ETV Bharat / international

ପଡୋଶୀ ଦେଶରୁ ଛାତ୍ରଙ୍କୁ ଫେରାଇ ଆଣିବ ଶ୍ରୀଲଙ୍କା - Sri Lanka news

ଭାରତ, ପାକିସ୍ତାନ ଓ ନେପାଳରେ ଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବ ଶ୍ରୀଲଙ୍କା । ଏଥିପାଇଁ ଏହା ଏହି 3ଟି ଦେଶକୁ ବିମାନ ପଠାଇବାର ବ୍ୟବସ୍ଥା କରୁଛି । ଅଧିକ ପଢନ୍ତୁ...

ପଡୋଶୀ ଦେଶରୁ ଛାତ୍ରଙ୍କୁ ଫେରାଇ ଆଣିବ ଶ୍ରୀଲଙ୍କା

author img

By

Published : Apr 24, 2020, 6:39 AM IST

କଲୋମ୍ବୋ: କୋରୋନା ପରେ ଲକଡାଉନ ଘୋଷଣା ଯୋଗୁଁ ବିଭିନ୍ନ ଦେଶରେ ଫସିଛନ୍ତି ବାହାର ଦେଶର ଅନେକ ଛାତ୍ରଛାତ୍ରୀ । କିଛି ଦେଶ ଏମାନଙ୍କୁ ଫେରାଇ ଆଣିଥିବାବେଳେ କିଛି ଦେଶ ଆଣିବାରେ ଅସମର୍ଥ ହୋଇଛନ୍ତି । ତେବେ ଶ୍ରୀଲଙ୍କା ପଡୋଶୀ ଦେଶରେ ଫସିଥିବା ନିଜ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାର ଯୋଜନା କରିଛି ।

ଭାରତ, ପାକିସ୍ତାନ ଓ ନେପାଳରେ ଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବ ଶ୍ରୀଲଙ୍କା । ଏଥିପାଇଁ ଏହା ଏହି 3ଟି ଦେଶକୁ ବିମାନ ପଠାଇବାର ବ୍ୟବସ୍ଥା କରୁଛି । ଏହା ଅନୁସାରେ ଭାରତର ଅମ୍ରିତସର ଓ କୋଏମ୍ବାଟୁର, ପାକିସ୍ତାନର କରାଚି ଓ ଲାହୋର ଏବଂ ନେପାଳର କାଠମାଣ୍ଡୁକୁ ଶ୍ରୀଲଙ୍କା ସ୍ବତନ୍ତ୍ର ବିମାନ ପଠାଇବ । ଏହିସବୁ ଜାଗାରୁ ଫସିଥିବା 433 ଛାତ୍ରଛାତ୍ରୀଙ୍କୁ ବିମାନରେ ଆଣିବ ସିଂହଳୀ ଦେଶ ।

ଏହାପରେ ସେମାନଙ୍କୁ ସେନା ଦ୍ବାରା ପରିଚାଳିତ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯିବ । ସେଠାରେ 14 ଦିନ ରହିବା ପରେ ସେମାନଙ୍କ ଟେଷ୍ଟ କରାଯିବ । ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ସରକାର ସୂଚନା ଦେଇଛନ୍ତି । ପୂର୍ବରୁ ଭାରତ ଓ ଚୀନରେ ଅଟକିଥିବା କିଛି ଛାତ୍ର ଏବଂ ତୀର୍ଥଯାତ୍ରୀଙ୍କୁ ବିମାନରେ ଫେରାଇ ଆଣିଥିଲେ ଶ୍ରୀଲଙ୍କା ସରକାର । ସୂଚନାଯୋଗ୍ୟ ଯେ ଏପ୍ରିଲ 30 ଯାଏଁ ସମସ୍ତ ବିମାନ ସେବା ବାତିଲ କରିଛି ଶ୍ରୀଲଙ୍କା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.