ETV Bharat / international

ଆମେରିକା-ଚୀନ ସମ୍ପର୍କକୁ ନେଇ ଏଭଳି କହିଲା ସିଙ୍ଗାପୁର

author img

By

Published : Jul 29, 2020, 12:43 PM IST

ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ସ୍ଥିର କରିବା ନେଇ ଆଶା ପ୍ରକଟ କରିଛି ସିଙ୍ଗାପୁର । ଏସିଆର ସୁରକ୍ଷା ଏବଂ ପୂର୍ବାନୁମାନଯୋଗ୍ୟ ପରିବେଶ ଆମେରିକା-ଚୀନ ସମ୍ପର୍କ ଉପରେ ନିର୍ଭର କରେ ବୋଲି ସିଙ୍ଗାପୁର କହିଛି ।

ସିଙ୍ଗାପୁର
ସିଙ୍ଗାପୁର

ସିଙ୍ଗାପୁର: ବିଭିନ୍ନ ପ୍ରସଙ୍ଗକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଇତି ମଧ୍ୟରେ ଉଭୟ ଦେଶର ସମ୍ପର୍କ ସ୍ଥିର କରିବା ନେଇ ଆଶା ପ୍ରକଟ କରିଛି ସିଙ୍ଗାପୁର । ଏସିଆର ସୁରକ୍ଷା ଏବଂ ପୂର୍ବାନୁମାନଯୋଗ୍ୟ ପରିବେଶ ଆମେରିକା-ଚୀନ ସମ୍ପର୍କ ଉପରେ ନିର୍ଭର କରେ ବୋଲି ସିଙ୍ଗାପୁର କହିଛି ।

ୱାଶିଂଟନ୍ ସ୍ଥିତ ଥିଙ୍କ ଟ୍ୟାଙ୍କ ଆଟଲାଣ୍ଟିକ୍ କାଉନସିଲ୍ ଦ୍ୱାରା ଆୟୋଜିତ ଏକ ଅନଲାଇନ୍ ସାକ୍ଷାତକାରରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲୋଙ୍ଗ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଆମେରିକାର ଆଗାମି ରାଷ୍ଟ୍ରପତି ରିପବ୍ଲିକାନ୍ ଦଳ ହୁଅନ୍ତୁ କିମ୍ବା ଡେମୋକ୍ରାଟିକ୍ ଦଳର ହୁଅନ୍ତୁ । ସେ ଆମେରିକା ଏବଂ ଏସିଆର ସମ୍ପର୍କ ଉପରେ ଦ୍ୱିପାକ୍ଷିକ ସହମତି ସୃଷ୍ଟି କରିପାରିବେ । ଯାହା ଦ୍ବାରା ଆମେରିକାର ବୈଦେଶିକ ନୀତି ସ୍ଥିର ରହିବ ଏବଂ ଗୋଟିଏ ପ୍ରଶାସନ ବାହାରେ ରହିବ ବୋଲି ସେ କହିଛନ୍ତି ।

ଏନେଇ ସିଙ୍ଗାପୁର ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି କୈଣସି ଦେଶ ଦ୍ୱିପାକ୍ଷିକ ସହମତି ସହିତ ଏକ ସ୍ଥିର, ପୂର୍ବାନୁମାନଯୋଗ୍ୟ ନୀତି ପ୍ରତିଷ୍ଠା କରିପାରିବ, ତାହା ସେହି ଦେଶର ସମସ୍ତ ବନ୍ଧୁ ଏବଂ ଅଂଶୀଦାରମାନଙ୍କ ପାଇଁ ଏକ ବଡ଼ ସାହାଯ୍ୟ ହେବ । ଯେଉଁମାନେ ସେହି ଦେଶ ଉପରେ ନିର୍ଭର କରିବାକୁ ଚାହୁଁଛନ୍ତି । ସିଙ୍ଗାପୁର ଚୀନର ଟେକ୍-କମ୍ପାନୀ ହୁଆୱାଇକୁ ଏହାର 5G ନେଟୱାର୍କ ବିଡିଂ ପ୍ରକ୍ରିୟାରୁ ବାଦ ଦେବ ନାହିଁ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.