ETV Bharat / international

ପ୍ରବାସୀଙ୍କ ଉପରେ ଆର୍ଥିକ ପ୍ରତିବନ୍ଧକ, ଅସ୍ବୀକାର କଲା ସାଉଦି ଆରବ - ସାଉଦି ଆରବ ଲାଟେଷ୍ଟ ନ୍ୟୁଜ୍‌

ବିଦେଶରେ ବସବାସ କରୁଥିବା ସାଉଦି ଆରବ ନାଗରିକଙ୍କ ସମ୍ପତ୍ତ ଜବତ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର ବୋଲି ମଙ୍ଗଳବାର ସରକାର ସ୍ପଷ୍ଟ କରିଛନ୍ତି ।

financial curb on saudi expats, financial condition of saudi arabia, saudi arabia latest news, financial curb of expats, ସାଉଦି ଆରବରେ ପ୍ରବାସୀଙ୍କ ଉପରେ ପ୍ରତିବନ୍ଧକ, ସାଉଦି ଆରବ ଅର୍ଥନୈତିକ ସ୍ଥିତି, ସାଉଦି ଆରବ ଲାଟେଷ୍ଟ ନ୍ୟୁଜ୍‌, ପ୍ରବାସୀଙ୍କ ଉପରେ ଆର୍ଥିକ ପ୍ରତିବନ୍ଧକ
ପ୍ରବାସୀଙ୍କ ଉପରେ ଆର୍ଥିକ ପ୍ରତିବନ୍ଧକ, ଅସ୍ବୀକାର କଲା ସାଉଦି ଆରବ
author img

By

Published : Jul 8, 2020, 6:16 AM IST

ରିୟାଦ: ବିଦେଶରେ ବସବାସ କରୁଥିବା ସାଉଦି ଆରବ ନାଗରିକଙ୍କ ସମ୍ପତ୍ତ ଜବତ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର ବୋଲି ମଙ୍ଗଳବାର ସରକାର ସ୍ପଷ୍ଟ କରିଛନ୍ତି । ତେବେ ବିଦେଶରେ ରହୁଥିବା ନାଗରିକ ଯେଉଁମାନେ ନିଜ ରୋଜଗାରଠାରୁ ଅଧିକ ସମ୍ପତ୍ତି ରହିଛି ସେମାନଙ୍କ ସମ୍ପତ୍ତି ଜବତ କରିବା ନେଇ କିଛି ଦିନ ତଳେ ଖବର ପ୍ରଚାର ହୋଇଥିଲା ।

ଏହି ପ୍ରସଙ୍ଗରେ ସାଉଦି ଆରବିଆ ମନିଟାରୀ ଅଥରିଟି(ସାମା) ଏକ ଟ୍ବିଟ କରି ସ୍ପଷ୍ଟ କରିଥିଲା କି ଗଣମାଧ୍ୟମରେ ପ୍ରଚାର ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା । ଏହା କେବଳ ଏକ ଗୁଜବ । ଏହି ଖବର ଅନୁଯାୟୀ ଦେଶରେ ପରିଚାଳିତ ବ୍ୟାଙ୍କଗୁଡିକ ବିଦେଶରେ ଥିବା ନାଗରିକଙ୍କ ଆକାଉଣ୍ଟ ଫ୍ରିଜ କରିବା ନେଇ ପ୍ରକାଶ ପାଇଥିଲା । ଏହା ମିଥ୍ୟା ଏବଂ ଅପପ୍ରଚାରର ଏକ ହୀନ ମାନସିକତା ବୋଲି ସାମା ପ୍ରକାଶ କରିଛି ।

ବ୍ୟାଙ୍କଗୁଡିକ ସପକ୍ଷରେ ସାମା ଏହା ମଧ୍ୟ କହିଥିଲା କି ବ୍ୟାଙ୍କଗୁଡିକ ନିଜ ନିର୍ଦ୍ଧାରିତ ନୀତି ନିୟମ ମଧ୍ୟରେ ପରିଚାଳିତ ହେଉଛନ୍ତି । ଗ୍ରାହକଙ୍କ ସୁବିଧା ପାଇଁ ଏହା ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରୁଛି । ଆଗକୁ ମଧ୍ୟ ନିଜର ଏହି ସେବା ଜାରି ରଖିବ । ତେବେ ସୂଚନା ମୁତାବକ ସାଉଦି ଆରବରେ 34.8 ମିଲିୟନ ଲୋକେ ରହୁଥିବା ବେଳେ ସେମାନଙ୍କ ମଧ୍ୟରେ 10.5 ମିଲିୟନ ନାଗରିକ ବିଦେଶରେ ବସବାସ କରୁଛନ୍ତି । କୋରୋନା ସ୍ଥିତି ପରେ ଦେଶରେ ଆର୍ଥିକ ସ୍ଥିତିକୁ ପୁଣି ମଜଭୂତ କରିବା ପାଇଁ ନିକଟରେ ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ନୂଆ ପଦକ୍ଷେପ ଗ୍ରହଣ କରିଥିଲେ ।

ଏନେଇ ଜୁଲାଇ 1ରୁ ଦେଶରେ ଭାଟ ମୂଲ୍ୟରେ ବୃଦ୍ଧି କରାଯିବା ସହ ଟ୍ୟାକ୍ସକୁ ତିନିଗୁଣଆ ବଢାଇ 15 ପ୍ରତିଶତ କରାଯାଇଛି । ଏଥିସହ ନୂଆ ନିୟମ ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ଜୀବିକା ଭତ୍ତା ମଧ୍ୟ ଚଳିତ ବର୍ଷ ସ୍ଥଗିତ ରଖାଯାଇଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.