ETV Bharat / international

ସିଙ୍ଗାପୁର ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ଭାରତୀୟ ବଶୋଦ୍ଭବ

ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ମୂଳର ଦେଦାର ସିଂହ ଗିଲ ହେଲେ ସିଙ୍ଗାପୁର ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ । ସିଙ୍ଗାପୁରର ରାଷ୍ଟ୍ରପତି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ୧ ଅଗଷ୍ଟରୁ ଗିଲ ଦାୟିତ୍ବ ଗ୍ରହଣ କରିବେ । ବର୍ତ୍ତମାନ ସେ ଜୁଡିସିଆଲ କମିଶନର ଅଛନ୍ତି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 7, 2020, 5:55 PM IST

ସିଙ୍ଗାପୁର: ଭାରତୀୟ ମୂଳ ବାସିନ୍ଦାଙ୍କ ଉଲ୍ଲେଖନୀୟ ସଫଳତା । ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ମୂଳର ଦେଦାର ସିଂହ ଗିଲ ହେଲେ ସିଙ୍ଗାପୁର ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ । ସିଙ୍ଗାପୁରର ରାଷ୍ଟ୍ରପତି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ୧ ଅଗଷ୍ଟରୁ ଗିଲ ଦାୟିତ୍ବ ଗ୍ରହଣ କରିବେ । ବର୍ତ୍ତମାନ ସେ ଜୁଡିସିଆଲ କମିଶନର ଅଛନ୍ତି।

ସିଙ୍ଗାପୁରରେ ହାଇକୋର୍ଟ ଏବଂ ଅପିଲ୍ କୋର୍ଟ ସିଙ୍ଗାପୁର ସୁପ୍ରିମକୋର୍ଟର ଏକ ଅଂଶ। ଜଜ୍ ଦେଦାର ସିଂହ ଗିଲ୍ (61) ଅଗଷ୍ଟ 2018 ରେ ସୁପ୍ରିମକୋର୍ଟର ନ୍ୟାୟିକ କମିଶନର ଭାବରେ ନିଯୁକ୍ତ ହୋଇଥିଲେ।

ଜଣେ ବରିଷ୍ଠ ଓକିଲ ଭାବରେ ତାଙ୍କର 30 ବର୍ଷର ଅଭିଜ୍ଞତା ରହିଛି । ବିଗତ 10 ବର୍ଷ ହେବ ସେ ବିଭିନ୍ନ ଜଟିଳ ବିବାଦର ସମାଧାନର ବିଭିନ୍ନ ପଦ୍ଧତି ଉପରେ କାର୍ଯ୍ୟ କରିଥିଲେ |

@IANS ଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.