ETV Bharat / international

ଶ୍ରୀଲଙ୍କା ବିସ୍ଫୋରଣରେ ସମ୍ପୃକ୍ତ ଥିବା 6  ସନ୍ଦିଗ୍ଧଙ୍କ ଫଟୋ ଜାରି

ଶ୍ରୀଲଙ୍କା ସିରିଜ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା 6 ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି ଶ୍ରୀଲଙ୍କାର ସୁରକ୍ଷା ଏଜେନ୍ସି । ସେମାନଙ୍କ ମଧ୍ୟରେ 3 ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର
author img

By

Published : Apr 26, 2019, 2:46 PM IST

କଲମ୍ବୋ: ଶ୍ରୀଲଙ୍କା ସିରିଜ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା 6 ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି ଶ୍ରୀଲଙ୍କାର ସୁରକ୍ଷା ଏଜେନ୍ସି । ସେମାନଙ୍କ ମଧ୍ୟରେ 3 ଜଣ ମହିଳା ମଧ୍ୟ ଅଛନ୍ତି । ଏହି ଘଟଣାରେ ପୁଲିସ 16 ଜଣଙ୍କୁ ଗିରଫ କରିଛି । ଏହି 16 ଜଣଙ୍କ ମଧ୍ୟରୁ 9 ଜଣ ଆତଙ୍କବାଦୀ ହୋଇଥିବା ବେଳେ ଅନ୍ୟମାନେ ସ୍ଥାନୀୟ ସଙ୍ଗଠନ ଏନଟିଜେର ସଦସ୍ୟ ହୋଇପାରନ୍ତି ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି । ତେବେ ଖୋଳତାଡ ପରେ ପୋଲିସ ଏହି ସନ୍ଦିଗ୍ଧଙ୍କ ନାଁ, ଫଟୋ ଏବଂ ଅନ୍ୟାନ୍ୟ ତଥ୍ୟ ଜାରି କରିଛି ।

ସେପଟେ ଏହି ବିସ୍ଫୋରଣରେ କଟ୍ଟରପନ୍ଥୀ ମୌଲବୀ ହାସୀମର ମୃତ୍ୟ ଘଟିଥିବା ରାଷ୍ଟ୍ରପତି ମୈତ୍ରିପାଲ ସୂଚନା ଦେଇଛନ୍ତି । ଗତ ରବିବାର ଇଷ୍ଟର ସନଡେ ପାଳନ କରିବା ପାଇଁ ଲୋକେ କଲମ୍ବୋସ୍ଥିତ ଚର୍ଚ୍ଚରେ ଏକାଠି ହୋଇଥିବା ବେଳେ ଲଗାତାର ସିରିଜ ବିସ୍ଫୋରଣ ଘଟିଥିଲା । ଚର୍ଚ୍ଚ ବ୍ୟତୀତ ହୋଟେଲରେ ମଧ୍ୟ ବିସ୍ଫୋରଣ ଘଟିଥିଲା । ଏଥିରେ 253 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 485 ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ 11 ଭାରତୀୟ ଏବଂ 40 ବିଦେଶୀ ନାଗରିକ ମଧ୍ୟ ସାମିଲ ଅଛନ୍ତି। ଏହି ଆକ୍ରମଣ ପାଇଁ ଆଇଏସଆଇଏସ ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିଛି ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.