍କା କ୍ରିକେଟର

author img

By

Published : Mar 26, 2020, 11:01 PM IST

କୋରୋନା ମାହାମାରୀରେ କ୍ରିକେଟରଙ୍କ ସହାୟତାର ହାତ । ମେଡିକାଲ ଉପକରଣ ଦାନ କରିବେ ଶ୍ରୀଲଙ୍କା କ୍ରିକେଟର । ଅଧିକ ପଢନ୍ତୁ...

srilanka cricketers to donate for medical equpment to combat coronavirus
ଫାଇଲ ଫଟୋ

କଲୋମ୍ବୋ: ସାରା ବିଶ୍ବ ପାଇଁ ଶଙ୍କଟ ପାଲଟିଲାଣି ମହାମାରୀ କୋରୋନା । ଏଥିଯୋଗୁଁ ଚିନ୍ତାରେ ସାରା ବିଶ୍ବ। ଏହି ମହାମାରୀ ସହ ଲଢେଇ ନେଇ ଚାଲିଛି ସବୁଠି ଚେଷ୍ଟା । ତେବେ ଏହା ବିରୋଧରେ ସହାୟତାର ହାତ ବଢାଇଛି କ୍ରୀଡାଜଗତ । କ୍ରିକେଟରଙ୍କ ଠାରୁ ଆରମ୍ଭ କରି ଟେନିସ ଷ୍ଟାର ସହାୟତା ପାଇଁ ଡୋନେସନ ଦେଇଛନ୍ତି। ଏହି ସମୟରେ ଶ୍ରୀଲଙ୍କା କ୍ରିକେଟରମାନେ ଦେଶବାସୀଙ୍କ ସହାୟତା ପାଇଁ ଆବଶ୍ୟକ ମେଡିକାଲ ଉପକରଣ କିଣିବାକୁ ନିଷ୍ପତ୍ତି ନେଇଛନ୍ତି।

srilanka cricketers to donate for medical equpment to combat coronavirus
ମେଡିକାଲ ଉପକରଣ ଦାନ କରିବେ ଶ୍ରୀଲଙ୍କା କ୍ରିକେଟର

ଏହି ଉପକରଣ କୋରୋନା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ପ୍ରମୁଖ ଉପକରଣ। ଏହି ଉପକରଣ ବାହାରୁ ଅଣାଯାଏ ଏବଂ ଶ୍ରୀଲଙ୍କାରେ ଏହି ଉପକରଣ ପହଞ୍ଚିବା ପରେ ତୁରନ୍ତ କ୍ରିକେଟରମାନେ ସରକାରଙ୍କୁ ଏହା ପ୍ରଦାନ କରିବେ।

କ୍ରିକେଟରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ମହିନ୍ଦା ରାଜପାକ୍ସେ । ଟ୍ବିଟ କରି ସେ କ୍ରିକେଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ମହାମାରୀରେ ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କାରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ଘଟିନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.