ETV Bharat / international

ଦକ୍ଷିଣ କୋରିଆ ଓ ଆମେରିକାର ପରାମର୍ଶ, ଶାନ୍ତି ଚୁକ୍ତି ପାଳନ କରୁ ପ୍ୟୋଙ୍ଗ୍ୟାଙ୍ଗ - ଉତ୍ତର କୋରିଆକୁ ଦ.କୋରିଆ ଓ ଆମେରିକାର ପରାମର୍ଶ

ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଜାରି ରହିଥିବା ତିକ୍ତ ପରିସ୍ଥିତିର ସମାଧାନ ପାଇଁ 2018 ମସିହାରେ ଉଭୟ ରାଷ୍ଟ୍ର ମଧ୍ୟରେ ସ୍ବାକ୍ଷରିତ ଶାନ୍ତି ଚୁକ୍ତିର ଉତ୍ତର କୋରିଆ ପାଳନ କରିବା ଦରକାର । ଏପରି କିଛି ମତ ଦେଇଛନ୍ତି ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ଜେଓଙ୍ଗ କ୍ୟେଓଙ୍ଗ-ଡୁ ଓ ଆମେରିକୀୟ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ।

north-south korean clash, 70 years to inter korean war, s.korea and america's suggestion to n.korea, interkorean peace agreement, ଉତ୍ତର-ଦକ୍ଷିଣ କୋରିଆ ବିବାଦ, କୋରିଆନ ଯୁଦ୍ଧକୁ 70 ବର୍ଷ, ଉତ୍ତର କୋରିଆକୁ ଦ.କୋରିଆ ଓ ଆମେରିକାର ପରାମର୍ଶ, ଅନ୍ତଃକୋରିଆନ ଶାନ୍ତି ଚୁକ୍ତି
ଦ.କୋରିଆ ଓ ଆମେରିକାର ପରାମର୍ଶ, ଶାନ୍ତି ଚୁକ୍ତି ପାଳନ କରୁ ପ୍ୟୋଙ୍ଗ୍ୟାଙ୍ଗ
author img

By

Published : Jun 25, 2020, 7:22 PM IST

ସିଓଲ: ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଜାରି ରହିଥିବା ତିକ୍ତ ପରିସ୍ଥିତିର ସମାଧାନ ପାଇଁ 2018 ମସିହାରେ ଉଭୟ ରାଷ୍ଟ୍ର ମଧ୍ୟରେ ସ୍ବାକ୍ଷରିତ ଶାନ୍ତି ଚୁକ୍ତିର ଉତ୍ତର କୋରିଆ ପାଳନ କରିବା ଦରକାର । ଏପରି କିଛି ମତ ଦେଇଛନ୍ତି ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ଜେଓଙ୍ଗ କ୍ୟେଓଙ୍ଗ-ଡୁ ଓ ଆମେରିକୀୟ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର । ଗୁରୁବାର କୋରିଆନ ଯୁଦ୍ଧର 70 ବର୍ଷ ପୂର୍ତ୍ତି ଅବସରରେ ଉଭୟେ ଏପରି ମିଳିତ ମନ୍ତବ୍ୟ ଦେଇଛନ୍ତି । ଏଥିସହ ସେମାନେ ଏହା ମଧ୍ୟ କହିଛନ୍ତି ଉତ୍ତର କୋରିଆର ଆଣବିକ ନିରସ୍ତ୍ରୀକରଣ ହେବା ସହ ଚୁକ୍ତି ମୁତାବକ ଏହା ସଂଯୁକ୍ତ ପ୍ରତିରକ୍ଷା ସ୍ଥିତି ବଜାୟ ରଖିବା ଦରକାର ।

ଲଗାତାର ଉତ୍ତର କୋରିଆ ଦ୍ବାରା 2018 ମସିହାରେ ସ୍ବାକ୍ଷରିତ ଶାନ୍ତି ଚୁକ୍ତିର ନିୟମ ଉଲଙ୍ଘନ ହୋଇ ଚାଲିଥିବାରୁ ଉଭୟ ଦକ୍ଷିଣ କୋରିଆ ଓ ଆମେରିକା ଏଥିରୁ ନିବୃତ୍ତ ରହିବା ପାଇଁ ଉତ୍ତର କୋରିଆକୁ ପରାମର୍ଶ ଦେଇଛନ୍ତି । ସେପ୍ଟେମ୍ବର 19ର ଅନ୍ତଃକୋରିଆନ ସାମରିକ ଚୁକ୍ତି ଓ ସିଙ୍ଗାପୁରଠାରେ ଆୟୋଜିତ ଉତ୍ତର କୋରିଆ-ଆମେରିକା ଆଲୋଚନା ଆଧାରରେ ଉତ୍ତର କୋରିଆ ନିଜ ହିଂସାତ୍ମକ ଆଚରଣ ଉପରେ ରୋକ ଲଗାଇବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ ଗତ ସପ୍ତାହତ ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ବଣ୍ଟନର ପ୍ରତିଶୋଧ ନେଇ ଉତ୍ତର କୋରିଆ କୈସଙ୍ଗଠାରେ ଥିବା ମିଳିତ ଯୋଗାଯୋଗ କାର୍ଯ୍ୟାଳୟକୁ ବିସ୍ପୋରଣରେ ଧ୍ବଂସ କରିଥିଲା । ଏହା ପରେ ଦକ୍ଷିଣ କୋରିଆ ଉପରେ ସୈନିକ ଆକ୍ରମଣ ନେଇ ମଧ୍ୟ ଉତ୍ତର କୋରିଆ ଧମକ ଦେଇଛି । ସେପଟେ ପ୍ରକାଶ ଥାଉ କି 1950, ଜୁନ 25ରେ କୋରିଆନ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧ ଶେଷ ହୋଇଛି ସତ ହେଲେ ଉଭୟ ରାଷ୍ଟ୍ର ମଧ୍ୟରେ ଏବେ ବି ଯୁଦ୍ଧ ଭାବନା ସତେଜ ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.