ETV Bharat / international

ଶ୍ରୀଲଙ୍କା ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ, ରାଜପକ୍ଷେ ପରିବାରର 4 ସଦସ୍ୟ ହେଲେ ମନ୍ତ୍ରୀ

ଶ୍ରୀଲଙ୍କା ସାଧାରଣ ସଂସଦ ନିର୍ବାଚନରେ ରାଜପେକ୍ଷ ପରିବାରର ନେତୃତ୍ବାଧିନ ଏସଏଲପିପିର ପ୍ରଚଣ୍ଡ ବିଜୟ ପରେ ବୁଧବାର ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ । ଶକ୍ତିଶାଳୀ ରାଜପେକ୍ଷ ପରିବାରର 4 ସଦସ୍ୟ କ୍ୟାବିନେରେ ସାମିଲ ଅଛନ୍ତି । ଅଧିକ ପଢନ୍ତୁ...

ଶ୍ରୀଲଙ୍କା ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ, ରାଜପେକ୍ଷ ପରିବାରର 4 ସଦସ୍ୟ ହେଲେ ମନ୍ତ୍ରୀ

author img

By

Published : Aug 12, 2020, 8:17 PM IST

କଲୋମ୍ବୋ: ଶ୍ରୀଲଙ୍କା ସାଧାରଣ ସଂସଦ ନିର୍ବାଚନରେ ରାଜପେକ୍ଷ ପରିବାରର ନେତୃତ୍ବାଧିନ ଏସଏଲପିପିର ପ୍ରଚଣ୍ଡ ବିଜୟ ପରେ ବୁଧବାର ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଅନଷ୍ଠିତ ହୋଇଛି । ମନ୍ତ୍ରୀମଣ୍ଡଳରେ ଶକ୍ତିଶାଳୀ ରାଜପକ୍ଷେ ପରିବାରର 4 ସଦସ୍ୟ ସାମିଲ ଅଛନ୍ତି ।

ରାଷ୍ଟ୍ରପତି ଗୋତବାୟା ରାଜପେକ୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ପାଖରେ ରଖିଥିବା ବେଳେ ଅର୍ଥମନ୍ତ୍ରାଳୟର ଦାୟିତ୍ବ ନିବ ନିର୍ବାଚିତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପେକ୍ଷଙ୍କୁ ପ୍ରଦାନ କରାଯାଇଛି । କେଣ୍ଡି ସହରରେ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କୁ ରାଷ୍ଟ୍ରପତି ଗୋତବାୟା ରାଜପେକ୍ଷ ଓ ତାଙ୍କ ବଡଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଉପସ୍ଥିତିରେ ଶପଥ ପାଠ କରାଯାଇଛି ।

ରାଷ୍ଟ୍ରପତିଙ୍କ ବଡ଼ ଭାଇ ମହିନ୍ଦା ରାଜପକ୍ଷେଙ୍କୁ ଅର୍ଥ ମନ୍ତ୍ରଣାଳୟ ସମେତ ତିନୋଟି ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି। ମହିନ୍ଦାଙ୍କ ବଡ ପୁଅ ନାମଲ ରାଜପେକ୍ଷଙ୍କୁ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରାଳୟ ମିଳିଛି । 2010 ରେ ସଂସଦରେ ପାଦ ଦେବାପରେ ତାଙ୍କୁ ପ୍ରଥମ ଥର ପାଇଁ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି।

ଶ୍ରୀଲଙ୍କା ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ରାଷ୍ଟ୍ରପତିଙ୍କ ସବୁଠୁ ବଡ ଭାଇ ଚମଲ ରାଜପକ୍ଷେ ମଧ୍ୟ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ସେ ଆଭ୍ୟନ୍ତରୀଣ ସୁରକ୍ଷା ମାମଲାରେ ରାଷ୍ଟ୍ରମନ୍ତ୍ରୀ ରହିବେ। ତାଙ୍କ ପୁଅ ଶିଶେନ୍ଦ୍ର ରାଜପେକ୍ଷଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି।

ଗତ ସପ୍ତାହରେ ଅନୁଷ୍ଠିତ ଶ୍ରୀଲଙ୍କା ସାଧାରଣ ନିର୍ବାଚନରେ ​​225 ସଦସ୍ୟ ବିଶିଷ୍ଟ ସଂସଦରେ ରାଜପେକ୍ଷଙ୍କ ନେତୃତ୍ବାଧୀନ ଏଲପିପି 145ଟି ଆସନ ଜିତି ରେକର୍ଡ ସୃଷ୍ଟି କରିଛି । ସଂସଦର ପ୍ରଥମ ଅଧିବେଶନ 20 ଅଗଷ୍ଟରେ ହେବାକୁ ଯାଉଛି। ସିଙ୍ଗାପୁର ପରେ ଶ୍ରୀଲଙ୍କା ଏସିଆର ଅନ୍ୟତମ ଦେଶ, ଯେଉଁଠାରେ କରୋନା ଭାଇରସ ମହାମାରୀ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.