ETV Bharat / international

କୋରୋନାକୁ ହରାଇ ପୁଣି କାର୍ଯ୍ୟକୁ ଫେରିଲେ ଋଷ ପ୍ରଧାନମନ୍ତ୍ରୀ - ଋଷ ପ୍ରଧାନମନ୍ତ୍ରୀ

ଋଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ କୋରୋନାରୁ ସୁସ୍ଥ ହୋଇ ପୁଣି ଥରେ କାର୍ଯ୍ୟକୁ ଫେରିଛନ୍ତି । ମଙ୍ଗଳବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ପ୍ରଦାନ କରାଯାଇଛି ।

Russian PM
Russian PM
author img

By

Published : May 19, 2020, 6:43 PM IST

ମସ୍କୋ: ଋଷରେ କ୍ରମଶଃ କୋରୋନା ସ୍ଥିତି ଭୟାନକ ଦିଗ ଆଡକୁ ଗତି କରୁଛି । ଏଭଳି ସଙ୍କଟମୟ ସ୍ଥିତିରେ ଦେଶପାଇଁ ଖୁସି ଖବର । ଋଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ କୋରୋନାରୁ ସୁସ୍ଥ ହୋଇ ପୁଣି ଥରେ କାର୍ଯ୍ୟକୁ ଫେରିଛନ୍ତି । ମଙ୍ଗଳବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ପ୍ରଦାନ କରାଯାଇଛି ।

ଡାକ୍ତରଖାନାରେ ତାଙ୍କର ରହିବା ସମୟରେ, ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନେକ ମିଟିଂରେ ଭାଗ ନେଉଥିଲେ । ପିଏମଙ୍କ ମୁଖପାତ୍ର ବୋରିସ୍ ବିଲାକୋଭଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ସରକାରୀ ଗୃହରେ ଏବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବର୍ତ୍ତମାନ ମିଶୁଷ୍ଟିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ବୈଠକ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି କହିଛନ୍ତି ମୁଖପାତ୍ର । ଏପ୍ରିଲ୍ 30 ରେ ପିଏମ କୋରୋନା ପଜେଟିଭ ଥିବା ସୂଚନା ଦେଇଥିଲେ ।

ଋଷରେ କୋରୋନୋଭାଇରସ୍ ରୋଗୀଙ୍କ ସଂଖ୍ୟା 24 ଘଣ୍ଟା ମଧ୍ୟରେ 9,263 କୁ ବୃଦ୍ଧି ପାଇଛି ଏବଂ କ୍ରମାଗତ ଚତୁର୍ଥ ଦିନ ପାଇଁ ଦୈନିକ ବୃଦ୍ଧି 10,000 ରୁ ଅଧିକ ହୋଇନାହିଁ ସୂଚନା ରହିଛି ।

ମୋଟ ଉପରେ, ଋଷରେ କୋରୋନା ସଂକ୍ରମଣ ରିପୋର୍ଟ 299,941 ରହିଛି । ଯାହା ବିଶ୍ବର ଦ୍ବିତୀୟ ସର୍ବାଧିକ | ମୃତ୍ୟୁ ସଂଖ୍ୟା 2772ରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.