ETV Bharat / international

ନେପାଳରେ 6 ଭାରତୀୟ କୋରୋନା ମୁକ୍ତ - covid 19 positive

ବର୍ତ୍ତମାନ ବୀରତନଗରର ରାଣୀ ମର୍କାଜରେ 6 ଭାରତୀୟ କ୍ବାରେଣ୍ଟାଇନରେ ରହିବେ । ଏହାସହ ସେମାନଙ୍କର କିଛି ଦିନ ବ୍ୟବଧାନରେ ଅଲଗା ଟେଷ୍ଟ ହେବ । ଅଧିକ ପଢନ୍ତୁ...

ନେପାଳରେ 6 ଭାରତୀୟ କୋରୋନା ମୁକ୍ତ
ନେପାଳରେ 6 ଭାରତୀୟ କୋରୋନା ମୁକ୍ତ
author img

By

Published : May 6, 2020, 7:19 PM IST

କାଠମାଣ୍ଡୁ: ନେପାଳରେ ଥିବା ଭାରତୀୟଙ୍କ ପାଇଁ ଖୁସି ଖବର । ଚିକିତ୍ସା ପରେ କୋରୋନା କବଳରୁ ମୁକ୍ତ ହୋଇଛନ୍ତି 6 ଜଣ ଭାରତୀୟ । ବୁଧବାର ସେମାନେ ସୁସ୍ଥ ହେବା ପରେ ହସ୍ପିଟାଲରୁ ଛାଡ ପାଇଛନ୍ତି । 19 ଦିନ ରହିବା ପରେ ସେମାନଙ୍କର 2 ଥର ରିପୋର୍ଟ ନେଗେଟିଭ ଆସିଛି ।

ବର୍ତ୍ତମାନ ବୀରତନଗରର ରାଣୀ ମର୍କାଜରେ ସେମାନେ କ୍ବାରେଣ୍ଟାଇନରେ ରହିବେ । ଏହାସହ ସେମାନଙ୍କର କିଛି ଦିନ ବ୍ୟବଧାନରେ ଅଲଗା ଟେଷ୍ଟ ହେବ । ଏଥିରେ ରିପୋର୍ଟ ନେଗେଟିଭ ରହିଲେ ସେମାନେ ଘରକୁ ଫେରିବାର ଅନୁମତି ପାଇବେ । ଏହି 6 ଜଣ ନୂଆଦିଲ୍ଲୀ ବାସିନ୍ଦା । ନେପାଳର କୋଭିଡ 19 ହଟସ୍ପଟ ଉଦୟପୁର ଜିଲ୍ଲାର ଏକ ମସଜିଦରେ ଥିବାବେଳେ ସେମାନେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସେମାନେ ବୀରତନଗର କୋସି ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ଥିଲେ ବୋଲି କୋଶି ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଟ ଡା. ସଙ୍ଗୀତା ମିଶ୍ର ଫୋନ ଯୋଗେ ଏଏନଆଇକୁ କହିଛନ୍ତି ।

ତେବେ ସେମାନେ ସୁସ୍ଥ ହେବା ପରେ ନେପାଳର ସାମାଜିକ ବିକାଶ ମନ୍ତ୍ରୀ ସେମାନଙ୍କ ପାଇଁ ଏକ ଫାରୱେଲ ପାର୍ଟିର ଆୟୋଜନ କରିଥିଲେ । ତେବେ ଆହୁରି 7 ଜଣ ଭାରତୀୟ ଏବେ ବି କୋଶି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହାସହ ନେପାଳରେ ଏବେ ସୁଦ୍ଧା ମୋଟ 22 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 60 ଜଣ କୋରୋନା ଆକ୍ରାନ୍ତଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.