ETV Bharat / international

ସିଓଲରେ ଉତ୍ତର କୋରିଆ ବିରୋଧୀଙ୍କୁ ପୋଲିସର ପଚରା ଉଚୁରା

author img

By

Published : Jun 30, 2020, 6:41 PM IST

ଉତ୍ତର କୋରିଆ ମୁକ୍ତି ସଂଗ୍ରାମର ମୁଖ୍ୟ ପାର୍କ ସାଙ୍ଗ-ହକ ଓ ତାଙ୍କ ସାନ ଭାଇ ତଥା ଅନ୍ୟ ଏକ ବିରୋଧୀ ଦଳ ‘କୁଏନସୈମ’ର ମୁଖ୍ୟ ଜଙ୍ଗ-ଓହଙ୍କୁ ମଙ୍ଗଳବାର ସକାଳ 9ଟା 20 ମିନିଟରେ ପୋଲିସ ପଚରା ଉଚୁରା ଆରମ୍ଭ କରିଛି । ତେବେ ଏହା ପୂର୍ବରୁ ଦକ୍ଷିଣ କୋରିଆ ସରକାରଙ୍କ ଲିଫ୍ଲେଟ ବଣ୍ଟା ଆଦେଶକୁ ପ୍ରତ୍ୟାହାର କରି ପାର୍କ ଓ ତାଙ୍କର କିଛି ସହଯୋଗୀ ପ୍ରାୟ 5 ଲକ୍ଷ ଲିଫ୍ଲେଟ ଉତ୍ତର କୋରିଆ ପଠାଇଥିବା ସ୍ବୀକାର କରିଥିଲେ ।

north-south korea relation, north-south korea clash, north korean defector brother, seoul police, anti-pyongyang leaflets, ଉତ୍ତର-ଦକ୍ଷିଣ କୋରିଆ ସମ୍ପର୍କ, ଉତ୍ତର-ଦକ୍ଷିଣ କୋରିଆ ତିକ୍ତତା, ଉତ୍ତର କୋରିଆନ ବିଶ୍ବାସଘାତକ ଭାଇ, ସିଓଲ ପୋଲିସ, ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ
ସିଓଲରେ ଉତ୍ତର କୋରିଆନ ବିଶ୍ବାସଘାତକଙ୍କୁ ପୋଲିସର ପଚରା ଉଚୁରା

ସିଓଲ: ଦକ୍ଷିଣ କୋରିଆରୁ ଉତ୍ତର କୋରିଆ ପଠାଯାଇଥିବା ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ପଛରେ ହାତ ଥିବା ଉତ୍ତର କୋରିଆ ବିରୋଧୀଙ୍କ ଉପରେ କଡା ନଜର ରଖିଛି ଦକ୍ଷିଣ କୋରିଆ ପୋଲିସ । ପୂର୍ବରୁ ସେମାନଙ୍କ ଘରେ ଚଢାଉ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମଙ୍ଗଳବାର ସମ୍ପୃକ୍ତ ଉତ୍ତର କୋରିଆନ ଦୁଇ ଭାଇଙ୍କୁ ପୋଲିସ ପଚରା ଉଚୁରା ଆରମ୍ଭ କରିଛି । ଦେଶରେ ଏପରି କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିବା ସତ୍ତ୍ବେ ଉତ୍ତର କୋରିଆରୁ ଆସି ଦକ୍ଷିଣ କୋରିଆରେ ଶରଣ ନେଇଥିବା ଏହି ଦୁଇ ଭାଇଙ୍କ ଏପରି କାର୍ଯ୍ୟ ପଛରେ ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପାଇଁ ଖୋଳତାଡ ଆରମ୍ଭ କରିଛି ସିଓଲ ପୋଲିସ ।

ଉତ୍ତର କୋରିଆ ମୁକ୍ତି ସଂଗ୍ରାମର ମୁଖ୍ୟ ପାର୍କ ସାଙ୍ଗ-ହକ ଓ ତାଙ୍କ ସାନ ଭାଇ ତଥା ଅନ୍ୟ ଏକ ବିଶ୍ବାସଘାତକ ଦଳ ‘କୁଏନସୈମ’ର ମୁଖ୍ୟ ଜଙ୍ଗ-ଓହଙ୍କୁ ମଙ୍ଗଳବାର ସକାଳ 9ଟା 20 ମିନିଟରେ ପୋଲିସ ପଚରା ଉଚୁରା ଆରମ୍ଭ କରିଛି । ତେବେ ଏହା ପୂର୍ବରୁ ଦକ୍ଷିଣ କୋରିଆ ସରକାରଙ୍କ ଲିଫ୍ଲେଟ ବଣ୍ଟା ଆଦେଶକୁ ପ୍ରତ୍ୟାହାର କରି ପାର୍କ ଓ ତାଙ୍କର କିଛି ସହଯୋଗୀ ପ୍ରାୟ 5 ଲକ୍ଷ ଲିଫ୍ଲେଟ ଉତ୍ତର କୋରିଆ ପଠାଇଥିବା ସ୍ବୀକାର କରିଥିଲେ । ଏଥିପାଇଁ ସେ 20ଟି ହିଲିୟମ ବେଲୁନର ସହାୟତା ନେଇଥିବା ମଧ୍ୟ ପ୍ରକାଶ କରିଥିଲେ ।

ଏହା ଆଇନ ବିରୋଧୀ କାର୍ଯ୍ୟକଳାପ ବୋଲି କହି ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦକ୍ଷିଣ କୋରିଆ ସରକାର ପାର୍କ ଓ ତାଙ୍କ ସହଯୋଗୀଙ୍କୁ ଚେତାବନୀ ଦେଇଥିଲେ । କେବଳ ସେତିକି ନୁହେଁ ଏହା 2018ରେ ସ୍ବାକ୍ଷରିତ ଅନ୍ତଃକୋରିଆନ ଚୁକ୍ତି ଅନ୍ତର୍ଗତ କିଛି ନିୟମର ମଧ୍ୟ ଉଲଙ୍ଘନ କରିଥିବା ସରକାର କହିଥିଲେ । ଏନେଇ ଜୁନ 10ରେ ଦକ୍ଷିଣ କୋରିଆର ଏକତ୍ରିକରଣ ମନ୍ତ୍ରୀ ଉଭୟ ପାର୍କ ଓ ତାଙ୍କ ଭାଇଙ୍ଗ ସଂସ୍ଥା ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ସହ ଦେଶରେ ତାଙ୍କ ବ୍ୟବସାୟ ଅନୁମତି ରବ୍ଦ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ।

ସୂଚନା ମୁତାବକ ଦକ୍ଷିଣ କୋରିଆରୁ ଉତ୍ତର କୋରିଆକୁ ପଠାଯାଇଥିବା ଏହି ଲିଫ୍ଲେଟରେ ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ ଓ ତାଙ୍କ ପରିବାରର ଅପମାନ କରାଯିବା ସହ ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ମନ୍ତବ୍ୟ ଲେଖା ରହିଥିଲା । ଏହି ଘଟଣାକୁ ଆଧାର କରି ଉତ୍ତର କୋରିଆ ଯୁଦ୍ଧ ପରାୟଣ ହୋଇ କୈସଙ୍ଗସ୍ଥିତ ଅନ୍ତଃକୋରିଆନ ମିଳିତ ଯୋଗାଯୋଗ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଧ୍ବଂସ କରିଥିଲା । ଏଥିସହ ଆଗକୁ ସିଓଲ ଉପରେ ସାମରିକ ଆକ୍ରମଣ କରିବା ନେଇ ମଧ୍ୟ ଚେତାବନୀ ଦେଇଛି ।

ଏନେଇ ଦକ୍ଷିଣ କୋରିଆର ଶରଣ ନେଇଥିବା ଉତ୍ତର କୋରିଆର ଦୁଇ ବିଶ୍ବାସଘାତକ ଭାଇଙ୍କୁ ସିଓଲରେ ପଚରା ଉଚୁରା ଜାରି ରହିଛି । ଏଥିସହ ପଶ୍ଚିମ ସିଓଲର ସୀମାନ୍ତବର୍ତ୍ତୀ ଗିମ୍ପୋ, ପଜୁ ଓ ୟେଓନଚେଓନରେ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ପୋଲିସ ପଚରା ଉଚୁରା ଆରମ୍ଭ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.