ETV Bharat / international

ବିରୋଧ ସତ୍ତ୍ବେ ଇସ୍ରାଏଲରେ ଖୋଲିଲା ସ୍କୁଲ

ଇସ୍ରାଏଲରେ ବର୍ତ୍ତମାନ କୋରୋନା ସ୍ଥିତିରେ ସୁଧାର ଆସିନଥିବା ବେଳେ ଇତିମଧ୍ୟରେ ଖୋଲିଛି ଶିକ୍ଷାନୁଷ୍ଠାନ । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା ହେବା ପରେ ବିଭିନ୍ନ ବର୍ଗରେ ଉଠିଛି ବିରୋଧାଭାସ ।

schools reopen in isreal, corona in israel, corona update, coronavirus news, ଇସ୍ରାଏଲରେ ଖୋଲିଲା ସ୍କୁଲ, ଇସ୍ରାଏଲରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ବିରୋଧ ସତ୍ତ୍ବେ ଇସ୍ରାଏଲରେ ଖୋଲିଲା ସ୍କୁଲ
author img

By

Published : May 4, 2020, 7:21 AM IST

ଜେରୁସେଲମ: ଇସ୍ରାଏଲରେ ବର୍ତ୍ତମାନ କୋରୋନା ସ୍ଥିତିରେ ସୁଧାର ଆସିନଥିବା ବେଳେ ଇତିମଧ୍ୟରେ ଖୋଲିଛି ଶିକ୍ଷାନୁଷ୍ଠାନ । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା ହେବା ପରେ ବିଭିନ୍ନ ବର୍ଗରେ ଉଠିଛି ବିରୋଧାଭାସ । ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଅନେକ ଲୋକେ ସ୍ବର ଉଠାଇ ପ୍ରଥମେ ଦେଶରେ କୋରୋନା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଦାବି କରିଛନ୍ତି । ଏପରି ସ୍ଥିତିରେ ସ୍କୁଲ ଖୋଲୁଥିବା ବେଳେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦାୟିତ୍ବ ନେଇ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ସେପଟେ ସରକାରୀ ଘୋଷଣା ବିରୋଧରେ ଟେଲ ଅଭିଭ, ବିଅରସେଭା, ହୈଫା ଓ ହାଦେରା ଆଦି ମ୍ୟୁନିସିପାଲିଟି ଅଞ୍ଚଳ ସ୍କୁଲ ଖୋଲିବା ପାଇଁ ଆହୁରି କିଛି ଦିନର ସମୟ ମାଗିଛନ୍ତି । ଅନ୍ୟପଟେ ସ୍କୁଲ ଖୋଲିଥିବା ଅଞ୍ଚଳରେ 6ରୁ 9 ବର୍ଷ ଓ 16ରୁ 18 ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଯିବା ପାଇଁ ଅନୁମତି ମିଳିଛି । ଏଥିସହ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ବଜାୟ ରଖିବା ସହ ମୁହଁରେ ମାସ୍କର ବ୍ୟବହାର କରୁଛନ୍ତି । କିନ୍ତୁ ଏନେଇ କେତେକ ଅଭିଭାବକ ପିଲାମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

ଦେଶରେ ଶିକ୍ଷା ବ୍ୟବସ୍ଥା ନେଇ ଅଧିକ ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି କି ଦେଶରେ ରହିଥିବା ବିଭିନ୍ନ କଠୋରପନ୍ଥୀ ସ୍କୁଲ ଗୁଡିକରେ ସର୍ବାଧିକ କୋରୋନା ଆକ୍ରାନ୍ତ ରହିଛନ୍ତି । ତେଣୁ ଏହି ସ୍କୁଲ ଗୁଡିକ କିଛି ସମୟ ପରେ ଖୋଲିବା ସହ ଏଠାକୁ କେବଳ 12ରୁ 18 ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବା ପାଇଁ ଅନୁମତି ମିଳିବ । ସେପଟେ ଜୁନ ପୂର୍ବରୁ ପ୍ରି-ସ୍କୁଲ ଆଦି ଖୋଲିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ ସୂଚନା ମିଳିଛି । ବର୍ତ୍ତମାନ ଦେଶରେ 16,100 ଜଣ ଆକ୍ରାନ୍ତ ରହିଥିବା ବେଳେ ଅର୍ଦ୍ଧାଧିକ ଲୋକେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି । ସେପଟେ ମୃତ୍ୟୁ ସଂଖ୍ୟା 230ରେ ସ୍ଥିର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.