ସିଙ୍ଗାପୁର: କୋରୋନା ସ୍ଥିତି ଭିତରେ ଦେଶରେ ନିର୍ବାଚନ ବିଗୁଲ ବାଜିଛି । ପ୍ରଧାନମନ୍ତ୍ରୀ ଲି ସିଏନ ଲୁଂ ମଙ୍ଗଳବାର ସାଧାରଣ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ହାଲିମାହ ୟାକୁବଙ୍କୁ ସଂସଦ ଭାଙ୍ଗିବା ପାଇଁ ପରାମର୍ଶ ଦେବା ପରେ ସେ ଏହି ଘୋଷଣା କରିଛନ୍ତି । ଏଥିପାଇଁ ସେ ଲିଖିତ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି ।
ଏକ ଲାଇଭ୍ ପ୍ରସାରଣରେ ସେ କହିଛନ୍ତି ଯେ ଆଗାମୀ ବର୍ଷ ଜାନୁୟାରୀରେ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ 3 ମାସ ଭିତରେ ନିର୍ବାଚନ ହେବାର ନିୟମ ରହିଛି । ଏହାର ଅର୍ଥ ଆସନ୍ତାବର୍ଷ ଏପ୍ରିଲ ସୁଦ୍ଧା ଦେଶରେ ନିର୍ବାଚନ ହେବ । ତେବେ ବର୍ଷେ ଆଗରୁ ସଂସଦ ଭାଙ୍ଗିବାର ନିୟମ ଥିବାରୁ ଏହାକୁ ଭାଙ୍ଗିବା ପାଇଁ ସେ ପ୍ରସ୍ତାବ ଦେଇଥିବା କହିଛନ୍ତି । ଏବେ ଦେଶର ଅବସ୍ଥା ସ୍ଥିର ରହିଛି । ଫଳରେ ଏକ ସୁସ୍ଥ ଓ ସତେଜ ସରକାର ନୂଆ ଆରମ୍ଭ କରିବେ ଯାହା ସାମନାରେ କେବଳ ଜାତୀୟ ପ୍ରସଙ୍ଗ ରହିବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋରୋନା ସ୍ଥିତି ଜାରି ରହିଥିବାରୁ ଏହାର ଅନ୍ତ ହେବା ଯାଏଁ ଅପେକ୍ଷା କରିବା ଉଚିତ । କିନ୍ତୁ ଏହା କେବେ ସରିବ ସେନେଇ କେହି ବି ସ୍ପଷ୍ଟ ଭାବେ କହିପାରିବେ ନାହିଁ । ସେଥିପାଇଁ ସୁରକ୍ଷା ମଧ୍ୟରେ ନିର୍ବାଚନ କରାଇନେବା ଆବଶ୍ୟକ । ଦେଶରେ କୋଭିଡ 19 ସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ ଜାନୁୟାରୀରେ ପ୍ରଥମ ଆକ୍ରାନ୍ତ ସ୍ପଷ୍ଟ ହୋଇଥିଲା । ପରେ ଏହା ଦେଶରେ ବ୍ୟାପିଥିଲା । ପ୍ରଥମେ ବିଦେଶୀଙ୍କ ଯୋଗୁଁ ଏହା ବ୍ୟାପିଥିଲା । ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାର ଦ୍ରୁତ ସଂକ୍ରମଣ ଘଟିଥିଲା । ସରକାର ଅନେକ ପଦକ୍ଷେପ ନେବା ସହ ବ୍ୟାପିବାର ମୁଖ୍ୟ କାରଣ ପାଲଟିଥିଲା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଥିଲେ । ଏହାସହ 2 ମାସର କଟକଣା ଲଗାଇଥିଲେ । ଫଳରେ ଏବେ ଦେଶରେ କୋରୋନା ସ୍ଥିତି ସ୍ଥିର ରହିଥିବା ଲୁଂ କହିଛନ୍ତି ।
ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କେବଳ ମାତ୍ର ଜଣେ ଆକ୍ରାନ୍ତ ଆଇସିୟୁରେ ରହିଛି । ମୃତ୍ୟୁ ହାର କମାଇବା ଉପରେ ଅଧିକ ପଦକ୍ଷେପ ନେଇଥିଲେ ସରକାର । ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବା ସହ ଯେପରି କମ ମୃତ୍ୟୁ ଘଟିବ ସେ ଉପରେ ଧ୍ୟାନ ଦେଇଥିଲେ ସିଙ୍ଗାପୁର ସରକାର । ଆର୍ଥିକ ଭାବେ ସରକାର ଅନେକ ପ୍ୟାକେଜ ଘୋଷଣା କରିଛନ୍ତି ଯାହା ଦେଶର ସ୍ଥିତି ବଦଳାଇବାରେ ସହାୟକ ହୋଇଛି । ଯଦିଚ ଏବେ ଯାଏଁ ଦେଶ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇନାହିଁ ଆଗାମୀ ଦିନରେ ଏହା ଆସିବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।
କୋରୋନା ଆତଙ୍କ ସତ୍ତ୍ବେ ସିଙ୍ଗାପୁରରେ ବାଜିଲା ନିର୍ବାଚନ ବିଗୁଲ - parliament dissolved
ପ୍ରଧାନମନ୍ତ୍ରୀ ଲି ସିଏନ ଲୁଂ ମଙ୍ଗଳବାର ସାଧାରଣ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ହାଲିମାହ ୟାକୁବଙ୍କୁ ସଂସଦ ଭାଙ୍ଗିବା ପାଇଁ ପରାମର୍ଶ ଦେବା ପରେ ସେ ଏହି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...