ETV Bharat / international

Covid Crisis: ଦକ୍ଷିଣ କୋରିଆରେ କୋରୋନା ବିସ୍ଫୋରଣ, ଦିନକରେ ୬ ଲକ୍ଷ ପାର୍ ସଂକ୍ରମଣ - କୋରୋନା ସଂକ୍ରମଣ

ଦକ୍ଷିଣ କୋରିଆରେ କୋରୋନା ବିସ୍ଫୋରଣ । ଗୋଟିଏ ଦିନରେ ୬ ଲକ୍ଷ ପାର୍ କଲା ସଂକ୍ରମଣ ମାମଲା । ଅଧିକ ପଢନ୍ତୁ

Covid Crisis: ଦକ୍ଷିଣ କୋରିଆରେ କୋରୋନା ବିସ୍ଫୋରଣ, ଦିନକରେ ୬ ଲକ୍ଷ ପାର୍ ସଂକ୍ରମଣ

author img

By

Published : Mar 17, 2022, 12:00 PM IST

ସିଓଲ: ବିଶ୍ବରେ କାୟା ମେଲାଉଛି ମହାମାରୀ । କିଛି ଦିନର ବିରତି ପରେ ପୁଣି ହୁ ହୁ ହୋଇ ମାଡୁଛି ସଂକ୍ରମଣ । ଚୀନ ସମେତ ହଙ୍ଗକଙ୍ଗ, ସିଙ୍ଗାପୁର ଓ ଦକ୍ଷିଣ କୋରିଆ ଆଦି କେତେକ ରାଷ୍ଟ୍ର କୋରୋନା ବିସ୍ଫୋରଣ ହୋଇଛି । ଆଜି( ଗୁରୁବାର) ଗୋଟିଏ ଦିନରେ ଦକ୍ଷିଣ କୋରିଆରୁ ୬ ଲକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ମହାମାରୀ ଆରମ୍ଭରୁ ଏବେସୁଦ୍ଧା ସବୁଠୁ ଅଧିକ ଦୈନିକ ସଂକ୍ରମଣ । କିଛି ଦିନ ହେଲା ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ସହ ଜନଜୀବନ ସ୍ବାଭାବିକ ହେଉଥିବା ବେଳେ ପୁଣିଥରେ ମହାମାରୀ ପ୍ରସାରକୁ ନେଇ ଚାରିଆଡେ ଭୟାବହତା ଖେଳି ଯାଇଛି ।

କୋରିଆ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ ଏଜେନ୍ସି( Korea Disease Control and Prevention Agency) କହିଛି, ଓମିକ୍ରନ ଲହର ମଧ୍ୟରେ ଦକ୍ଷିଣ କୋରିଆରେ କୋରୋନା ମାମଲା ବୃଦ୍ଧି ପାଉଛି । ଆଜି ଗୋଟିଏ ଦିନରେ ଦେଶରେ 6,21,328 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 429 ଜଣ ପ୍ରାଣ ହରାଇଛନ୍ତି । ଦିନକ ମଧ୍ୟରେ ସଂକ୍ରମଣ ମାମଲା ୫୫ ପ୍ରତିଶତ ବଢିଛି । ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପୂର୍ବାନୁମାନ ଠାରୁ ଢେର୍ ଗୁଣା ଅଧିକ ରହିଛି ପଜିଟିଭ ମାମଲା । ଅଧିକାଂଶ ମାମଲା ସ୍ଥାନୀୟ ସଂକ୍ରମଣ ହୋଇଥିବା କୁହାଯାଇଛି ।

ମାସକ ତଳେ ଅନୁମାନ କରାଯାଇଥିଲା କି, ଓମିକ୍ରନ ଲହର ମାର୍ଚ୍ଚ ମାସ ମଧ୍ୟରେ ପିକ୍ ନେବ ଏବଂ ଏହି ସମୟରେ ସଂକ୍ରମଣ ମାମଲା 140,000 ରୁ 270,000 ଭିତରେ ରହିବ । ହେଲେ ଦେଶରେ ପଜିଟିଭ୍ ସଂଖ୍ୟା ୬ ଲକ୍ଷ ପାର୍ କରିଛି । ସଂକ୍ରମଣ ବଢୁଥିବା ଯୋଗୁଁ ଆସନ୍ତା ଦିନରେ ବିଭିନ୍ନ ସମାବେଶରେ ସୀମିତ ସଂଖ୍ୟକ ଲୋକଙ୍କୁ ଅନୁମତି, ସାମାଜିକ ଦୂରତା ରକ୍ଷା ଆଦି କଟକଣା କଡାକଡି କରାଯିବ କି କୋହଳ ହେବା ସେନେଇ ଉତ୍ତର କୋରିଆ ସରକାର ଶୁକ୍ରବାର ନିଷ୍ପତ୍ତି ନେବେ । ବର୍ତ୍ତମାନ ଏଠାରେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ କଟକଣାକୁ ବାଧ୍ୟତାମୂଳକ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.