ETV Bharat / international

ଭୟରେ ଥରୁଛନ୍ତି ଆଫଗାନବାସୀ: ହସପିଟାଲରେ ନାହାଁନ୍ତି ଡାକ୍ତର କି ନର୍ସ, ସ୍କୁଲରେ ନାହାଁନ୍ତି ଛାତ୍ରଛାତ୍ରୀ - ଉତ୍ତର ଆଫଗାନିସ୍ତାନ

ସହର ସାରା ରକ୍ତର ଛିଟା । ପଡିଛି କଟା ହାତକୁ କଟା ମୁଣ୍ଡ । ବିମାନବନ୍ଦରରେ ପଡି ରହିଛି କୁଢ କୁଢ ମୃତଦେହ । ଚାରି ଆଡେ ଆର୍ତ୍ତ ଚିତ୍କାର । ମୃତ ସମ୍ପର୍କୀୟଙ୍କ କରୁଣ କ୍ରନ୍ଦନରେ ଫାଟି ପଡୁଛି ସମଗ୍ର ଆଫଗାନିସ୍ତାନ । ଏହାସହ ତାଲିବାନ ଭୟରେ ଖାଲି ପଡିଛି ଉତ୍ତର ଆଫଗାନିସ୍ତାନ ସମେତ ସୀମାବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍କୁଲ ଓ ଡାକ୍ତରଖାନା । ଭୟରେ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି ଡାକ୍ତର ଓ ନର୍ସ । ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି ଶତାଧିକ ରୋଗୀ । ସେହିପରି ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଖାଲି ପଡି ରହିଛି ବିଦ୍ୟାଳୟ । ଯେଉଁଠି ଦେଶର ଡାକ୍ତର ଓ ଛାତ୍ରଛାତ୍ରୀ ସୁରକ୍ଷିତ ନାହାଁନ୍ତି, ସେଠାରେ ଦେଶ ବିପଦଗାମୀ ପଥ ଆଡକୁ ଅଗ୍ରସର ହେଉଛି । ଥରେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ...

ଭୟରେ ଥରୁଛନ୍ତି ଆଫଗାନବାସୀ: ହସପିଟାଲରେ ନାହାଁନ୍ତି ଡାକ୍ତର କି ନର୍ସ, ସ୍କୁଲରେ ନାହାଁନ୍ତି ଛାତ୍ରଛାତ୍ରୀ

author img

By

Published : Aug 28, 2021, 6:58 PM IST

Updated : Aug 28, 2021, 7:26 PM IST

କାବୁଲ: କାବୁଲରେ ଗତ ଗୁରୁବାର ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ଥରିଯାଇଥିଲା ସମ୍ପୂର୍ଣ୍ଣ ଆଫଗାନିସ୍ତାନ । ଚାରିଆଡେ ରକ୍ତଭିଜା କୁଢ କୁଢ ଶବ । କେଉଁଠି ଖଣ୍ଡିଏ ହାତ ପଡିଛି ତ ଆଉ କେଉଁଠି ମୁଣ୍ଡ ବିହୀନ ଶରୀର । ଗୋଟିଏ କି ଦୁଇଟି ନୁହେଁ, ୩ଟି ବିସ୍ଫୋରଣରେ ଦୋହଲି ଯାଇଥିଲା କାବୁଲ ବିମାନବନ୍ଦର । ଆର୍ତ୍ତ ଚିତ୍କାରରେ କମ୍ପିଯାଉଥିଲା ସାରା ଦେଶ । ଏହି ଘଟଣା କେବଳ ଆଫଗାନିସ୍ତାନ ନୁହେଁ, ସମଗ୍ର ବିଶ୍ବରେ ଚହଳ ସୃଷ୍ଟି କରିଥିଲା । ISIS-Kର ଏହି କୁତ୍ସିତ ଆକ୍ରମଣକୁ ସାରା ବିଶ୍ବବାସୀ ନିନ୍ଦା କରୁଛନ୍ତି । ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ଆଫଗାନବାସୀଙ୍କ ମାନସପଟରୁ ଲିଭି ପାରୁନି ସେହି ଭୟାନକ ଦୃଶ୍ୟ । ଚାରିଆଡେ ହାହାକାର, ଭୟ ଓ ଡର । କାବୁଲ ବିମାନବନ୍ଦରରେ ନିଜ ନିଜ ଦେଶକୁ ଯିବା ପାଇଁ ଅପେକ୍ଷା କରିଥିବା ଲୋକେ କେବେ ମଧ୍ୟ ଭାବି ନଥିଲେ ଯେ, ମୃତ୍ୟୁ ତାଙ୍କୁ ଅପେକ୍ଷା କରିଛି । ଏକାଥରେ ୩ ବିସ୍ଫୋରଣ ତାଙ୍କ ସମସ୍ତ ସ୍ବପ୍ନ ଓ ଆଶାକୁ ଚୁରମାର କରିଦେଇଥିଲା ।

୧୭୦ ସାଧାରଣ ନାଗରିକ, ୨ ବିଟ୍ରିଶ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ ଆମେରିକା ସୈନ୍ୟ ଶହୀଦ ହୋଇଥିଲେ । ଏହାପରେ ଆଫଗାନିସ୍ତାନ ଏକପ୍ରକାର ସ୍ତବ୍ଧ ହୋଇଯାଇଛି । କେବଳ ଆଫଗାନିସ୍ତାନ କାହିଁକି, ଏହାର ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ମଧ୍ୟ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । ବିସ୍ଫୋରଣର ଶବ୍ଦରେ ସ୍ଥାଣୁ ପାଲଟିଯାଇଛନ୍ତି ସମସ୍ତେ । ଚାରିଆଡେ କ୍ରନ୍ଦନ ଓ ଆତଙ୍କର ପରିସ୍ଥିତି । ୩ ଦିନ ପରେ ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳବାସୀଙ୍କ ମନରୁ ଆତଙ୍କୀଙ୍କ ଛାୟା ହଟିପାରୁନାହିଁ ।

ସୀମାବର୍ତ୍ତୀ ଅଞ୍ଚଳ ପାଲଟିଯାଇଛି କାବୁଲ ବିମାନବନ୍ଦର । ଚାରିଆଡ ଶୂନଶାନ ଓ ଖାଁ-ଖାଁ । ହଜାର ହଜାର ଲୋକ ଡର ଓ ଅରାଜକତା ନେଇ ତୁର୍କମେନିସ୍ତାନ, ଉଜବେକିସ୍ତାନ, ଇରାନ, ତାଜାକିସ୍ତାନ ଓ ପାକିସ୍ତାନ ଭଳି ଅନ୍ୟ ଦେଶମାନଙ୍କରେ ଶରଣ ନେବା ପାଇଁ ପଳାୟନ କରୁଛନ୍ତି । ବିସ୍ଫୋରଣ ପରେ ଆହତ ହେବାପରେ କିଛି ଲୋକ ଆବଶ୍ୟକତା ପାଇଁ ଅନ୍ୟ ଦେଶକୁ ପଳାଉଛନ୍ତି । ଆଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା ପରେ ଉତ୍ତର ଆଫଗାନିସ୍ତାନର ଅଧିକାଂଶ ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ହୋଇଯାଇଛି । ସ୍କୁଲରେ ପଡିଯାଇଛି ତାଲା ।

ଭୟରେ ଦେଶ ଛାଡୁଛନ୍ତି ଡାକ୍ତର ଓ ନର୍ସ:

ଉତ୍ତର ଆଫଗାନିସ୍ତାନରେ ଥିବା ସମସ୍ତ ହସପିଟାଲରୁ ଡାକ୍ତର ଓ ନର୍ସ ଖାଲି ହୋଇଯାଇଛନ୍ତି । ରୋଗୀ ଶଯ୍ୟାରେ ପଡି ଛଟପଟ ହେଉଛନ୍ତି । ନାହାଁନ୍ତି ଜଣେ ହେଲେ ବି ଡାକ୍ତର । ବିସ୍ଫୋରଣରେ ଆହତ ହୋଇ ହସପିଟାଲରେ ଭର୍ତ୍ତି ହେବା ପରେ ଚିକିତ୍ସା ପାଇଁ ଆସି ନଥିଲେ କୌଣସି ଡାକ୍ତର କିମ୍ବା ନର୍ସ । ତାଲିବାନଙ୍କ ଡରରେ ହସପିଟାଲ ସହ ଦେଶ ଛାଡି ଚାଲିଯାଇଥିଲେ । କାହାର ମା' ହୃଦରୋଗୀ ହୋଇଥିଲାବେଳେ କାହାର ବାପା ଶେଷ ନିଶ୍ବାସ ଗଣୁଛି । କାହାର ୪ ଦିନ ଶିଶୁର ହାତ ଛିଡିଯାଇଥିବାବେଳେ ଆଉ କାହାର ପତ୍ନୀ ୫ ମାସର ଗର୍ଭବତୀ । ଯନ୍ତ୍ରଣା ଓ କଷ୍ଟରେ ହସପିଟାଲର ଚାରିକାନ୍ଥ କମ୍ପି ଉଠୁଥିବାବେଳେ ଆହା ପଦେ କହିବାକୁ କେହି ନାହିଁ । ସେଥିମଧ୍ୟରୁ ଚିକିତ୍ସା ଅଭାବରେ କିଛି ଲୋକ ମୃତ୍ୟୁବରଣ ମଧ୍ୟ କରିସାରିଲେଣି । ସେଠାକାର ସ୍ଥାନୀୟ ଲୋକ କୁହନ୍ତି ଯେ, ଏଠିକାର ହସପିଟାଲ ଆଉ ହସପିଟାଲ ହେଇକି ନାହିଁ । ଶବାଗାର ପାଲଟି ସାରିଲାଣି । ପ୍ରତିଦିନ ଶତାଧିକ ଲୋକ ମରୁଛନ୍ତି । ଡାକ୍ତରଖାନା ଅଛି, ବେଡ୍ ଅଛି, ରୋଗୀ ବି ଅଛନ୍ତି, କିନ୍ତୁ ନା ଅଛନ୍ତି ଡାକ୍ତର ନା ନର୍ସ । ହସପିଟାଲରେ ରୋଗୀଙ୍କର ଦୁଃଖଦାୟକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋ ଦେଖି ଆହା କହିବା ଛଡା ଅନ୍ୟ କୌଣସି ଉପାୟ ନାହିଁ ।

ପୁନଶ୍ଚ ଇତିହାସ ଦୋହରାଇଛନ୍ତି ତାଲିବାନ:

ମୃତ୍ୟୁକୁ ଅବା କାହାର ଭୟ ନ ଥାଏ । ତେଣିକି ସେ ଡାକ୍ତର ହେଉ କି ପୋଲିସ । ସମସ୍ତଙ୍କ ଭଳି ଡାକ୍ତର ଓ ନର୍ସ ମଧ୍ୟ ତାଲିବାନଙ୍କ ଭୟରେ ଥରହର । ସେଥିପାଇଁ ତ ହସପିଟାଲ ଛାଡି ଚାଲିଯାଇଛନ୍ତି । ଡର ଏତେ ଯେ, ରୋଗୀଙ୍କ ପୀଡାର ଚିତ୍କାର ତାଙ୍କୁ ଶୁଣାଗଲା ନାହିଁ । କିଏ କେଉଁଆଡେ ଯାଇଛନ୍ତି ଯେ, ତାର କିଛି ଖୋଜ ଖବର ନାହିଁ । ଏବେ ଜୀବନ ଆଗରେ ଦାୟିତ୍ବ ପଛେଇ ଯାଇଛି । ଦିନରାତି ରୋଗୀଙ୍କ ସେବା ପାଇଁ ହସପିଟାଲରେ ରହିଲେ ମଧ୍ୟ କ୍ରୁର ତାଲିବାନର ହ୍ରିଂସ ଆଚରଣ ବିଷୟରେ ସେମାନେ ଅବଗତ । କାହିଁକିନା ୯୦ ଦଶକରେ କ୍ଷମତାକୁ ଆସିବା ପରେ ତାଲିବାନମାନେ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ଉପରେ ଖୁବ୍ ଅତ୍ୟାଚାର କରିଥିଲେ । ଯାହାକୁ କେବେ ମଧ୍ୟ କେହି ଭୁଲିପାରିବେ ନାହିଁ । ଏହାର ଭୟ ଆଜି ବି ଲୋକଙ୍କ ମନରେ ଭୟ ସଞ୍ଚାର କରୁଛି ।

ହେଲମନ୍ଦ(Helmand)ରେ ତାଲିବାନର ବେଶୀ ଭୟ:

ନିକଟରେ ହୋଇଥିବା ସଂଘର୍ଷରେ ହେଲମନ୍ଦରର ପ୍ରାନ୍ତରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏଠାକାର ବିଦ୍ରୋହୀ ଗୁଟ ତାଲିବାନଙ୍କ ସହ ଲଢୁଛନ୍ତି । ଏଠାରୁ ହଜାର ହଜାର ସଂଖ୍ୟାର ଲୋକେ ପଳାୟନ କରିସାରିଲେଣି । ଏହି ପ୍ରାନ୍ତରେ ହେଲମନ୍ଦ, ଲସ୍କରଗାହ, ଗେରସକ ଓ ନାଦଅଲ୍ଲୀ ଜିଲ୍ଲାରେ ହିଁ ଝିଅଙ୍କ ପାଇଁ ସ୍କୁଲ ଚାଲୁଥିଲା । କିନ୍ତୁ ଏବେ ସ୍କୁଲ ଖାଲି ପଡିଛି । ନା ଅଛନ୍ତି ଛାତ୍ରଛାତ୍ରୀ, ନା ଅଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତାଲିବାନ ଭୟରେ ପାଠ ପଢିବାକୁ ଆସୁନାହାଁନ୍ତି କେହି । ଜୀବନ ଆଗରେ ପାଠପଢା କଣ ବୋଲି ସେଠାକାର ଜଣେ ଛାତ୍ରୀ ଗଣମାଧ୍ୟମକୁ କହିଛି । କିଛି ସ୍କୁଲ ଖୋଲା ଅଛି, କିନ୍ତୁ ଭୟରେ କୌଣସି ଝିଅ ସ୍କୁଲ ପର୍ଯ୍ୟନ୍ତ ପହଞ୍ଚିପାରୁ ନାହାଁନ୍ତି । କୌଣସି ପରିବାର ମଧ୍ୟ ନିଜ ନିଜ ଝିଅକୁ ସ୍କୁଲ ପଠାଇବାକୁ ଚାହୁଁନାହାଁନ୍ତି ।

କାବୁଲ ଯେ ଏତେ ଶୀଘ୍ର ଧରାଶାୟୀ ହୋଇଯିବ, ତାହା କେବେ କେହି ଭାବି ନ ଥିଲେ । ଏତେ ବଡ ସହର ହୋଇ ମଧ୍ୟ ସେଠାରେ ନାହାଁନ୍ତି ଡାକ୍ତର ଓ ନର୍ସ । ତାଲିବାନୀ କ୍ଷମତାରେ ଚାଲିଛି ଡାକ୍ତରଖାନା । ପାଠପଢାରେ ପିଲାଙ୍କ ଡୋରି ବନ୍ଧା ହୋଇଯାଇଛି । ସମସ୍ତଙ୍କୁ ଘାରିଛି ବିସ୍ଫୋରଣ ଓ ବନ୍ଧୁକମୁନର ଭୟ । ନିଜ ନିଜ ଜୀବନ ବଞ୍ଚାଇବାକୁ କିଏ କୁଆଡେ ପଳାଉଛନ୍ତି । ଏତେ ସୁନ୍ଦର ଦେଶ ଏବେ ପାଲଟିଛି ମରୁଭୂମି । ଚାରିଆଡେ ରକ୍ତର ଛିଟା ଓ କୋକୁଆ ଭୟ । ଆଗକୁ ଯେ, ବଡ ବଡ ବିସ୍ଫୋରଣ ନ ହେବ, ତାହା କିଏ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 28, 2021, 7:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.