ETV Bharat / international

ସୋସିଆଲ ମିଡିଆରେ ନକାରାତ୍ମକ କମେଣ୍ଟ କିଶୋରୀଙ୍କ ପାଇଁ ଆତ୍ମଘାତୀ - କିଶୋରୀଙ୍କ ପାଇଁ ଆତ୍ମଘାତୀ

ଦିନକୁ ଦିନ ସୋସିଆଲ ମିଡିଆରେ ଅଧିକ ସମ୍ପର୍କ ଗଢୁଛନ୍ତି କିଶୋର କିଶୋରୀ । ସୋସିଆଲ୍ ମିଡିଆରେ ନକାରାତ୍ମକ କମେଣ୍ଟ ଯେ କିଶୋରୀଙ୍କ ପାଇଁ ଆତ୍ମଘାତୀ ହୋଇପାରେ ତାହା କଳ୍ପନାତୀତ ।

ପ୍ରତାକାତ୍ମକ ଫଟୋ
author img

By

Published : Jul 22, 2019, 9:54 PM IST

ହାଇଦ୍ରାବାଦ: ଆତ୍ମହତ୍ୟା ବା ନିଜକୁ ଆହତ କରୁଥିବା କିଶୋରୀ ବିଚାର କରନ୍ତି ଯେ ସୋସିଆଲ ମିଡିଆରେ ସେମାନେ ଯେତିକି ନକାରାତ୍ମକ ଟିପ୍ପଣୀ ବା କମେଣ୍ଟ ପାଇବା କଥା ତାଠାରୁ ଢେର ଅଧିକ ପାଉଛନ୍ତି । ସାଧାରଣ କିଶୋରୀ ମାନଙ୍କ ତୁଳନାରେ ‘ଥମ୍ବସ ଡାଉନ’ ସଙ୍କେତକୁ ସେମାନେ ଅଧିକ ସମ୍ବେଦନଶୀଳ ହୋଇ ଉଠନ୍ତି । ଏନେଇ ଗବେଷଣା କରିବା ପରେ ସିଏସଏଏନର ଗବେଷକ ଇରେନ ପେରେନି ଏହି ନିଷ୍କର୍ସରେ ଉପନୀତ ହୋଇଛନ୍ତି ।

ଲେକେପିଙ୍ଗ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସୋସିଆଲ ଆଣ୍ଡ ଆଫେକ୍ଟିଭ ନ୍ୟୁରୋସାଇନ୍ସ (ସିଏସଏଏନ)ର ଗବେଷକ ଇରେନ ପେରେନି ପ୍ରଥମେ ପରୀକ୍ଷା କଲେ ଯେ ସୋସିଆଲ ମିଡିଆର ବ୍ୟବହାର କରିବା ବେଳେ କିଶୋରୀଙ୍କ ମନର ଅବସ୍ଥା କିପରି ରହିଥାଏ । ଚୁମ୍ବକୀୟ ଅନୁକମ୍ପନ ବିଶିଷ୍ଟ କ୍ୟାମେରାରେ ନିଆଯାଇଥିବା ଫଟୋ ଗୁଡିକୁ ବ୍ୟବହାର କରି ପେରେନି ଦେଖାଇଥିଲେ ଯେ ସାମାଜିକ ମତାମତ ପାଇବାର ଆଶା ମସ୍ତିସ୍କରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରେ । ମସ୍ତିସ୍କର ସେହି ଭାଗ ଯାହା ଆମ ଧ୍ୟାନକୁ ସେହି ଦିଗରେ କେନ୍ଦ୍ରୀଭୂତ କରେ ଯାହା ଆମପାଇଁ ସବୁଠାରୁ ଅଧିକ ପ୍ରାସଙ୍ଗିକ ତାହାକୁ ଏହା ପ୍ରଭାବିତ କରିଥାଏ।

‘‘ଆମେ ଯେତେବେଳେ ସୋସିଆଲ ମିଡିଆରେ କୌଣସି ଫଟୋ କିମ୍ବା କୌଣସି ଏକ ଟିପ୍ପଣି ପୋଷ୍ଟ କରୁ, ଆମ ମସ୍ତିସ୍କରେ ଏହାକୁ ନେଇ ମତାମତ ଆସିବା ଆଶା ରହିଥାଏ, ଆମ ମସ୍ତିସ୍କରେ ଏହା ସ୍ପଷ୍ଟ ହୋଇଯାଏ ଯେ ଏହା ଯେମିତି ଖୁବ ଗୁରୁତ୍ୱପୂର୍ଣ୍ଣ ’’ ବୋଲି କହିଛନ୍ତି ଇରେନ ପେରେନି ।

ଆତ୍ମହତ୍ୟା ଉଦ୍ଦେଶ୍ୟ ନଥାଇ ଆତ୍ମଘାତ କରୁଥିବା କିଶୋରୀ

ପେରେନି ଏବିଷୟରେ ଅଧିକ ଗଭୀରତାର ସହ ପରୀକ୍ଷା କରିବା ପାଇଁ 27 ଜଣ ସୁସ୍ଥ କିଶୋରୀ ଓ 27 ଜଣ ଆତ୍ମହତ୍ୟା ଉଦ୍ଦେଶ୍ୟ ନଥାଇ ଆତ୍ମଘାତ କରୁଥିବା(NSSI) ଝିଅଙ୍କ ଉପରେ ଗବେଷଣା କଲେ । ଏହି ପରୀକ୍ଷଣରେ ଅନ୍ୟ ବୈଜ୍ଞାନିକଙ୍କ ସହଯୋଗୀତା ମଧ୍ୟ ରହିଥିଲା । ଏହି ପରୀକ୍ଷାରେ ମାରିଆ ଜେଟରକଭିଷ୍ଟଙ୍କ ସମେତ କ୍ଲିନିକାଲ ମନୋବିଜ୍ଞାନୀ ଓ ସିଏସଏଏନର ଗବେଷେକ, ଯେଉଁମାନେ NSSIରେ ପୀଡିତ ଥିବା କିଶୋରଙ୍କ ପାଇଁ କାମ କରନ୍ତି, ସେମାନେ ସାମିଲ ହୋଇଥିଲେ ।

‘‘ଆମେ ଜାଣୁ ଯେ କିଶୋର-କିଶୋରୀଙ୍କ ପାଇଁ ସୁସ୍ଥ ସାମାଜିକ ସମ୍ପର୍କ ବେଶ ଗୁରୁତ୍ୱପୂର୍ଣ୍ଣ, ଆମେ ଏହା ବି ଜାଣୁ ଯେ ସାମାଜିକ ଚିନ୍ତା ଓ ଆତ୍ମଘାତ ପରସ୍ପର ସଂଯୁକ୍ତ ହୋଇ ରହିଛନ୍ତି । ପାରସ୍ପରିକ ଚିନ୍ତା, ସମାଲୋଚନା, ଓ କଥିତ ସାମାଜିକ ଅସ୍ୱୀକୃତି ଆତ୍ମହତ୍ୟା ଉଦ୍ଦେଶ୍ୟ ନଥାଇ ଆତ୍ମଘାତ କରିବାର ମୁଖ୍ୟ କାରଣ " ବୋଲି ମତ ଦେଇଛନ୍ତି ପେରେନି ।

ଏହି ପରୀକ୍ଷଣରେ ଇରେନ ପେରେନି ଏକ ଅନଲାଇନ ଗେମର ବ୍ୟବହାର କରିଥିଲେ ଯାହା ସୋସିଆଲ ମିଡିଆରେ କିଶୋରୀଙ୍କ ଆଲୋଚନାର ବିଷୟ ପାଲଟିଥାଏ । ସେମାନେ ଅନ୍ୟ ଖେଳାଳିଙ୍କୁ ପସନ୍ଦ କରୁଛନ୍ତି କି ନାହିଁ ତାଙ୍କୁ ନିଷ୍ପତ୍ତି ନେବାପାଇଁ କୁହାଗଲା ଓ ନିଜେ ନିଜକୁ ବିଚାର କରିବା ପାଇଁ ଦିଆଗଲା । ସେମାନେ ପରସ୍ପର କେମିତି କଥା ହେଲେ ତାହା ଉପରେ ଧ୍ୟାନ ନଦେଇ ସଭିଙ୍କୁ ସମାନ ସଂଖ୍ୟାରେ ଥମ୍ବସ୍‌ ଅପ ଓ ଥମ୍ବସ୍‌ ଡାଉନ ଦିଆଗଲା ।

ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ:
ପ୍ରମୁଖ ନେଟୱର୍କର ସକ୍ରିୟତା ବିଷୟରେ ହୋଇଥିବା ପରୀକ୍ଷାରେ ଉଭୟ ଦଳ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖାଯାଇନଥିଲା । ତାଙ୍କୁ ଖେଳ ବିଷୟରେ ବିଭିନ୍ନ ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା । ଆପଣଙ୍କୁ କେତେଥର ଥମ୍ବସ୍‌ ଡାଉନ ମିଳିଛି ? କଣ ଆପଣ ନିଜ ଚେହେରା(ଗୋଟିଏ ସେଲ୍ଫି) ଦେଖିବାକୁ ଚାହିଁବେ ? ଏହି ପ୍ରଶ୍ନ ଗୁଡିକରେ କିନ୍ତୁ ଉଭୟ ଦଳର ଉତ୍ତର କିନ୍ତୁ ଭିନ୍ନ ଥିଲା ।

ଆତ୍ମଘାତ କରୁଥିବା କିଶୋରୀଙ୍କ କହିବା କଥା ଥିଲା ଯେ ସେମାନଙ୍କୁ ଯେତିକିଥର ମିଳିବା କଥା ତା ଠାରୁ ଅଧିକଥର ଥମ୍ବସ୍‌ ଡାଉନ ମିଳିଛି । ଏହାସହ ନକାରାତ୍ମକ ଟିପ୍ପଣି ତାଙ୍କୁ ଅନ୍ୟ ଦଳ ଅପେକ୍ଷା ଅଧିକ ପ୍ରଭାବିତ କରିଛି। ନିଜ ପ୍ରତିଦ୍ୱନ୍ଦିଙ୍କୁ ସେମାନେ କମ ପସନ୍ଦ କରୁଥିଲେ, ନିଜ ଫଟୋ ଦେଖିବାର ଇଚ୍ଛା ମଧ୍ୟ ଅନ୍ୟ ସୁସ୍ଥ ଦଳ ଅପେକ୍ଷା ତାଙ୍କ ପାଖରେ କମ ରହିଥିଲା ।

ଚୁମ୍ବକୀୟ ଅନୁକମ୍ପନ ବିଶିଷ୍ଟ କ୍ୟାମେରାରେ ଫଟୋ ଗୁଡିକର ବିଶ୍ଲେଷଣରୁ ଜଣା ପଡିଛି ଯେ ଆତ୍ମଘାତ କରୁଥିବା କିଶୋରୀ ସୋସିଆଲ ମିଡିଆରେ କିଛି ଆଶା କରୁଥିବା ବେଳେ ତାଙ୍କ ମସ୍ତିସ୍କର ଭିନ୍ନ ଏକ ଭାଗ ସକ୍ରିୟ ହୋଇଥାଏ, ଯାହା ତାଙ୍କୁ ନିଜ ଶରୀରର ସେହି ଅଙ୍ଗ ଗୁଡିକୁ ଆଘାତ କରିବା ପାଇଁ ପ୍ରବର୍ତ୍ତାଇଥାଏ ଯାହା ଭାବନା ଓ ପ୍ରତିଫଳନ ସହ ଯୋଡି ହୋଇଥାଏ।

ତେବେ ଗବେଷକ ପେରେନି ଆଶା କରନ୍ତି ଯେ ଏହି ପରୀକ୍ଷା ଏହାର ଚିକିତ୍ସାକୁ ତ୍ୱରାନ୍ୱିତ କରିବା ଦିଗରେ ଚିକିତ୍ସକଙ୍କୁ ସାହାଯ୍ୟ କରିବ । ଆଉ ଯେତେବେଳେ ସେମାନେ ଜାଣିପାରିଛନ୍ତି ଯେ ଏକ ନକାରାତ୍ମକ ଭାବନା ଉତ୍ପନ୍ନ ହେଉଛି ଯାହା ପରିସ୍ଥିତିକୁ ଆହୁରି ଖରାପ କରି ଦେଉଛି ।

ତେବେ ଯଦି ଆତ୍ମହତ୍ୟା ଉଦ୍ଦେଶ୍ୟ ନଥାଇ ଆତ୍ମଘାତ କରୁଥିବା କିଶୋର କିଶୋରୀଙ୍କୁ ତାଙ୍କ ମାତା ପିତା ଓ ଚିକିତ୍ସକ ସ୍ପଷ୍ଟ କରି ଦିଅନ୍ତି ଯେ ସେମାନେ ବିନାକାରଣରେ ଅଧିକ ସମ୍ବେଦନଶୀଳ ହେଉଛନ୍ତି ଓ ନକାରାତ୍ମକ କଥା ଅଧିକ ଚିନ୍ତା କରୁଛନ୍ତି, ତେବେ ଏହା ଏକ ଭଲ ଉପାୟ ବୋଲି କହିଛନ୍ତି ପେରେନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.